୨୩ ସେପ୍ଟେମ୍ବର,ଗୁରୁବାର: ଶତ୍ରୁମାନେ ମିତ୍ରତାର ହାତ ବଢାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

୨୩ ସେପ୍ଟେମ୍ବର,ଗୁରୁବାର: ଶତ୍ରୁମାନେ ମିତ୍ରତାର ହାତ ବଢାଇବେ

ମେଷ: ବ୍ୟବସାୟରେ ଅଧିକ ଲାଭ ହେବ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

ବୃଷ: ସରକାରୀ କର୍ମଚାରୀ କାର୍ଯ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭ ପାଇବେ। ମାନସମ୍ମାନ ବୃଦ୍ଧି ହେବ। ଦୂରଯାତ୍ରା କରି ସଫଳତା ପାଇବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀମାନେ ପରିଶ୍ରମ କରି ପ୍ରଶଂସିତ ହେବେ।

କର୍କଟ: କିଛି ବ୍ୟକ୍ତିଗତ ସମସ୍ୟା ବ୍ୟସ୍ତତାରେ ପକାଇଦେବ। ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ସିଂହ: ବନ୍ଧୁଙ୍କ ସହଯୋଗ ପାଇବେ। ବ୍ୟବସାୟୀମାନେ ନୂତନପନ୍ଥା ଅନୁସରଣ କରିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

କନ୍ୟା: ଆଜି ଆପଣଙ୍କ କାର୍ଯ୍ୟରେ ଉଚ୍ଚଅଧିକାରୀ ସନ୍ତୁଷ୍ଟ ହୋଇ ସହଯୋଗର ହାତ ବଢ଼ାଇବେ। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ।

ତୁଳା: ଘରକୁ ଅତିଥି ଆସିପାରନ୍ତି। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ। ନିଜର ବୁଦ୍ଧି ବିବେକ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ।

ବିଚ୍ଛା: ଦୂରଯାତ୍ରାର ସୁଯୋଗ ପାଇ ଉତ୍ସାହିତ ହେବେ। ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତିର ସୂଚନା ପାଇବେ।

ଧନୁ: ଦେହ ମନ ସୁସ୍ଥ ରହିବ। ଆୟ ଅପେକ୍ଷା ବ୍ୟୟ  ଅଧିକ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: କାର୍ଯ୍ୟରେ ବ୍ୟସ୍ତ ରହିବେ। କୌଣସି କାରଣରୁ ମନ ଭାରାକ୍ରାନ୍ତ ହୋଇପାରେ। ବ୍ୟବସାୟରେ କମ୍‌ ଲାଭ ମିଳିବ।

କୁମ୍ଭ: ପାରିବାରିକ ସମସ୍ୟାର ସମାଧାନ ହେବ । ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ମୀନ: ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକ ଲାଗିବା ଫଳରେ ମନ ଅଶାନ୍ତି ରହିବ।

 

The post ୨୩ ସେପ୍ଟେମ୍ବର,ଗୁରୁବାର: ଶତ୍ରୁମାନେ ମିତ୍ରତାର ହାତ ବଢାଇବେ appeared first on Odisha Reporter.



from Odisha Reporter https://ift.tt/3nZLuv0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages