ଏନଏଚ୍‌ କଡ଼ରୁ ମିଳିଲା ୨ ମୃତଦେହ, ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 2, 2021

ଏନଏଚ୍‌ କଡ଼ରୁ ମିଳିଲା ୨ ମୃତଦେହ, ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ

ଯାଜପୁର(ଅଭୟ ପତି): ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ମିଳିଲା ୨ ଟି ମୃତଦେହ। ୨ ମୃତକଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହା ଦୁର୍ଘଟଣାଜନିତ ମୃତ୍ୟୁ ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ପ୍ରେମ ବ୍ୟାପାରରୁ ଯୁବତୀଙ୍କ ପରିବାର ଲୋକ ଏପରି କାଣ୍ଡ ଘଟାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳୁ ଯାଜପୁର ଜିଲ୍ଲା ମଧ୍ୟ ଦେଇ ଯାଇଥିବା NH 16 ଜାତୀୟ ରାଜପଥର ପାଣିକୋଇଲି ଟୋଲ ଗେଟ ନିକଟରେ ଦେଖିବାକୁ ମିଳିଛି।

ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ମରାମତି କାମ ଚାଲୁଥିବା ଯୋଗୁ ଉକ୍ତ ରାସ୍ତାଟି ବନ୍ଦ ରହିଥିଲା। ଉକ୍ତ ରାସ୍ତାରେ ଆଜି ସକାଳୁ ୨ ମୃତଦେହ ଓ ତା’ ନିକଟରେ ଏକ ବାଇକ୍‌ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨ ମୃତକଙ୍କ ମଧ୍ୟରେ ଜଣେ ନିକଟସ୍ଥ ଜନହା ଗ୍ରାମର ବିଜୟ ସାହୁ ବୋଲି ଜଣାପଡିଛି। ବିଜୟଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଏହା ଦୁର୍ଘଟଣାଜନିତ ମୃତ୍ୟୁ ନୁହେଁ ବୋଲି କହିଛନ୍ତି।

ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ,  ବିଜୟ ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତ ରାତିରେ ପୁଅ ଘରୁ କୁଆଡେ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲା। ଯୁବତୀଙ୍କ ପରିବାର ଲୋକ ଆକ୍ରୋଶ ରଖି ତାଙ୍କୁ ଡକାଇଥିବା ପରିବାର ଲୋକ କହିଛନ୍ତି। ଏହାପରେ ତାଙ୍କୁ  ଅନ୍ୟତ୍ର ହତ୍ୟା କରି ଜାତୀୟ ରାଜପଥରେ ମୃତଦେହ ଫୋପାଡ଼ି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ପୁଲିସ୍‌  ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇ ତଦନ୍ତ ଆରମ୍ଭ କରିଛି।

The post ଏନଏଚ୍‌ କଡ଼ରୁ ମିଳିଲା ୨ ମୃତଦେହ, ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3gUwcDe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages