ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ, ରାଙ୍କ ୱାନ୍‌ରେ ୧୮ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 14, 2021

ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ, ରାଙ୍କ ୱାନ୍‌ରେ ୧୮ ଜଣ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଚଳିତ ଥରର ଜେଇଇ ମେନ୍ ପରୀକ୍ଷା ଫଳ। ନାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ପରୀକ୍ଷାରେ ଏଥର ସର୍ବଭାରତୀୟ ସ୍ତରରେ ପ୍ରଥମ ରାଙ୍କରେ ୧୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୪୪ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ମାର୍କ ଆଣିଛନ୍ତି। ପରୀକ୍ଷାର୍ଥୀ ନିଜ ରାଙ୍କ NTA ୱେବସାଇଟ୍  jeemain.nta.nic.inରେ ଦେଖିପାରିବେ।

ସର୍ବଭାରତୀୟ ସ୍ତରରେ ସିଧାସଳଖ ଇଞ୍ଜିନିୟରିଂ ପାଠକ୍ରମରେ ଛାତ୍ରଛାତ୍ରୀ ଆଡମିଶନ୍ ଏହାଦ୍ୱାରା କରିପାରିବେ। ଗତ ମାସ ୨୬, ୨୭, ୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଅନୁଷ୍ଠିତ ହୋଇଥିଲା ଏହି ପରୀକ୍ଷା।  ଦେଶର ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ରାଜ୍ୟର ପ୍ରାୟ ଲକ୍ଷେ ଛାତ୍ରଛାତ୍ରୀ ଅଛନ୍ତି। ଚଳିତବର୍ଷ ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ ଅନୁଷ୍ଠିତ ହୋଇଥିଲା। ୪ଟି ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଗ୍ରହଣ କରାଯାଇଛି।

କରୋନା ଯୋଗୁଁ ପରିସ୍ଥିତିକୁ ଧ୍ୟାନରେ ରଖି  JEE-ମେନ୍ ପରୀକ୍ଷା ଚଳିତ ବର୍ଷ ଚାରିଥର କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାର ସୁଯୋଗ ଦେଇଥିଲା । ଫେବୃଆରୀ ଏବଂ ମାର୍ଚ୍ଚରେ ଦୁଇଥର ପରୀକ୍ଷା କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୦-୨୫ରେ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ୨୬ ଅଗଷ୍ଟରୁ ସେପ୍ଟେମ୍ବର ୨ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ପୂର୍ବ ନିର୍ଦ୍ଧାରିତ ନୀତି ଅନୁଯାୟୀ, ଚାରି ପର୍ଯ୍ୟାୟ ପରୀକ୍ଷା ପରେ ଶେଷରେ ପ୍ରାର୍ଥୀଙ୍କ ରାଙ୍କ ଘୋଷଣା କରାଯାଇଛି।

The post ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ, ରାଙ୍କ ୱାନ୍‌ରେ ୧୮ ଜଣ appeared first on Odisha Reporter.



from Odisha Reporter https://ift.tt/39akZKq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages