ଆମେରିକାର ସୁପର ମାର୍କେଟରେ ଗୁଳିମାଡ଼, ଏଯାଏ ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ଆମେରିକାର ସୁପର ମାର୍କେଟରେ ଗୁଳିମାଡ଼, ଏଯାଏ ଜଣେ ମୃତ

ୱାଶିଂଟନ: ଆମେରିକାର ଗୋଟିଏ ସୁପର ମାର୍କେଟରେ ଜଣେ ଅଜଣା ଆତତାୟୀ ଆଖିବୁଜା ଗୁଳିମାଡ଼ କରିଛି। ଆମେରିକାର ମେମଫିସ ନିକଟରେ ଥିବା ସୁପର ମାର୍କେଟରେ ଏପରି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

ସେହିପରି ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିଛି। ଘଟଣା ପରେ ଗୁଳିକାଣ୍ଡ ଘଟିଥିବା କୋଲିରଭିଲ୍ଲେର କ୍ରୋଗର ଗ୍ରୋସରୀ ଷ୍ଟୋରରେ ଦଳା ଚକଟା ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ପୁଲିସ୍‌ କହିଛି ଯେ ଘଟଣା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ସେମାନେ ଜୀବନ ବିକଳରେ ଦୌଡ଼ିବାରୁ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଗୁଳି ମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛି। ତା’ ଶରୀରରେ ଗୁଳି ମାଡ଼ର ଚିହ୍ନ ରହିଛି। ତେଣୁ ସେ ଆଖିବୁଜା ଗୁଳିମାଡ଼ କରିବା ପରେ ନିଜକୁ ମଧ୍ୟ ଗୁଳି କରିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସ୍ୱାଟ ଟିମ୍‌ ସହ ଅନ୍ୟାନ୍ୟ ଫୋର୍ସ ସୁପର ମାର୍କେଟ ନିକଟରେ ପହଞ୍ଚିଥିଲେ। ସେମାନେ ଏବେ ପୂରା ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବାକୁ ସକ୍ଷମ ହୋଇଛନ୍ତି। କର୍ମଚାରୀଙ୍କ ସହାୟତାରେ ବିଲଡିଂ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ରହିଛନ୍ତି। ସେ ୱାଶିଂଟନରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାପୂର୍ବରୁ ହିଁ ସୁପର ମାର୍କେଟରେ ଗୁଳିମାଡ଼ ହୋଇଛି।

The post ଆମେରିକାର ସୁପର ମାର୍କେଟରେ ଗୁଳିମାଡ଼, ଏଯାଏ ଜଣେ ମୃତ appeared first on Odisha Reporter.



from Odisha Reporter https://ift.tt/2ZgY2n9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages