ଗୁହାରି ଶୁଣିଲେନି ତାଲିବାନୀ, ଗର୍ଭବତୀ ପୁଲିସ୍‌ ଅଧିକାରୀଙ୍କୁ ଗୁଳି କରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ଗୁହାରି ଶୁଣିଲେନି ତାଲିବାନୀ, ଗର୍ଭବତୀ ପୁଲିସ୍‌ ଅଧିକାରୀଙ୍କୁ ଗୁଳି କରିଦେଲେ

କାବୁଲ : ବର୍ବରତାର ଗୋଟିଏ ପରେ ଗୋଟିଏ ସୀମା ଟପିବାରେ ଲାଗିଛି ତାଲିବାନ୍ । ମହିଳାଙ୍କ ପ୍ରତି ଏହା କେତେ କ୍ରୁର, ସମ୍ବେଦନହୀନ ତାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗର୍ଭବତୀ ଥିବା ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ନିଜ ପୁଅ ଓ ସ୍ୱାମୀ ଆଗରେ ଗୁଳି କରି ମାରିଦେଲେ କ୍ରୁର ତାଲିବାନୀ । ଅଧିକାରୀଜଣକ ଛାଡ଼ି ଦେବାକୁ ଯେତେ ନେହୁରା ହୋଇଥିଲେ ବି ତରଳି ନ ଥିଲା ତାଲିବାନୀ ହୃଦୟ। ଆଫଗାନିସ୍ତାନର ଘୋର୍ ପ୍ରୋଭିଜନ୍‌ର ଫିରୋଜ  ଅଞ୍ଚଳରେ କାର୍ଯ୍ୟରତ ମହିଳା ପୁଲିସ୍ ଅଧିକାରୀ ନିଗାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଲିବାନୀ ।

ଏକ ଆଫଗାନି ପତ୍ରିକାରୁ ମିଳିଥିବା ସୂଚନା ଅନୁଯାୟୀ,  ନିଗାରଙ୍କର ଏକ ପୁଅ ଥିବା ବେଳେ  ସେ ୬ ମାସର ଗର୍ଭବତୀ ଥିଲେ । ଏହାସତ୍ତ୍ୱେ ତାଲିବାନୀମାନେ ତାଙ୍କୁ  ନିଜ ସ୍ୱାମୀ ଓ ପୁଅଙ୍କ ଉପସ୍ଥିତିରେ ଗୁଳି ମାରି ହତ୍ୟା କଲେ । ହେଲେ ଏହାର କାରଣ ଜଣାପଡ଼ି ନାହିଁ। ଏହାପରେ ଆଫଗାନ୍ ପୁଲିସ୍‌ରେ ଥିବା ଅନ୍ୟ ମହିଳା ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ତାଲିବାନ ଆଫଗାନିସ୍ତାନ ଦଖଲ କରିସାରିଥିବା ବେଳେ ମହିଳା ସୁରକ୍ଷା ଓ ଅଧିକାରକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ତାଲିବାନୀଙ୍କ ଡରରେ ହିଜାବ ଓ ବୁର୍ଖା କିଣିବାକୁ ବଜାରରେ ଅସମ୍ଭବ ଭିଡ଼ ହେଉଛି।  ତାଲିବାନ ସରକାର ପ୍ରତିନିଧିତ୍ୱ ଦାବି କରି ମହିଳାମାନେ ଆଫଗାନିସ୍ତାନ ସଡ଼କକୁ ଓହ୍ଲାଉଛନ୍ତି।

ତାଲିବାନ କାବୁଲ ଦଖଲ କରି ସାରିଥିବା ବେଳେ ଗତ ୨୦ ବର୍ଷରେ ଆଫଗାନିସ୍ତାନରେ ମହିଳାମାନେ ଯେଉଁ ଅଗ୍ରଗତି କରିଥିଲେ ତାହା ମାଟିରେ ମିଶିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରୁଛନ୍ତି। ତାଲିବାନୀ ଶାସନ କାଳରେ ମହିଳାମାନଙ୍କ ଭବିଷ୍ୟତ ଅନିଶ୍ଚିତତାକୁ ଠେଲି ହୋଇଯିବ ବୋଲି ଶଙ୍କା ଦେଖାଦେଇଛି।

ଆଫଗାନିସ୍ତାନର ନୂଆ ପିଢ଼ି ମହିଳା ତାଲିବାନର କ୍ରୁର ଶାସନ ସମ୍ପର୍କରେ ଯେଉଁ ଭୟାନକ କଥା ଶୁଣିଥିଲେ ଏବେ ସେମାନେ ତାହାକୁ ଅଙ୍ଗେ ନିଭାଇବେ। ଏଥିପାଇଁ ତାଲିବାନକୁ ନେଇ ଆଫଗାନିସ୍ତାନର ମହିଳାଙ୍କ ମଧ୍ୟରେ ଭୟ ଓ ଘୃଣା ଭରି ରହିଛି।  ଜୀବନ ପ୍ରତି ଭୟ ସତ୍ତ୍ୱେ ସେମାନେ ନିଜ ସୁରକ୍ଷା ଓ ଅଧିକାର ଦାବିରେ ରାସ୍ତାକୁ ଓହ୍ଲାଇବାକୁ ପଛାଉ ନାହାନ୍ତି।

The post ଗୁହାରି ଶୁଣିଲେନି ତାଲିବାନୀ, ଗର୍ଭବତୀ ପୁଲିସ୍‌ ଅଧିକାରୀଙ୍କୁ ଗୁଳି କରିଦେଲେ appeared first on Odisha Reporter.



from Odisha Reporter https://ift.tt/2YwMX12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages