ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଗୁଲାବ’ ଭୟ ଟଳିଛି। ଉପକୂଳ ଅତିକ୍ରମ ପରେ ପଶ୍ଚିମ ଆଡ଼କୁ ଗତି କରୁଛି ବାତ୍ୟା ‘ଗୁଲାବ’। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୬ କିମି ବେଗରେ ଗତି କରୁଛି ‘ଗୁଲାବ’। ଉପକୂଳ ଅତିକ୍ରମ ବେଳେ ୮୫ କିମି ବେଗରେ ପବନ ବହୁଛି। କଳିଙ୍ଗପଟ୍ଟନମଠାରୁ ୫୦ କିମି ଦୂରରେ ଅବସ୍ଥିତ ‘ଗୁଲାବ’। ଆସନ୍ତା ୫ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା ‘ଗୁଲାବ’। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେପଟେ ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି,ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ଗୁଲାବ’। ଏହାର ପ୍ରଭାବରେ ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନି। କ୍ଷୟକ୍ଷତି ହୋଇନି। ଗଞ୍ଜାମ, ଗଜପତି, ରାୟଗଡ଼ାରେ ପବନ ବିଶେଷ ନାହିଁ। ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କାଁ ଭାଁ ସ୍ଥାନରେ ହେଉଛି ବୋଲି ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି।
ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି, “ବାତ୍ୟା ‘ଗୁଲାବ’ ଶ୍ରୀକାକୁଲମରୁ ଓଡ଼ିଶାର କୋରାପୁଟ ଜିଲ୍ଲାକୁ ପଶିବ। ଏହାର ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା ଓ କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା ଓ କୋରାପୁଟରେ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ଓଡ଼ିଶାରେ ପବନର ବେଗ କମିବ। ୫୦/୬୦ କିମି ବେଗରେ ବହିବ। ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ରାସ୍ତା ଭୂସ୍ଖଳନ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ସଫା କରାଯାଇଛି। ସେହିପରି ଭୂସ୍ଖଳନ ଆଶଙ୍କା କରି ସୋରଡ଼ା-ଦାରିଙ୍ଗବାଡ଼ି ରାସ୍ତାକୁ ସିଲ୍ କରାଯାଇଛି।”
The post ଆସନ୍ତା ୫ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା ‘ଗୁଲାବ’ appeared first on Odisha Reporter.
from Odisha Reporter https://ift.tt/3i6tafW
No comments:
Post a Comment