ଅମରିନ୍ଦରଙ୍କ ଲୋକପ୍ରିୟତାକୁ ଡରିଗଲା କି କଂଗ୍ରେସ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 19, 2021

ଅମରିନ୍ଦରଙ୍କ ଲୋକପ୍ରିୟତାକୁ ଡରିଗଲା କି କଂଗ୍ରେସ?

ଚଣ୍ଡିଗଡ:  ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଞ୍ଜାବର ପରବର୍ତ୍ତୀ କ୍ୟାପଟେନ କିଏ ହେବେ? ଏନେଇ ଏବେବି ଜାରି ରହିଛି ସସ୍‌ପେନ୍ସ। କଂଗ୍ରେସରେ ରୁଦ୍ଧ ଦ୍ୱାର ବୈଠକ ଚାଲିଛି। ଏହାରି ଭିତରେ ଗାନ୍ଧୀ ପରିବାର କ୍ୟାପଟେନ ବା ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ବରିଷ୍ଠ ନେତା ଅମ୍ବିକା ସୋନିଙ୍କୁ ବସାଇବାକୁ ଚାହୁଁଥିଲା। ହେଲେ ଅମ୍ବିକା ନିଜେ ଏହି ପଦରେ ବସିବେ ନାହିଁ ବୋଲି ମନା କରି ଦେଇଛନ୍ତି। ଏଥିସହ ଅମ୍ବିକା ପୁଣିଥରେ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଯାଇଛନ୍ତି। ଏହାରି ଭିତରେ କଂଗ୍ରେସର ଏପରି ସ୍ଥିତିକୁ ନେଇ ବିଜେପି ଟାର୍ଗେଟ କରିଛି।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ,  ଅମରିନ୍ଦର ସିଂଙ୍କର ବଢୁଥିବା ଲୋକପ୍ରିୟତାକୁ ଭୟ କରି କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛି।

ଯୋଶୀ କହିଛନ୍ତି, ‘କ୍ୟାପଟେନ ଅମରିନ୍ଦର ସିଂ ଜଣେ ଲୋକପ୍ରିୟ ନେତା। ଦଳ ହୃଦବୋଧ କରି ସାରିଛି ଯେ ଅମରିନ୍ଦର ସିଂ, ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ଅଧିକ ଲୋକପ୍ରିୟ ହେଉଛନ୍ତି। ଯେଉଁମାନେ ନିଜେ ଏତେ ଅସୁବିଧାରେ ଅଛନ୍ତି, ସେମାନେ ଆମକୁ ପ୍ରଶ୍ନ କରୁଛନ୍ତି। ଆମକୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବାର କୌଣସି ଆବଶ୍ୟକ ନାହିଁ।’

ପଞ୍ଜାବ କଂଗ୍ରେସର ବିଧାୟକ ଦଳର ବୈଠକ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ତେବେ ଦଳର ବିଧାୟକ ସୁଖଜିନ୍ଦର ସିଂ ରାନ୍ଧୱା କହିଛନ୍ତି ଯେ ଆସନ୍ତା ୨ ରୁ ୩ ଘଣ୍ଟା ମଧ୍ୟରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ନିଷ୍ପତ୍ତି ନିଆଯିବ।

କଂଗ୍ରେସ ସାଂସଦ ଅମ୍ବିକା ସୋନି ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପାଇଁ ଦଳର ହାଇ କମାଣ୍ଡଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋନି କହିଛନ୍ତି ଯେ, ସେ ଏହି ସମୟରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ନାହିଁ। ପଞ୍ଜାବରେ କେବଳ ଜଣେ ଶିଖଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍।

ସୂଚନାଯୋଗ୍ୟ, କଂଗ୍ରେସରେ ଅମରିନ୍ଦର ଜଣେ ଷ୍ଟଲଓ୍ୱାର୍ଟ ନେତା। ୨୦୧୭ରେ ଯେତେବେଳେ ମୋଦି ଲହର ପିକ୍ ଷ୍ଟେଜରେ ଥିଲା ସେତେବେଳେ ବିଧାନସଭା ନିର୍ବାଚନ ହୋଇଥିଲା। ପଞ୍ଜାବରେ କଂଗ୍ରେସ ବିରୋଧୀ ଆସନରେ ଥିଲା। ଶାସନ ଗାଦିରେ ଅକାଳୀ ଦଳ ଏବଂ ବିଜେପି ବସିଥିଲା। ଏହାପରେ ବି ଅମରିନ୍ଦରଙ୍କ ନେତୃତ୍ୱରେ କଂଗ୍ରେସ ବିଜୟୀ ହୋଇଥିଲା। ଏହି ନିର୍ବାଚନରେ ରାହୁଲ ଗାନ୍ଧୀ ସେମିତି କିଛି ବିଶେଷ ପ୍ରଚାର କରିନଥିଲେ। ସେତେବେଳେ ଅମରିନ୍ଦରଙ୍କୁ ଦଳର ବିଜୟ ନେଇ ଶ୍ରେୟ ଦେଇଥିଲେ ପଞ୍ଜାବବାସୀ।

The post ଅମରିନ୍ଦରଙ୍କ ଲୋକପ୍ରିୟତାକୁ ଡରିଗଲା କି କଂଗ୍ରେସ? appeared first on Odisha Reporter.



from Odisha Reporter https://ift.tt/3lDVmYn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages