ମହାପଞ୍ଚାୟତ ପୂର୍ବରୁ ଇଣ୍ଟରନେଟ୍‌ ଠପ୍‌, ୧୪୪ ଧାରା ଲାଗୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

ମହାପଞ୍ଚାୟତ ପୂର୍ବରୁ ଇଣ୍ଟରନେଟ୍‌ ଠପ୍‌, ୧୪୪ ଧାରା ଲାଗୁ

ହରିଆଣା: ଆଜି ବସିବ କୃଷକଙ୍କ ମହାପଞ୍ଚାୟତ। ହରିୟାଣାର କର୍ଣ୍ଣାଲରେ ମହାପଞ୍ଚାୟତ ଡାକରା ଦିଆଯାଇଛି। ଚାଷୀମାନଙ୍କ ଉପରେ ଗତମାସ ୨୮ ତାରିଖରେ ହୋଇଥିବା ଲାଠିମାଡ଼ ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଡାକରା ଦେଇଛନ୍ତି। ମହାସମାବେଶ କରି ଲଘୁ ସଚିବାଳୟକୁ ଘେରାଉ କରିବାକୁ ଯୋଜନା କରିଛନ୍ତି କୃଷକ। ଏହାକୁ ଦୃଷ୍ଟିରେ ରଖି ହରିୟାଣାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି, ଏଥିସହ ଇଣ୍ଟନେଟ୍‌ ସେବା ମଧ୍ୟ ଠପ୍‌ ହୋଇଛି। କର୍ଣ୍ଣାଲ, କୁରୁକ୍ଷେତ୍ର, କୈଥଲ, ଜିନ୍ଦ ଏବଂ ପାନିପଥ ଏହି ୫ଟି ଜିଲ୍ଲାରେ ଇଣ୍ଟରନେଟ ଓ ଏସଏମଏସ ସେବାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ହରିୟାଣା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଦିନ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ଏବଂ ଏସ୍ଏମ୍ଏସ୍ ସେବା ବନ୍ଦ ରହିବ। ଏଥିସହ କର୍ଣ୍ଣାଲ ପ୍ରଶାସନ ପାଞ୍ଚ କିମ୍ବା ଅଧିକ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ହରିୟାଣା ଭାରତୀୟ କିଷାନ ସଂଘ ମୁଖ୍ୟ ଗୁରନାମ ସିଂହ ଚାରୁନି କହିଛନ୍ତି, କର୍ଣ୍ଣାଲ ପ୍ରଶାସନ ‌ସହ ହୋଇଥିବା ବୈଠକରୁ କୌଣସି ଫଳାଫଳ ମିଳିନାହିଁ। କର୍ନଲର ଶସ୍ୟ ବଜାରରେ ମଙ୍ଗଳବାର ୧୦ଟା ସୁଦ୍ଧା ପହଞ୍ଚିବା ପାଇଁ ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶର ଚାଷୀମାନଙ୍କୁ ଚାରୁନି ଆହ୍ୱାନ ଦେଇଛନ୍ତି। ମହାପଞ୍ଚାୟତ ପରେ ସେମାନେ ଲଘୁ ସଚିବାଳୟ ଘେରାଉ କରିବେ ବୋଲି ସେ କହିଛନ୍ତି।

ଚାଷୀଙ୍କ ବୈଠକ ଏବଂ ଘେରାଉ ଡାକରାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଅତିକମ୍‌ରେ ୪୦ କମ୍ପାନି ଅତିରିକ୍ତ ଫୋର୍ସ, ୫ ଜଣ ଏସପି ପାହ୍ୟା ଅଧିକାରୀ ଏବଂ ୨୫ ଡିଏସପି ପାହ୍ୟା ଅଧିକାରୀଙ୍କ ସମେତ ହଜାର ହଜାର ପୁଲିସ ମୁତୟନ କରାଯାଇଛି।

ସୂଚନା ମୁତାବକ, ଅଗଷ୍ଟ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବୈଠକକୁ ଯାଉଥିବା ନେତାଙ୍କୁ ବିରୋଧ କରି ଏକ କୃଷକ ଗୋଷ୍ଠୀଙ୍କୁ ଜାତୀୟ ରାଜପଥରେ ଯାତାୟାତରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରି ଏକ କୃଷକ ଗୋଷ୍ଠୀ ଉପରେ ଲାଠି ଚାର୍ଜ କରିଥିଲା ପୁଲିସ୍ । ଏଥିରେ ୧୦ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଥିଲେ। ଏହି ଲାଠିମାଡରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିଲା।

ଏହାକୁ ବିରୋଧ କରି କିଷାନ ମୋର୍ଚ୍ଚା ଏହି ମହାପଞ୍ଚାୟତ ଡାକରା ଦେଇଛି। ଏଥିସହିତ ଲାଠିମାଡ଼ରେ ମୃତ୍ୟୁବରଣ କରିଥିବା ଚାଷୀ ସୁଶୀଲ କାଜଲଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି ହୋଇଛି। ତାଙ୍କର ନିକଟ ସମ୍ପର୍କୀୟଙ୍କୁ ଚାକିରି ଦେବା ସହିତ ଆହତ ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ, ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଁ ଦାବି କରାଯାଇଛି।

The post ମହାପଞ୍ଚାୟତ ପୂର୍ବରୁ ଇଣ୍ଟରନେଟ୍‌ ଠପ୍‌, ୧୪୪ ଧାରା ଲାଗୁ appeared first on Odisha Reporter.



from Odisha Reporter https://ift.tt/3txFb2x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages