ସରିଲାଣି ଲିଜ୍‌ ଅବଧି, ତଥାପି ଉଠୁନି କ୍ରସର ୟୁନିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

ସରିଲାଣି ଲିଜ୍‌ ଅବଧି, ତଥାପି ଉଠୁନି କ୍ରସର ୟୁନିଟ୍

କେନ୍ଦୁଝର(ପ୍ରଣୟ ପାଣି): ବେଆଇନ ଭାବେ ଚାଲିଛି କ୍ରସର ୟୁନିଟ୍ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମ୍ବଡହରା ପଥର ଖଣିର ଲିଜ୍ ଅବଧି ସରିଥିଲେ ମଧ୍ୟ ଲିଜଧାରୀ ଏଠାରୁ କ୍ରସର ଉଠାଉ ନ ଥିବା ଅଭିଯୋଗ ହୋଇଛି ।

୧୫ ଏକରର ଏହି ଜାଗାକୁ ଏକ ଘରୋଇ ସଂସ୍ଥାକୁ ୨୦୧୫ରେ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା । ମାଇନିଂ ପ୍ଲାନ୍ ଓ ପରିବେଶ ମଞ୍ଜୁରୀରେ ବିଳମ୍ବ କାରଣରୁ ଏଠାରେ ଖଣି କାର୍ଯ୍ୟ ବିଳମ୍ବ ହୋଇଥିଲା ।  ପରେ ଏଠାରେ କ୍ରସର ୟୁନିଟ୍ ସ୍ଥାପନ କରି ଲିଜଧାରୀ ପାଖାପାଖି ୧୫୦ ଫୁଟ୍ ଗଭୀରର ଏକ ପଥର ଖଣି କରି କୋଟି କୋଟି ଟଙ୍କାର ପଥର ବାହାର କରିଛନ୍ତି । କିନ୍ତୁ ଲିଜ୍ ଅବଧି ୨୦୨୧ ଫେବୃଆରୀ ୫ରେ ସରିଥିଲେ ବି ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ସ୍ଥାନାନ୍ତର କରିନଥିବା ଅଭିଯୋଗ ହୋଇଛି ।

ଏମିତିକି ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ୧୫୦ ଫୁଟ୍ ଗଭୀରର ପଥର ଖଣିକୁ ପୋତିବାର ବ୍ୟବସ୍ଥା ବି କରାଯାଉନି ।  ଅନ୍ୟ ପକ୍ଷରେ ଲିଜ୍ ସରିବା ପରେ ମଧ୍ୟ ଏଠାରେ କିଛିଦିନ ପର୍ଯ୍ୟନ୍ତ ଖଣି  କାର୍ଯ୍ୟ ଏବଂ କ୍ରସର ଚାଲୁଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି  ।

ଏଠାରେ ଗୋଟିଏ କ୍ରସର ୟୁନିଟ କାର୍ଯ୍ୟ କରିବାକୁ ଅନୁମତି ଥିବା ବେଳେ ଏହି ଘରୋଇ ସଂସ୍ଥା ଦୁଇଟି ମୋବାଇଲ କ୍ରସର ସହ ତିନୋଟି କ୍ରସର ଚଲାଉଥିବା ଅଭିଯୋଗ ହେଉଛି । ଏସଂପର୍କରେ ବାଂଶପାଳ ତହସିଲଦାର ସପନ କୁମାର ସାହୁ କହିଛନ୍ତି ଲିଜ୍ ଅବଧି ସରିଛି ଏବଂ ଲିଜ୍‌ଧାରୀଙ୍କୁ ଏଠାରୁ ଶୀଘ୍ର ସମସ୍ତ ଜିନିଷପତ୍ର ନେବାକୁ ନୋଟିସ୍ କରାଯାଇଛି  ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

The post ସରିଲାଣି ଲିଜ୍‌ ଅବଧି, ତଥାପି ଉଠୁନି କ୍ରସର ୟୁନିଟ୍ appeared first on Odisha Reporter.



from Odisha Reporter https://ift.tt/2X4zzkd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages