ଭାରତରେ ବଡ଼ଧରରଣ ହମଲା ପାଇଁ ଆଇଏସଆଇର ମସୁଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ଭାରତରେ ବଡ଼ଧରରଣ ହମଲା ପାଇଁ ଆଇଏସଆଇର ମସୁଧା

ନୂଆଦିଲ୍ଲୀ: ଭାରତରେ ବଡ଼ଧରଣର ଆତଙ୍କବାଦୀ ହମଲା କରିବାକୁ ଷଡ଼ଯନ୍ତ୍ର କରିଛି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଭାରତୀୟ ଗୁଇନ୍ଦା ବିଭାଗ ଏପରି ସୂଚନା ଦେବା ପରେ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ହାଇଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ସୂଚନା ଅନୁସାରେ, ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ଜନଗହଳୀପୂର୍ଣ୍ଣ ଅଞ୍ଚଳ ଆଇଏସ୍ଆଇ ଟାର୍ଗେଟରେ ରହିଛି।

ଟିଫନ ବକ୍ସରେ ଆଇଇଡି ଭର୍ତ୍ତି କରି ନିଜ ହମଲା ଯୋଜନାକୁ ବାସ୍ତବ ରୂପ ଦେବାକୁ ଆଇଏସ୍ଆଇ ଲକ୍ଷ୍ୟ ରଖିଛି। ବିଶେଷ କରି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଭିଡ଼ ଜମିବ। ଏହି ସମୟରେ ହିଁ ବିସ୍ଫୋରଣ କରିବାକୁ ଯୋଜନା କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସୀମାରେ ଅନୁପ୍ରବେଶ କରାଇବାକୁ ପାକିସ୍ତାନ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ଗୁଇନ୍ଦା ବିଭାଗ କହିଛି ଯେ ଆକ୍ରମଣ ଯୋଜନା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। କିଏ ଓ କେମିତି ଆକ୍ରମଣ କରିବ, ତା’ର ନକ୍ସା ଅଙ୍କା ଯାଇଛି।

ଏହି ସୂଚନା ମିଳିବା ପରେ ସୀମାରେ ୧୮ ତାରିଖରୁ ହିଁ ଯବାନମାନଙ୍କୁ ଆଲର୍ଟରେ ରଖାଯାଇଛି। ସୀମାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। କିଛି ଦିନ ତଳେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଏମାନେ ଭାରତରେ ୧୯୯୩ ଭଳି ବିସ୍ଫୋରଣ କରିବାକୁ ଲକ୍ଷ୍ୟ ରଖିଥିଲେ। ଏହାର ତଦନ୍ତ ଚାଲିଥିବା ବେଳେ ଗୁଇନ୍ଦା ବିଭାଗ ହମଲାର ସତର୍କ ସୂଚନା ଜାରି କରାଯାଇଛି।

The post ଭାରତରେ ବଡ଼ଧରରଣ ହମଲା ପାଇଁ ଆଇଏସଆଇର ମସୁଧା appeared first on Odisha Reporter.



from Odisha Reporter https://ift.tt/2ZtFe4j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages