ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି କର୍ମୀ, ଭୁବନେଶ୍ୱରରେ ଅଛି ଏକାଧିକ କୋଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 14, 2021

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି କର୍ମୀ, ଭୁବନେଶ୍ୱରରେ ଅଛି ଏକାଧିକ କୋଠା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆମେ ଜିରୋରୁ ହିରୋ ହୋଇଛୁ। ଶାଗ ଖିଆକୁ ପେଜ ଖିଆ ମଣିଷ ଦେଖିପାରନ୍ତି ନାହିଁ। ସେଥିପାଇଁ କେହି ଆମ ନାଁରେ ଅଭିଯୋଗ କରିଛି। ବରା, ପିଆଜ ବିକିବା ସହ ଟ୍ୟୁସନ ମଧ୍ୟ କରିଛି। ସ୍କୁଲରେ କ୍ୟାଣ୍ଟିନ କରିଥିଲି ଏମିତିକି କାକୁଡିରୁ ଚୋପା ଛଡ଼ାଇ ବିକ୍ରି କରି ଉପରକୁ ଉଠିଛି। ମୋର ଦରମା ୭ ହଜାର ୫୦୦ ଟଙ୍କା।’ ଏପରି କହିଛନ୍ତି ଭିଜିଲାନ୍ସ ଜାଲରେ ପଡ଼ିଥିବା ଭୁବନେଶ୍ୱର କୋରଡ଼କଣ୍ଟାର କୋଟିପତି ଅଙ୍ଗନବାଡି କର୍ମୀ କବିତା ମାଥନ।

ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ୬ଟି ସ୍ଥାନରେ ଏକ ସଙ୍ଗେ ଚଢ଼ଉ କରାଯାଇଛି। ମାଥନଙ୍କ ବାସଭବନ, ପୈତୃକ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି।

ଭୁବନେଶ୍ୱର କେସୁରା ସ୍ଥିତ ତାଙ୍କର ଏକ ଦୁଇ ମହଲା ଘର ଏବଂ  ଝାରପଡ଼ାସ୍ଥିତି ୨ଟି ୩ ମହଲା ଘର ସହିତ ସେଠାରେ ଥିବା ଆଉ ଏକ ଗୋଟିଏ ମହଲା ଘରେ ଚଢ଼ଉ କରାଯାଇଛି। ସେହିପରି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ସ୍ଥିତ ତାଙ୍କ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ମଧ୍ୟ ଭିଡିଲାନ୍ସ ଟିମ୍ ଚଢଉ କରିଛି। ତେବେ ଏହି ଚଢଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିବା ଜଣାପଡିଛି । ସେହିପରି କବିତା ମାଥନଙ୍କ ମୋଟ ସମ୍ପତିର ପରିମାଣ ସଂପର୍କରେ ଗଣତି ପରେ ସଠିକ୍ ତଥ୍ୟ ମିଳିପାରିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

ଅଙ୍ଗନବାଡି କର୍ମୀଙ୍କ ଘରେ ଚାଲିଛି ରେଡ

ମିଳିଥିବା ସୂଚନା ଅନୁସାରେ, ମାଥନ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି।

ଅନ୍ୟପକ୍ଷରେ ଅଙ୍ଗନବାଡି କର୍ମୀ କବିତା ମାଥନ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ  କହିଛନ୍ତି, ମୋର  ଆୟ ବହିର୍ଭୂତ ସମ୍ପତ୍ତି ନାହିଁ । ମୁଁ ମୋ ଜୀବନରେ ବହୁ କଷ୍ଟ କରି ଉପରକୁ ଉଠିଛି। ମୋ ସ୍ୱାମୀ ଜମି ବେପାର କରନ୍ତି। ତାଙ୍କର ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରି ବି ଅଛି।

 

The post ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି କର୍ମୀ, ଭୁବନେଶ୍ୱରରେ ଅଛି ଏକାଧିକ କୋଠା appeared first on Odisha Reporter.



from Odisha Reporter https://ift.tt/3zbj4Qz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages