କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଭୁଶୁଡି ପଡ଼ିଲା ୧୦୦ ବର୍ଷର ପୁରୁଣା ପୋଲ। ଉକ୍ତ ସମୟରେ ପୋଲ ଉପରେ ଯାଉଥିବା ଡମ୍ଫରଟି ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡ଼ିଲା। ତେବେ ଅଳ୍ପକେ ବର୍ତ୍ତିଗଲେ ଡମ୍ଫର ଡ୍ରାଇଭର ଓ ହେଲ୍ପର। ହେଲପରଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ଏପରି ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ଖର୍ଲା ନଦୀ ଉପରେ ଥିବା ଝୁଲେନ୍ ପୋଲ ଉପରେ।
ଗତକାଲି ଡମ୍ଫରଟି ଯିବା ବେଳେ ପୋଲଟି ହଠାତ୍ ଭୁଶୁଡି ପଡ଼ିଥିଲା। ଗାଡ଼ିଟି ପାଣିରେ ଖସି ପଡ଼ିଥିବା ବେଳେ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇଛି। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ତାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟ ଡମ୍ଫରଟି ଝୁଲେନ୍ ପୋଲ ଦେଇ ବଡ଼ବିଲରୁ ଝାଡସୁଗୁଡ଼ା ଅଭିମୁଖେ ଯାଉଥିଲା। ଏହି ସମୟରେ ପୋଲଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଡ଼ି ସହ ଡ୍ରାଇଭର ଓ ହେଲପର ପୋଲ ତଳକୁ ପଡ଼ିଯାଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀ ଗତ ରାତିରେ ହେଲପରଙ୍କୁ ଉଦ୍ଧାର କରିଥିଲେ। ହେଲେ ପ୍ରାୟ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ଆଜି ସକାଳେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୋଲଟି ଭାଙ୍ଗିଯିବା ପରେ କୁଚିଣ୍ଡା ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଏହାସହ ଖଡ଼ଗପୁର ଓ ବିଳାସପୁର ୪୯ ନମ୍ବର ଜାତୀୟ ରାଜପଥ ସଂପୂର୍ଣ୍ଣ ବନ୍ଦ ରହିଛି।
ଝୁଲେନ୍ ପୋଲଟି ବ୍ରିଟିଶ ଅମଳର ହୋଇଥିବା ବେଳେ ପ୍ରାୟ ୧୦୦ ବର୍ଷ ତଳେ ନିର୍ମିତ ହୋଇଥିବା ଜଣାଯାଇଛି।
The post ଭୁଶୁଡ଼ିଲା ଶହେ ବର୍ଷର ପୋଲ, ଭାସିଗଲା ଡମ୍ଫର appeared first on Odisha Reporter.
from Odisha Reporter https://ift.tt/3E2RXL8
No comments:
Post a Comment