୧୨ ସେପ୍ଟେମ୍ବର, ରବିବାର: ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 11, 2021

୧୨ ସେପ୍ଟେମ୍ବର, ରବିବାର: ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ

ମେଷ: ବହୁ ଦିନର ଆଶା ପୂରଣ ହେବ। ସୁସମ୍ବାଦ ପ୍ରାପ୍ତିହେବ। ବ୍ୟବସାୟରେ ଉନ୍ନତି ଆସିବ।

ବୃଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ବୃତ୍ତିଗତ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ମିଥୁନ: ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହ କରିବେ। ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ।

କର୍କଟ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପିଲାମାନଙ୍କର ପାଠପଢ଼ାକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ହେବେ।

ସିଂହ: ପାରିବାରିକ ସମସ୍ୟାକୁ ନେଇ ବଦନାମ ହୋଇପାରନ୍ତି। ବ୍ୟବସାୟୀମାନେ କ୍ଷତି ସହିବେ। ଗୁପ୍ତ ଶତୃ ବୃଦ୍ଧି ହେବେ।

କନ୍ୟା: ଯାତାୟାତ ସମୟରେ ସାବଧାନତା ଅବଳମ୍ବନ କରନ୍ତୁ। ସମାଜରେ ମାନସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ଖୁସିଖବର ପ୍ରାପ୍ତି ହେବ। ସନ୍ତାନମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଅପରାହ୍ନରେ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ।

ବିଛା: ସହକର୍ମୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ।

ଧନୁ: କୌଣସି କଥାକୁ ନେଇ ମନରେ ଭୟ ସଞ୍ଚାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ।

ମକର: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ। ପ୍ରତିଟି କାର୍ଯ୍ୟକୁ ଅତି ସହଜରେ କରିବେ। ବ୍ୟବସାୟରେ ଆୟ ଅଧିକ ହେବାରୁ ମନ ଖୁସି ରହିବ।

କୁମ୍ଭ: କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବନ୍ଧୁବାନ୍ଧବଙ୍କର ପରାମର୍ଶ ନେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ।

ମୀନ: ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ସୁସ୍ୱାଦୁ ଭୋଜନ କରିବେ।

The post ୧୨ ସେପ୍ଟେମ୍ବର, ରବିବାର: ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ appeared first on Odisha Reporter.



from Odisha Reporter https://ift.tt/3nt9giu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages