ନୂଆଦିଲ୍ଲୀ: ତାଲିବାନ ସହ କଥାବାର୍ତ୍ତା କରିବା ଉଚିତ। ଆଫଗାନବାସୀଙ୍କ ନିରାପତ୍ତା ପାଇଁ କଥାବାର୍ତ୍ତା ଜରୁରୀ। ଏନେଇ ଆଜି UN ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ପରାମର୍ଶ ଦେଇଛନ୍ତି। ସେ ତାଲିବାନ ସରକାରଙ୍କ ସହ ଆଲୋଚନା ପାଇଁ ବିଭିନ୍ନ ଦେଶକୁ ପରାମର୍ଶ ଦେଇଛନ୍ତି।
କଠୋରପନ୍ଥୀ ତାଲିବାନ କ୍ଷମତାକୁ ଫେରିଥିବାରୁ ସେ ଆଶଙ୍କା ପ୍ରକାଶ କରିଛନ୍ତି। ତାଲିବାନ ସହ କଥାବାର୍ତ୍ତା ହୋଇ ଆମେ ଲକ୍ଷ ଲକ୍ଷ ମୃତ୍ୟୁ ରୋକିପାରିବା ବୋଲି ସେ କହିଛନ୍ତି। ସେପଟେ ଆଫଗାନିସ୍ତାନରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ନେଇ UN ମହିଳା ଶାଖା ଦାବି ଜଣାଇଛି। ତାଲିବାନ ହୁଏତ ମହିଳାଙ୍କ ସ୍ୱାଧୀନତା ଏବଂ ଶାନ୍ତି ବିଷୟରେ କହିଥାଇପାରେ, କିନ୍ତୁ ସେ କହିବା ଏବଂ କାମ କରିବା ମଧ୍ୟରେ ଅନେକ ଫରକ୍ ରହିଥିବା ଦେଖିବାକୁ ମିଳେ ବୋଲି କହିଛି।
ଅନ୍ୟପଟେ UNSCରେ ହୋଇଥିବା ଆଲୋଚନା ସମୟରେ ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୁର୍ତ୍ତୀ ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଟିଏସ ତିରୁମୁର୍ତ୍ତୀ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତି ଏବେ ମଧ୍ୟ ଅତ୍ୟନ୍ତ ସୂକ୍ଷ୍ମ ରହିଛି । ପଡୋଶୀ ଦେଶ ଏବଂ ସେମାନଙ୍କ ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଇଁ ଏହା ସିଧାସଳଖ ଚିନ୍ତାର ବିଷୟ।
ସେ ଆହୁରି କହିଛନ୍ତି ଯେ ଗତ ମାସରେ କାବୁଲ ବିମାନବନ୍ଦରରେ ହୋଇଥିବା ଆକ୍ରମଣରୁ ଆଫଗାନିସ୍ତାନ ପାଇଁ ଆତଙ୍କବାଦ ଏକ ଗୁରୁତର ବିପଦ ହୋଇ ରହିଛି। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆତଙ୍କବାଦ ବିରୋଧରେ ନିଆଯାଇଥିବା ପ୍ରତିଶ୍ରୁତିଗୁଡିକର ସମ୍ମାନ କରିବା ସହ ତା’ର ପାଳନ କରାଯିବା ଉଚିତ୍।
ଟିଏସ ତିରୁମୁର୍ତ୍ତୀ ଖୋଲାଖୋଲି ଭାବେ କହିଛନ୍ତି ଯେ ଆଫଗାନିସ୍ତାନର ଜମି ଆତଙ୍କବାଦ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ । ସେ କହିଛନ୍ତି ଯେ ଗତ ଏକ ମାସ ମଧ୍ୟରେ ଆଫଗାନିସ୍ତାନ ପରିସ୍ଥିତିରେ ଆମେ ଏକ ନାଟକୀୟ ପରିବର୍ତ୍ତନ ଦେଖିଛୁ। ଆତଙ୍କବାଦୀଙ୍କୁ ଧମକ, ଆକ୍ରମଣ, ବନ୍ଦର କରିବା କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରିବା ଏବଂ ଏହାର ଆୟ ବୃଦ୍ଧି ପାଇଁ ଆଫଗାନିସ୍ତାନ ଅଞ୍ଚଳ ବ୍ୟବହାର କରାଯିବା ଉଚିତ ନୁହେଁ।
We must have "dialogue" with the Taliban and avoid "millions of deaths: AFP News Agency quoting United Nations Secretary-General António Guterres pic.twitter.com/ukwK3xXiTM
— ANI (@ANI) September 9, 2021
The post UN କହିଲା-ତାଲିବାନ ସହ ଜାରି ରହୁ କଥାବାର୍ତ୍ତା, ଚିନ୍ତା ପ୍ରକଟ କଲା ଭାରତ appeared first on Odisha Reporter.
from Odisha Reporter https://ift.tt/3z1ZHt3
No comments:
Post a Comment