ଆସନ୍ତାକାଲି ଗଡ଼ିବନି OSRTC ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 26, 2021

ଆସନ୍ତାକାଲି ଗଡ଼ିବନି OSRTC ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି OSRTC ବସ୍‌ ଚଳାଚଳ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବସ୍‌ ଚଳାଚଳ ବନ୍ଦ ରହିଛି OSRTC ବସ ସେବା। ସକାଳ ୬ରୁ ଅପରାହ୍ନ ୩ଟା ଯାଏଁ ଗଡ଼ିବନି OSRTC ବସ୍‌।

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ଭାରତ ବନ୍ଦ ଡାକରା। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଦେଶବ୍ୟାପୀ ଆହ୍ୱାନ ଦେଇଛି କିଷାନ ମୋର୍ଚ୍ଚା। ଏହି ସମୟରେ ଲୋକମାନେ ଘରୁ ନବାହାରିବାକୁ ଆଜି ସୋନିପତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ଚାଷୀ ନେତା। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକରା ଦେଇଛି କୃଷକ ସଂଗଠନ। ଭାରତ ବନ୍ଦ ପାଳନ ସମୟରେ ସଡ଼କ ପରିବହନ, ରେଳ ପରିହବନ ସହ ସବୁ ସରକାରୀ ଓ ବେସରକାରୀ ସଂଗଠନ ବନ୍ଦ କରାଯିବ ବୋଲି କୁହାଯାଇଛି।

ସେପଟେ ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ ଓଡ଼ିଶାରେ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। କୃଷି ଆଇନ୍‌ ପ୍ରତ୍ୟାହାର, ଦରଦାମ ବୃଦ୍ଧି ନିୟନ୍ତ୍ରଣ ଭଳି ବିଭିନ୍ନ ଦାବିରେ ବନ୍ଦ ଡାକରାକୁ ସମର୍ଥନ ଦିଆଯାଇଛି। ତେବେ ବନ୍ଦପାଳନ ବେଳେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ। ବିଜେଡି କିନ୍ତୁ ଭାରତ ବନ୍ଦକୁ ଖୋଲାଖୋଲି ସମର୍ଥନ ଜଣାଇନଥିଲେ ମଧ୍ୟ ତାଙ୍କ ଦଳ ସବୁବେଳେ ଚାଷୀଙ୍କ ସହିତ ଅଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ।

The post ଆସନ୍ତାକାଲି ଗଡ଼ିବନି OSRTC ବସ୍‌ appeared first on Odisha Reporter.



from Odisha Reporter https://ift.tt/3lZL19d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages