କୋଲକାତା: କିଛି ଦିନ ପୂର୍ବେ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିବା ଟିଏମ୍ସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁଙ୍କୁ ନେଇ ପୁଣି ଚର୍ଚ୍ଚା। ନିଜ ପ୍ରଥମ ବିବାହକୁ ଅବୈଧ ବୋଲି କହି ସାରିଥିବା ଏହି ଅଭିନେତ୍ରୀ ନିଜ ପୁତ୍ରର ପିତା କିଏ ସେ ନେଇ ଏ ଯାଏ ଖୁଲାସା କରିନାହାନ୍ତି। ହେଲେ ଗଣମାଧ୍ୟମ ସମ୍ମୁଖରେ ଦେଇଥିବା ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ନୁସରତା ।
ନିକଟରେ ଏକ ସାଲୋନ୍ ଓପନିଂ ସେରିମନିରେ ଯୋଗ ଦେଇଥିଲେ ଅଭିନେତ୍ରୀ ନୁସରତ । ମା’ ହେବା ପରେ ପ୍ରଥମ ଥର ପବ୍ଲିକ୍ ଇଭେଣ୍ଟରେ ଯୋଗ ଦେଇଥିବା ନୁସରତ ଖୁବ୍ ଗର୍ଜିଅସ୍ ଲାଗୁଥିଲେ। ଏହି ସମୟରେ ଜଣେ ସାମ୍ବାଦିକା ପୁଅର ଝଲକ କେବେ ଦେଖାଇବେ ବୋଲି ପଚାରିଥିଲେ। ଏହାର ଉତ୍ତରରେ ନୁସରତ ଯାହା କହିଥିଲେ ତାହା ଗସିପ୍କୁ ବେଶ୍ ଖୋରାକ ଯୋଗାଇଥିଲା।
ସାମ୍ବିଦିକାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନୁସରତ କହିଛନ୍ତି, ଏନେଇ ଆପଣ ମୋ ପୁଅର ବାପାଙ୍କୁ ପଚାରନ୍ତୁ। ହେଲେ ଏ ପର୍ଯ୍ୟନ୍ତ ନିଜ ପୁତ୍ରର ପିତାଙ୍କ ପରିଚୟ ଦେଇ ନାହାନ୍ତି ନୁସରତ । ହେଲେ ମା’ ହୋଇ ଖୁବ୍ ଖୁସି ଥିବା ନୁସରତ ଏହା ଏକ ନୂଆ ଜୀବନର ଆରମ୍ଭ ବୋଲି କହିଛନ୍ତି । ନୁସରତ ନିଜ ପୁଅ ନାମ ୟିଶାନ ରଖିଛନ୍ତି। େେେ
ଗତ ମାସ ୨୬ ତାରିଖରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ନୁସରତ ଜାହାଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲ ନେଇ ଯାଇଥିବା ବେଳେ ତାଙ୍କ ପାଖେ ପାଖେ ମଧ୍ୟ ଉପସ୍ଥିତ ଥିଲେ। ନିଖିଲ ଜୈନଙ୍କ ସହ ନିଜ ବିବାହକୁ ଅବୈଧ କହିଥିବା ନୁସରତ ୟଶ ଦାସଗୁପ୍ତାଙ୍କ ସହ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରୁଥିବାରୁ ଉଭୟଙ୍କ ମଧ୍ୟରେ କିଛି ରିଲେସନ୍ ରହିଥିବା ଗସିପ୍ ହେଉଛି। ହେଲେ ୟଶଙ୍କ ସହ ନିଜ ସମ୍ପର୍କ ତଥା ସିଏ ହିଁ ନିଜ ସନ୍ତାନର ପିତା ବୋଲି ଏଯାଏ ମୋହର ମାରି ନାହାନ୍ତି ନୁସରତ ।
ସୂଚନା ମୁତାବକ ୨୦୧୯ରେ ନୁସରତ ଏବଂ ନିଖିଲଙ୍କ ବିବାହ ତୁର୍କୀରେ ହୋଇଥିଲା। ତେବେ ବିବାହର କିଛି ଦିନ ପରେ ନିଖିଲ ଏବଂ ନୁସରତଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥqq। ପରେ ୨୦୨୧ରେ ଉଭୟ ଅଲଗା ହୋଇ ରହିଥିଲେ। ନିଖିଲ ଏବଂ ନୁସରତ ଏଯାଏଁ ଛାଡପତ୍ର ନେଇନଥିଲେ ସୁଦ୍ଧା ଆଉ ଏକାଠି ରହୁନାହାନ୍ତି।
ନୁସରତ ଏକ ପ୍ରେସ ବିବୃତ୍ତି ଜରି କରି ଖୁଲାସା କରିଥିଲେ ଯେ ତାଙ୍କର ବିବାହ ଅବୈଧ ଥିଲା। ସେ ତାଙ୍କ ବିବାହକୁ ରେଜିଷ୍ଟର କରିନଥିଲେ। ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ବିଦେଶୀ ମାଟିରେ ଥିବାରୁ ତାଙ୍କ ବିବାହ ଅବୈଧ ବୋଲି ନୁସରତ ଦାବି କରିଛନ୍ତି। ଭାରତରେ ଏହାକୁ ଆଇନଗତ ମାନ୍ୟତା ଦିଆଯିବା ଆବଶ୍ୟକ ଥିଲା କିନ୍ତୁ ତାହା ହୋଇ ନଥିଲା। ସେ ନିଖିଲଙ୍କ ସହ ଲିଭ-ଇନ୍ ରିଲେସନସିପ୍ରେ ଥିବା କହିଥିଲେ।ସେପଟେ ନିଖିଲ ଅଭିଯୋଗ କରିଛନ୍ତି ଯେ ନୁସରତ ସବୁବେଳେ ବିବାହ ପଞ୍ଜିକରଣ କରିବାକୁ ନେଇ ଦୂରେଇ ରହୁଥିଲେ।
The post ‘ପୁଅର ବାପା କହିବେ, କେବେ ତା’ ଝଲକ ଦେଖାଇବେ’ appeared first on Odisha Reporter.
from Odisha Reporter https://ift.tt/3laQZDI
No comments:
Post a Comment