କୋଲକାତା: ଜାରି ରହିଛି ଅଜଣା ଜ୍ୱର ଆତଙ୍କ। ଏହି ଜ୍ୱରର ଶିକାର ହେଉଛନ୍ତି ଛୋଟ ଶିଶୁ। ଏପରିକି ଅନେକ ଛୋଟ ଛୁଆଙ୍କ ଜୀବନ ମଧ୍ୟ ନେଲାଣି ଏହି ଅଜଣା ଜ୍ୱର। ସେପଟେ ଏହାକୁ ନେଇ ନୂଆ ଭାଇରସ ଭୟ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗରେ ଅଜଣା ଜ୍ୱର ଆତଙ୍କ ସୃଷ୍ଟି ହୋଇଛି। ଜ୍ୱରରେ ପୀଡିତ ହୋଇ ଆଉ ୨ ଜଣ ଶିଶୁ ଆଖିବୁଜିଛନ୍ତି। ଏହାକୁ ମିଶାଇ ଉତ୍ତର ବଙ୍ଗର ୪ଟି ଜିଲ୍ଲାରେ ମୋଟ ୧୩ଜଣ ଶିଶୁ ପ୍ରାଣ ହରାଇସାରିଲେଣି।
କେବଳ ମାଲଦାରେ ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ସେପଟେ ମାଲଦା ମେଡିକାଲ ହସ୍ପିଟାଲରେ ବେଡ୍ ଅଭାବ ଯୋଗୁଁ ଗୋଟିଏ ବେଡ୍ରେ ହିଁ ୩ ଜଣ ଲେଖାଏଁ ଶିଶୁଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ପିଳାଙ୍କୁ ଜ୍ୱର ହେବା ସହ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି। ସେପଟେ ଆର୍ଏସ୍ ଭାଇରସ(Respiratory Syncytial Virus) ରେ ଶିଶୁମାନେ ସଂକ୍ରମିତ ହେଉଥିବା ବିଶେଜ୍ଞମାନେ ଆଶଙ୍କା କରିଛନ୍ତି।
ସେପଟେ ସିଲିଗୁଡି ସମେତ ବିଭିନ୍ନ ଜିଲ୍ଲାର ହସ୍ପିଟାଲଗୁଡିକରେ ଜ୍ୱରରେ ପୀଡିତ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ, ଗୁରୁତର ଅସୁସ୍ଥ ନହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ନାହିଁ।
ସରକାରୀ ଡାକ୍ତରଖାନା ତଥା ନର୍ସିଂହୋମରେ ମଧ୍ୟ ମଧ୍ୟ ଭିଡ଼ ଜମିଛି। ମାଲଦା ମେଡିକାଲ କଲେଜ ହସ୍ପିଟାଲରେ ପିଲାମାନଙ୍କ ପାଇଁ ୧୨୦ଟି ଶଯ୍ୟା ଅଛି, କିନ୍ତୁ ହାରାହାରି ୫୦ରୁ ୬୦ ପିଲା ପ୍ରତିଦିନ ଭର୍ତ୍ତି ହେଉଛନ୍ତି। ଫଳସ୍ୱରୂପ, ଗୋଟିଏ ଶଯ୍ୟାରେ ଏକରୁ ଅଧିକ ଶିଶୁ ଚିକିତ୍ସିତ ହେଉଛନ୍ତି। ଡାକ୍ତରମାନେ କହିଛନ୍ତି ଯେ ଅଧିକାଂଶ ପିଲାଙ୍କଠାରେ ନିମୋନିଆ ଚିହ୍ନଟ ହୋଇଛି। କେତେକ କ୍ଷେତ୍ରରେ MIS ର ଲକ୍ଷଣ ମଧ୍ୟ ଦେଖାଦେଉଛି। ସବୁ ସଂକ୍ରମିତ ପିଲାଙ୍କ ପୁନର୍ବାର ପରୀକ୍ଷା କରାଯାଉଛି।
କ’ଣ ଏହି ଆର୍ଏସ୍ ଭାଇରସ?
କାଶିବା ବା ଝିଙ୍କିବା ପରେ ଯେଉଁ ଡ୍ରପଲେଡ୍ ବହାରିଥାଏ ସେଥିରୁ ଏହି ସଂକ୍ରମଣ ବ୍ୟାପେ। ଏହି ଭୂତାଣୁର ସଂକ୍ରମଣ ସାଧାରଣତଃ ଶୀତ ଦିନେ ବଢ଼ିଥାଏ। ଏହି ଆର୍ଏସ୍ ଭାଇରସ ଅତ୍ୟଧିକ ସଂକ୍ରାମକ। ଏଥିରେ ପିଲାମାନେ ସଂକ୍ରମିତ ହେବାର ସମ୍ଭାବନା ଅଧିକ।
ସମଗ୍ର ଉତ୍ତର ବଙ୍ଗରେ ଜ୍ୱର ବ୍ୟାପିବା ପରେ ସିଲିଗୁରିର ଉତ୍ତର ବେଙ୍ଗାଲୁରୁ ମେଡିକାଲ କଲେଜ VRDL କୁ ବିଭିନ୍ନ ଜିଲ୍ଲାରୁ ନମୁନା ଆସୁଛି। କିନ୍ତୁ RS ଜୀବାଣୁ ପରୀକ୍ଷା କରିବାକୁ କୌଣସି ବ୍ୟବସ୍ଥା ନାହିଁ। ଫଳସ୍ୱରୂପ, ପରିସ୍ଥିତିର ମୁକାବିଲା ପାଇଁ ବାକି ପରୀକ୍ଷା ସହିତ ଭାଇରସ୍ ଚିହ୍ନଟ ପରୀକ୍ଷା ଆରମ୍ଭ କରିବାକୁ VRDL ରାଜ୍ୟକୁ ଅନୁମୋଦନ ଲୋଡିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ଏହାର ଲକ୍ଷଣ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କଠାରେ ଦେଖାଯାଉଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଜୁଲାଇ ମାସରେ ଆରଏସ ଭାଇରସ ସାରା ବିଶ୍ୱରେ ଦେଖାଦେଇଥିଲା। ଦୁଇ ମାସ ପୂର୍ବେ ଅଗଷ୍ଟ-ସେପ୍ଟେମ୍ବରରେ ଏହି ଜୀବାଣୁ ସାମ୍ନାକୁ ଆସିଥିଲା।
The post ଅଜଣା ଜ୍ୱର: ନୂଆ ଭାଇରସ ଭୟ, ନେଲାଣି ୧୩ ଜୀବନ appeared first on Odisha Reporter.
from Odisha Reporter https://ift.tt/3kjYb1c
No comments:
Post a Comment