ଅମରିନ୍ଦରଙ୍କ ବିଦ୍ରୋହ, ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ଦେବାକୁ କଲେ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

ଅମରିନ୍ଦରଙ୍କ ବିଦ୍ରୋହ, ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ଦେବାକୁ କଲେ ଘୋଷଣା

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ସୃଷ୍ଟି ହୋଇଥିବା କଳି ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦଳୀୟ କନ୍ଦଳ ଯୋଗୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ଏବେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି।

ସିଦ୍ଧୁଙ୍କ ଷଡ଼ଯନ୍ତ୍ର ଯୋଗୁ ହିଁ ସେ ମୁଖ୍ୟମନ୍ତ୍ରୀ ପଦ ଅଧାରୁ ଛାଡ଼ିଛନ୍ତି। ସିଦ୍ଧୁଙ୍କ କ୍ୟାମ୍ପର ଏକାଧିକ ବିଧାୟକ ଅମରିନ୍ଦରଙ୍କ ବିରୋଧରେ ବିଦ୍ରୋହ କରିଥିଲା। ଫଳରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସେ ଇସ୍ତଫା ଦେଇଛନ୍ତି। କିନ୍ତୁ ଇସ୍ତଫା ପରେ ଅମରିନ୍ଦର ଏବେ ବି କଂଗ୍ରେସରେ ରହିଛନ୍ତି।

ହେଲେ ସେ ସିଦ୍ଧୁଙ୍କୁ ଅଟକାଇବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ଏହା ଆସନ୍ତାବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବେଳେ ଦଳ ପାଇଁ ଘାତକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅମରିନ୍ଦର ବିଧାନସଭା ନିର୍ବାଚନ ବେଳେ ସିଦ୍ଧୁଙ୍କ ବିରୋଧରେ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବେ। ତାଙ୍କୁ ଅଟକାଇବା ପାଇଁ ସେ ସବୁ ପ୍ରକାରର ବଳିଦାନ ଦେବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି।

ଏଥିସହ ଅମରିନ୍ଦର ସିଂହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅନଭିଜ୍ଞ ରାଜନେତା ମଧ୍ୟ କହିଛନ୍ତି। ସେମାନଙ୍କୁ କିଛି ନେତା ଭୁଲ ରାସ୍ତାରେ ନେଉଥିବା ମଧ୍ୟ ଅମରିନ୍ଦର କହିବାକୁ ପଛାଇ ନାହାନ୍ତି।

ତେବେ ସେ କଂଗ୍ରେସରେ ରହି ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ଦେବେ ନା ଆଉ କେଉଁ ଦଳକୁ ଯିବେ, ସେକଥା ସ୍ପଷ୍ଟ ହୋଇନି। ମିଳିଥିବା ସୂଚନା ଅନୁଯାୟୀ, ଅମରିନ୍ଦର ଖୁବଶୀଘ୍ର କଂଗ୍ରେସ ଛାଡ଼ିବେ। ଏହାପରେ ସେ ନିଜର ସ୍ୱତନ୍ତ୍ର ଦଳ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ।

ସେ କହିଛନ୍ତି, “ବିଜୟ ପରେ ମୁଁ ସବୁକିଛି ଛାଡ଼ି ଦେବାକୁ ପ୍ରସ୍ତୁତ ଥିଲି। କିନ୍ତୁ ହାରିବା ପରେ କେବେ ହେଲେ ଛାଡ଼ି ପାରିବି ନାହିଁ। ୩ ସପ୍ତାହ ତଳେ ମୁଁ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବା ପରେ ପଦ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲି। ହେଲେ ସେ ମୋତେ ପଦରେ ରହିବାକୁ ପରାମର୍ଶ ଦେଇଥିଲେ।

ଯଦି ସେ ମୋତେ କେବଳ ଗୋଟିଏ କଲ୍‌ କରି ପଦ ଛାଡ଼ିବାକୁ କହିଥାଆନ୍ତେ, ତା’ହେଲେ ମୁଁ ବେଶ ଖୁସିରେ ମୁଖ୍ୟମନ୍ତ୍ରୀ ପଦରୁ ଛାଡ଼ି ଦେଇଥାଆନ୍ତି। ମୁଁ କେବେ ହେଲେ ବିଧାୟକମାନଙ୍କୁ ଗୋଆ କିମ୍ବା ଅନ୍ୟ ସ୍ଥାନକୁ ବିମାନରେ ନେବିନାହିଁ। ମୁଁ କେବେ ହେଲେ ସେମିତି କରିବିନି। ଗାନ୍ଧି ପରିବାର ଭଲ ଭାବେ ମୁଁ କେମିତି କାମ କରେ ଜାଣିଛନ୍ତି। ପ୍ରିୟଙ୍କା ଓ ରାହୁଲ ମୋ ପିଲା ଭଳି। ସେମାନଙ୍କୁ ଭୁଲ ରାସ୍ତାରେ ନିଆଯାଉଛି। ସେମାନେ ଅନଭିଜ୍ଞ ବୋଲି କିଛି ବୁଝି ପାରୁନାହାନ୍ତି। ଏସବୁ ଘଟଣା ଏମିତି ଶେଷ ହେବାର ନଥିଲା। ମୁଁ ଆଘାତ ପାଇଛି। ମୁଁ ଲଢ଼େଇ କରିବି।”

ସିଦ୍ଧୁଙ୍କ ସମାଲୋଚନା କରି ଶ୍ରୀ ସିଂହ କହିଛନ୍ତି, ନୂଆ ସରକାରରେ ସିଦ୍ଧୁ ହସ୍ତକ୍ଷେପ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଚୟନରେ ତାଙ୍କର ଦବଦବା ଦେଖାଯାଇଛି। ନିଜ ମନ୍ତ୍ରୀ ପଦ ସମ୍ଭାଳି ପାରି ନଥିବା ଜଣେ ବ୍ୟକ୍ତି ପୂରା କ୍ୟାବିନେଟକୁ ପରିଚାଳନା କରିବାକୁ ଉଦ୍ୟମ କରିବା ଦୁଃଖର ବିଷୟ।

ଯଦି ସିଦ୍ଧୁ ନିଜକୁ ସୁପର ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ଦେବାକୁ ଚାହୁଁଛନ୍ତି, ତା’ହେଲେ କେବେ ହେଲେ ଦଳ ଭଲ ଭାବେ କାର୍ଯ୍ୟ କରିପାରିବ ନାହିଁ। ଡ୍ରାମା ମାଷ୍ଟରଙ୍କ ନେତୃତ୍ୱରେ କଂଗ୍ରେସ ପଞ୍ଜାବ ବିଧାନସଭାରେ ଦୁଇ ଅଙ୍କ ଛୁଇଁବା ମଧ୍ୟ ବେଶ କଷ୍ଟକର। ଏହାକୁ ଦଳର ହାଇକମାଣ୍ଡ ବୁଝିବା ଦରକାର।

ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ କେବେ ବି ଗ୍ରହଣ କରାଯିବ ନାହିଁ। ସେ ଯଦି ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଚେଷ୍ଟା କରନ୍ତି, ତା’ହେଲେ ତାଙ୍କୁ ରୋକିବାକୁ ସବୁ ପ୍ରକାରର ପଦକ୍ଷେପ ନିଆଯିବ। କାରଣ ସିଦ୍ଧୁ ରାଜ୍ୟ ପାଇଁ ବିପଦ। ତାଙ୍କ ବିରୋଧରେ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ଛିଡ଼ା ହେବେ। ସିଦ୍ଧୁଙ୍କୁ ରୋକିବା ପାଇଁ ମୁଁ ସବୁ ପ୍ରକାରର ବଳିଦାନ ଦେବାକୁ ପ୍ରସ୍ତୁତ ଥିବା ଅମରିନ୍ଦର ସିଂହ କହିଛନ୍ତି।

The post ଅମରିନ୍ଦରଙ୍କ ବିଦ୍ରୋହ, ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ଦେବାକୁ କଲେ ଘୋଷଣା appeared first on Odisha Reporter.



from Odisha Reporter https://ift.tt/3u2ka03

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages