ଆରମ୍ଭ ହେଲା ଚାଇନାର ଚାଲ୍, ତାଲିବାନ ସରକାରକୁ ଦେଲା ୩୧ ମିଲିୟନ୍ ଡଲାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 9, 2021

ଆରମ୍ଭ ହେଲା ଚାଇନାର ଚାଲ୍, ତାଲିବାନ ସରକାରକୁ ଦେଲା ୩୧ ମିଲିୟନ୍ ଡଲାର

ବେଜିଂ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବାର ୨୪ ଘଣ୍ଟା ଭିତରେ ଚାଇନା ଆରମ୍ଭ କରିଦେଇଛି ତା’ର ଚାଲ୍‌। ତାଲିବାନ ସରକାର ପାଇଁ ଚାଇନା ଧନରାଶି ବର୍ଷା କରିଛି। ଚାଇନା ବୁଧବାର ତାଲିବାନ ସରକାରକୁ ୩୧୦ ଲକ୍ଷ ବା ୩୧ ମିଲିୟନ୍ ଆମେରିକୀୟ ଡଲାର୍ ସହାୟତା କରିବାକୁ ଘୋଷଣା କରିଛି। ଏହାସହ ଚାଇନା ଆଫଗାନିସ୍ତାନ ପାଇଁ କରୋନା ଭ୍ୟାକସିନ୍‌ର ଜୋଡ୍ ମଧ୍ୟ ପଠାଇବାକୁ ଘୋଷଣା କରିଛି। ଏହି ସହାୟତା ଦେଶରେ ଅରାଜକତା ଶେଷ କରିବା ସହ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ଚାଇନା କହିଛି।

ନିକଟରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ପଡ଼ୋଶୀ ଦେଶର ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ବୈଠକରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି’ କହିଥିଲେ ଯେ ‘ଚାଇନା ଆଫଗାନିସ୍ତାନକୁ ୨୦୦ ମିଲିୟନ୍ ୟୁଆନ୍ (୩୧ ମିଲିୟନ୍ ଆମେରିକୀୟ ଡଲାର୍)ର ସହାୟତା ଆଧାରରେ ଖାଦ୍ୟଶସ୍ୟ, ଶୀତ ବସ୍ତ୍ର, କରୋନା ଟିକା ଓ ଅତ୍ୟାବଶ୍ୟକ ମେଡିସିନ୍ ଯୋଗାଇଦେବ।’

ପାକିସ୍ତାନର ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀ ଯୋଗ ଦେଇଥିଲେ। ହେଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରୁଷ୍ ଭାଗ ନେଇନଥିଲା। ବୈଠକରେ ୱାଙ୍ଗ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ଚାଇନା ଆଫଗାନିସ୍ତାନକୁ ୩୦ ଲକ୍ଷ ଟିକା ଦାନ କରିବାକୁ ନିଷ୍ପତ୍ତି ନେଇଛି।

ସମସ୍ତେ ତାଲିବାନ ସହ ମିଶିକି କାମ କରିବା ଦରକାର ବୋଲି ଚାଇନା ପୂର୍ବରୁ ବିଶ୍ୱବାସୀଙ୍କୁ ଅପିଲ୍ କରିଥିଲା। ଏହି କ୍ରମରେ ସମସ୍ତେ ଆଫଗାନିସ୍ତାନ ପାଇଁ ଆର୍ଥିକ ସହାୟତା ଜାରି ରଖିବା ମଧ୍ୟ ନିହାତି ଜରୁରୀ। ଆଫଗାନିସ୍ତାନକୁ ଦିଆଯାଉଥିବା ଏହି ସହାୟତା ଏବେ ଆରମ୍ଭ ମାତ୍ର। ଏବେ ଆଫଗାନିସ୍ତାନରେ ସ୍ଥିତି ସ୍ୱାଭାବିକ ହେବା ଦରକାର। ତା’ ପରେ ଆହୁରି ଅର୍ଥରାଶି ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।

ତାଲିବାନ ଗତ ସପ୍ତାହରେ ଘୋଷଣା କରିଥିଲା ଯେ ଚାଇନା ହେଉଛି ଏକ ଆର୍ଥିକ ସୁପରପାୱାର। ତେଣୁ ଏଭଳି ସ୍ଥିତିରେ ଚାଇନା ହେଉଛି ସେମାନଙ୍କର ବଡ଼ ସାଥୀ। ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଏକ ଖବର କାଗଜକୁ ସାକ୍ଷାତକାର ଦେଇ କହିଥିଲେ, ତାଙ୍କର ପୂରା ସଂଗଠନ ଚାଇନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ନିକଟରେ ଆଫଗାନିସ୍ତାନ ସମେତ ପଶ୍ଚିମ ଦେଶ ଗୁଡ଼ିକ ଆଫଗାନିସ୍ତାନକୁ ଦିଆଯାଉଥିବା ଆର୍ଥିକ ସହାୟତା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯାହା ପରେ ତାଲିବାନକୁ ସରକାର ଗଠନ କରିବା ପାଇଁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡ଼ୁଛୁ। ଏଭଳି ସ୍ଥିତିରେ ଚାଇନା ହି ତାଲିବାନକୁ ସହାୟତାର ହାତ ବଢ଼ାଇଛି।

ସୂଚନାଯୋଗ୍ୟ, ଆଫଗାନିସ୍ତାନ ଦଖଲ କରିବାର ପ୍ରାୟ ତିନି ସପ୍ତାହ ପରେ ତାଲିବାନ ମଙ୍ଗଳବାର ଏକ ଅନ୍ତରୀଣ ସରକାର ଗଠନ କରିଛି। ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ସରକାରର ମୁଖ୍ୟ ହୋଇଛନ୍ତି । ସେହିପରି ତାଙ୍କ ଡେପୁଟି ଭାବେ ମୁଲ୍ଲା ଅବଦୁଲ ଘନି ବରାଦର ଓ ମୌଲବୀ ହନାଫୀ ନିଯୁକ୍ତି ପାଇଥିବା ତାଲିବାନ ମୁଖପାତ୍ର ହବିବୁଲ୍ଲା ମୁଜାହିଦ ଘୋଷଣା କରିଛନ୍ତି। ଏଥିସହିତ ହକ୍କାନି ନେଟୱାର୍କର ନେତା ସିରାଜୁଦ୍ଦିନ ହକାନୀଙ୍କୁ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି।

The post ଆରମ୍ଭ ହେଲା ଚାଇନାର ଚାଲ୍, ତାଲିବାନ ସରକାରକୁ ଦେଲା ୩୧ ମିଲିୟନ୍ ଡଲାର appeared first on Odisha Reporter.



from Odisha Reporter https://ift.tt/3jVTcUs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages