ବର୍ଗର ଖାଉଥିଲେ ଯୁବତୀ, ବାହାରିଲା କଟା ଆଙ୍ଗୁଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 17, 2021

ବର୍ଗର ଖାଉଥିଲେ ଯୁବତୀ, ବାହାରିଲା କଟା ଆଙ୍ଗୁଠି

ଆଜିକାଲି ଯୁବବର୍ଗ ଫୁଷ୍ଟଫୁଡର ଦିବାନା ।  ଘରର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ବାହାରର ଚଟପଟା ଖାଦ୍ୟ ବା ଫାଷ୍ଟଫୁଡ ଖାଇବାକୁ ଭଲ ପାଉଛନ୍ତି। ଏହି ଫାଷ୍ଟ ଫୁଡରୁ କେତେବେଳେ ଝିଟିପିଟି ବାହାରୁଛି, ତ କେତେବେଳେ ବାସି ଖାଦ୍ୟ ବି ମିଳୁଛି। ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଯୁବତୀଙ୍କ ବର୍ଗରରୁ  ଯାହା ମିଳିଛି ତାହା ଆପଣଙ୍କୁ ଥରାଇ ଦେବାକୁ ଯଥେଷ୍ଟ।  ଯୁବତୀଜଣକ ବର୍ଗର ଖାଉ ଖାଉ ତା’ ଭିତରୁ ବାହାରିଲା କଟା ଆଙ୍ଗୁଠି। ଏହା ଦେଖି ଯୁବତୀଜଣଙ୍କ ପାଦ ତଳୁ ମାଟି ଖସି ପଡ଼ିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଖୋଲତାଡ଼ ।

ଯୁକ୍ତରାଷ୍ଟ୍ର ଆମେରିକାର ବୋଲଭିଆ ନାମକ ସ୍ଥାନରୁ ଯୁବତୀଜଣକ ନିଜ ସହ ଘଟିଥିବା ଏପରି ଭୟାନକ ଘଟଣାର ଅନୁଭୂତି ଶେଆର କରିଛନ୍ତି । ସେ ଲେଖିଛନ୍ତି, ଥରେ ଏକ ସୁପରମାର୍କେଟ ଯାଇଥିବା ବେଳେ ବର୍ଗର ଅର୍ଡର କରିଥିଲେ। ଏହାକୁ ଘରକୁ ଆଣି ଗରମ କରି ଖାଇବା ବି ଆରମ୍ଭ କରିଦେଲେ। ହେଲେ ଏହା ପରେ ଯାହା ଘଟିଲା ତାହା ପରେ ସେ ଭବିଷ୍ୟତରେ ପୁଣି ଥରେ ବର୍ଗର ଖାଇବାକୁ ସାହସ କରିପାରୁ ନାହାନ୍ତି।

ବର୍ଗର ଖାଇଥିବା ଯୁବତୀ ।

ଯୁବତୀଜଣକ ବର୍ଗର ଖାଉ ଖାଉ କିଛି ଶକ୍ତି ଜିନିଷ ତାଙ୍କ ପାଟିକୁ ଲାଗିଲା। ତାହା କ’ଣ ବୋଲି ହଠାତ୍‌ ବୁଝିପାରି ନ ଥିବା ବେଳେ ଉକ୍ତ ଜିନିଷକୁ ବାହାର କରି ସେ ନିରୀକ୍ଷଣ କରି ଦେଖିବାକୁ ଲାଗିଲେ। ଏହାପରେ ଯାହା ଦେଖିଲେ ଚକିତ ହେବା ସହ ଭୟଭୀତ ହୋଇଗଲେ। ଯୁବତୀଙ୍କ ବର୍ଗରରୁ ଏକ କଟା ଆଙ୍ଗୁଠି ବାହାରିଲା।

ଏନେଇ ଖୋଳତାଡ଼ କରିବାରୁ ଜଣାପଡ଼ିଲା, ବର୍ଗର ପ୍ରସ୍ତୁତ କରୁଥିବା କମ୍ପାନୀରେ ଜଣେ ଶ୍ରମିକଙ୍କ ୨ଟି ଆଙ୍ଗୁଠି କଟି ଯାଇଥିଲା। ଶ୍ରମିକଜଣକ ବର୍ଗର ପ୍ରସ୍ତୁତ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହେଲେ କମ୍ପାନୀ ପକ୍ଷରୁ ଏହାକୁ ଗୁରୁତର ସହ ନିଆଯାଇ ନ ଥିଲା। ଉକ୍ତ ଶ୍ରମିକଙ୍କ ୨ ଆଙ୍ଗୁଠି ମଧ୍ୟରୁ ଗୋଟିଏ ବର୍ଗର ଭିତରେ ରହିଯାଇଥିବା ଜଣା ପଡ଼ିଥିବା ବେଳେ ଆଉ ଗୋଟିଏ ଆଙ୍ଗୁଠିର ପତ୍ତା ମିଳୁନି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ବର୍ଗର ଖାଉଥିଲେ ଯୁବତୀ, ବାହାରିଲା କଟା ଆଙ୍ଗୁଠି appeared first on Odisha Reporter.



from Odisha Reporter https://ift.tt/3tPcFcH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages