‘ମୋ ପୁଅ ଫେରିବ, ପଛରୁ ଡାକିବ, ମା’ ମୁଁ ଏଇଠି ଅଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 2, 2021

‘ମୋ ପୁଅ ଫେରିବ, ପଛରୁ ଡାକିବ, ମା’ ମୁଁ ଏଇଠି ଅଛି’

ମୁମ୍ବାଇ:  ହୃଦ୍‌ଘାତରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ଖବରକୁ କେହି ସହଜେ ବିଶ୍ୱାସ କରିପାରୁ ନାହାନ୍ତି।  ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ତାଙ୍କ ମା’ ନିଜ କୋହକୁ ସମ୍ଭାଳି ପାରୁ ନାହାନ୍ତି।  ମାତ୍ର ୪୦ ବର୍ଷ ବୟସରେ ପୁଅର ଚାଲିଯିବାକୁ ସହଜେ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ମା’। ସେ ଏବେବି ଭାବୁଛନ୍ତି, ପୁଅ ଫେରିବ । ପଛରୁ ଡାକିବ ମା’ ମୁଁ ଏଇଠି।  ମୋତେ ଏହି ଜିନିଷ ଦିଅ।

ନିଜ ମା’ଙ୍କ ସହ ଖୁବ୍‌ ଭଲ ବଣ୍ଡ ଶେଆର କରୁଥିଲେ ସିଦ୍ଧାର୍ଥ। ମୃତ୍ୟୁର କିଛି ଦିନ ପୂର୍ବରୁ ମା’ଙ୍କ ପାଇଁ ଏକ ପୋଷ୍ଟ ଶେଆର କରି ତାଙ୍କ ସମ୍ପର୍କ ବିଷୟରେ ଜଣାଇଥିଲେ। ଏପରିକି ନିଜ ମା’ଙ୍କ ସହ ମସ୍ତି କରୁଥିବାର ବହୁ ଫଟୋ ବି ଶେଆର କରିଥିଲେ।

ନିଜ ପୋଷ୍ଟରେ ସିଦ୍ଧାର୍ଥ ଲେଖିଥିଲେ, ବାହାରକୁ ଲୋକେ ମୋତେ ଖୁବ୍‌ ରଫ ଆଣ୍ଡ ଟଫ ବୋଲି ଭାବିଥାନ୍ତି। କିନ୍ତୁ ଏପରି ଜଣେ ବ୍ୟକ୍ତି ଯାହାଙ୍କ ନିକଟରେ ମୁଁ ଭାବୁକ ହୋଇଯାଇଥାଏ, ସେ ହେଉଛନ୍ତି ମୋ ମା’ । ଭାଇଭଉଣୀ ୩ ଜଣଙ୍କ ଭିତରେ ମୁଁ ସବୁଠୁ ଛୋଟ ଥିବାରୁ ଭଉଣୀମାନଙ୍କ ସହ ସାଙ୍ଗ ହୋଇପାରେନି। ତେଣୁ ସବୁବେଳେ ମା’ଙ୍କ ଚାରିପାଖେ ବୁଲୁଥାଏ।

ମା’କୁ ଛାଡ଼ି ଗୋଟିଏ ବି ସେକେଣ୍ଡ ରହିପାରୁ ନ ଥିବା ସିଦ୍ଧାର୍ଥଙ୍କୁ ମା’ ବି ସବୁବେଳେ ପାଖେପାଖେ ରଖୁଥିଲେ। ଏପରିକି ରୋଟି କରିବାକୁ ଗୋଟେ ହାତରେ ସିଦ୍ଧାର୍ଥଙ୍କୁ ଧରୁଥିବା ବେଳେ ଗୋଟେ ହାତରେ ରୁଟି କରୁଥିଲେ। ଏପରି ଧିରେ ଧିରେ ମା’ ସିଦ୍ଧାର୍ଥଙ୍କର ବେଷ୍ଟ ଫ୍ରେଣ୍ଡ ହୋଇଯାଇଥିଲେ। ଖେଳିକି ଫେରିବା ପରେ ମା’ଙ୍କୁ ସବୁ କଥା କହୁଥିଲେ ସିଦ୍ଧାର୍ଥ।

ମା’ଙ୍କ ସହ ସିଦ୍ଧାର୍ଥ ଶୁକ୍ଳା।

ଯେଉଁ ବୟସରେ ପିଲାମାନେ ନିଜ ମା’ବାପାଙ୍କଠାରୁ କଥା ଲୁଚାଇବାକୁ ଚେଷ୍ଟା କରନ୍ତି, ମୁଁ ସବୁ ତାଙ୍କୁ କହିବାକୁ ଚେଷ୍ଟା କରୁଥିଲି। ଜୀବନରେ ତାଙ୍କଠୁ ବହୁତ କିଛି ଶିଖିଛି। ଏପରିକି ମୁଁ ବହୁତ ଦୁଷ୍ଟ ଥିବା ବେଳେ ସେ ବୁଝାଇବା ପରେ ନିଜ ଭୁଲ୍‌ ସ୍ୱୀକାର କରୁଥିଲି ବୋଲି ଲେଖିଛନ୍ତି ସିଦ୍ଧାର୍ଥ ।

୧୫ ବର୍ଷ ପୂର୍ବେ ବାପା ଚାଲିଯିବା ପରେ ଆମର ସବୁକିଛି ଶେଷ ହୋଇଗଲା ବୋଲି ଭାବିଥିଲି। କିନ୍ତୁ, ମୋ ମା’ ଆମ ନିକଟରେ ଚଟାଣ ହୋଇ ଛିଡ଼ା ହୋଇଥିଲେ।  ସେ ଆମକୁ ସମ୍ଭାଳି ନେଇଥିଲେ। ଆମ ଇଚ୍ଛା ପୂରଣ କରିବାକୁ ତାଙ୍କୁ ବହୁତ କିଛି ତ୍ୟାଗ କରିବାକୁ ପଡ଼ିଥିଲା।  ମୁଁ ମଡେଲିଂ ଦୁନିଆରେ ପାଦ ଥାପିବା ପଛରେ ମା’ଙ୍କର ବହୁତ ବଡ଼ ଅବଦାନ ଅଛି। ସେ ହିଁ ମୋତେ ମଡେଲିଂ ପ୍ରତିଯୋଗିତାକୁ ପଠାଇଥିଲେ, ଯେଉଁଠୁ ମୁଁ ଜିତିକି ଆସିଥିଲି।

ମା’ଙ୍କ ସହ ସିଦ୍ଧାର୍ଥ ଶୁକ୍ଳା।

ନିଜ ମା’ଙ୍କଠାରୁ ଦୂରରେ ରହିବାକୁ ଭଲ ପାଉ ନ ଥିବା ସିଦ୍ଧାର୍ଥ ବିଗ୍‌ ବସ୍‌ରେ ଥିବା ସମୟରେ ତାଙ୍କ ସହ ୩ ମାସ କଥା ହୋଇପାରି ନ ଥିଲେ। ଯାହାକି ସବୁଠୁ ଅଧିକ କଷ୍ଟଦାୟକ ଥିଲା। ଏପରିକି ଥରେ ତାଙ୍କ ଚିଠି ଆସିବାରୁ ତାକୁ ମା’ଙ୍କ ସ୍ୱରରେ ହିଁ ପଢ଼ିବାକୁ ଚେଷ୍ଟା କରିଥିଲେ। ଯେପରିକି ସେ ତାଙ୍କ ପାଖରେ ଅଛନ୍ତି।

ଯେତେବେଳେ ବି ସେ  ମୋ ଉପରେ ଗର୍ବ ଅନୁଭବ କରନ୍ତି, ତାହା ଜୀବନର ସବୁଠୁ ସୁଖଦ ଅନୂଭୂତି। କାରଣ ମୁଁ ତାଙ୍କ ମୁହାଁରେ ହସ ଫୁଟାଇବାକୁ ଚାହୁଁଛି। ଆଜି ବି ସେ ମୋ ଆଙ୍କର, ଯିଏ କି ପ୍ରତିଦିନ ମୋତେ ଉପଦେଶ ଦେଇଥାନ୍ତି ବୋଲି ପୋଷ୍ଟ କରିଥିଲେ ସିଦ୍ଧାର୍ଥ।

ହେଲେ ଏବେ ବି ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ତାଙ୍କ ମା’ ।

The post ‘ମୋ ପୁଅ ଫେରିବ, ପଛରୁ ଡାକିବ, ମା’ ମୁଁ ଏଇଠି ଅଛି’ appeared first on Odisha Reporter.



from Odisha Reporter https://ift.tt/3DJB47Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages