ପ୍ରଥମେ ନଡ଼ିଆକୁ କୋଣି ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଗ୍ୟାସ୍ ଅନ୍ କରି ଏକ ପ୍ୟାନ୍ ବସାଇ କିଛି ଦେଶୀ ଘିଅ ଦିଅନ୍ତୁ। ପ୍ୟାନ୍ ଟିକେ ଗରମ ହୋଇଥିଲେ ସେଥିରେ ନଡ଼ିଆ ଗୁଣ୍ଡ ପକାଇ ହାଲକା ଭାଜନ୍ତୁ। କିଛି ସମୟ ପରେ ଏହାର ରଙ୍ଗ ଚେଞ୍ଜ ହୋଇଗଲେ ସେଥିରେ ଆବଶ୍ୟକ ଅନୁଯାୟୀ କ୍ଷୀର ମିଶାନ୍ତୁ। ଏହାକୁ ସିମ୍ରେ ଭଲ ଭାବେ ମିଶାନ୍ତୁ। ଏହାପରେ ସେଥିରେ କନଡେନ୍ସଡ ମିଲ୍କ ମିଶାନ୍ତୁ। ଏହା ଅଳ୍ପ ଡ୍ରାଏ ହେବା ପରେ ଗ୍ୟାସ୍ ବନ୍ଦ କରି ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ।
ଏହାକୁ ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏକ ପ୍ଲେଟରେ କିଛି ନଡ଼ିଆ ପାଉଡର ରଖନ୍ତୁ। ଏହାପରେ ହାତରେ ଘିଅ ଲଗାଇ ପ୍ୟାନ୍ରେ ଥଣ୍ଡା ହୋଇଥିବା ନଡ଼ିଆକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହାପରେ ନଡ଼ିଆ ପାଉଡର ଉପରେ ତାହାକୁ ଗଡ଼ାଇ ଦିଅନ୍ତୁ। ତାହା ଉପରେ କିଛି ସାଫରନ, ଆଲମଣ୍ଡ ଓ ଡ୍ରାଏ ଫ୍ରୁଟ୍ସ ଦେଇ ସଜାନ୍ତୁ। ଏହାକୁ ପ୍ରଭୁ ଗଣେଶଙ୍କ ନିକଟରେ ଭୋଗ ଲଗାନ୍ତୁ।
ଏଠାରେ ମନେ ରଖନ୍ତୁ, ନଡ଼ିଆ କୋରା ପ୍ରସ୍ତୁତି ସମୟରେ ପ୍ରଥମେ ଯେତିକି ନଡ଼ିଆ ଗୁଣ୍ଡ ନେଇଥିବେ, ତାହାର ଅଧା କ୍ଷୀର ଓ ତାହାଠୁ କମ୍ କନଡେନ୍ସଡ ମିଲ୍କ ନେବେ।
The post ଏଥର ଗଣେଇ ପୂଜାରେ ଭୋଗ ଲଗାନ୍ତୁ ସାଫରନ୍ ନଡ଼ିଆ ଲଡ଼ୁ appeared first on Odisha Reporter.
from Odisha Reporter https://ift.tt/3h5J6OU
No comments:
Post a Comment