ୱାଶିଂଟନ: ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଆଖିବୁଜା ଗୁଳିମାଡ ହୋଇଛି। ଖେଳାଳିଙ୍କ ଉପରେ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ। ଆମେରିକାର ଏଲବାମା ସହରରେ ଘଟିଛି ଏହି ଅଘଟଣ।
ଶୁକ୍ରବାର ରାତିରେ ଏକ ହାଇସ୍କୁଲ ତରଫରୁ ଫୁଟ୍ବଲ୍ ମ୍ୟାଚ୍ ଚାଲିଥିଲା। ଏହି ସମୟରେ ଆଖିବୁଜା ଗୁଳିମାଡ ହୋଇଥିଲା। ଏଥିରେ ପ୍ରାୟ ୪ ଜଣ ଆହତ ହୋଇଛନ୍ତି। ସେପଟେ ଭୟରେ ଖେଳାଳି ମାନେ ମ୍ୟାଚ୍ ଛାଡି ଜୀବନ ବିକଳରେ ଦୌଡିଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ସ୍ଥାନୀୟ ପୁଲିସର ସୂଚନାନୁସାରେ, ଆହତ ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ନାବାଳକ। ତିନି ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଏହି ହାଇସ୍କୁଲ ଫୁଟବଲ ଲିଗ୍ ମ୍ୟାଚ୍ ୱିଲିୟମସନ ହାଇସ୍କୁଲ ଓ ଭାଏଗର ହାଇସ୍କୁଲ ମଧ୍ୟରେ ଖେଳାଯାଉଥିଲା। ପୋଲିସର ସୂଚନାନୁସାରେ ଏହି ଗୁଳି ବିନିମୟ ପିଚ୍ କିମ୍ବା ଷ୍ଟାଣ୍ଡରେ ନୁହେଁ, ବରଂ ଷ୍ଟାଡିୟମର ପଶ୍ଚିମ ରାମ୍ପରେ ଘଟିଛି।
ପୁଲିସ କହିବା ମୁତାବକ, ପଡିଆ ଉପରେ ପ୍ରାୟ ୭ ରାଉଣ୍ଡ ଗୁଳିମାଡ ହୋଇଥିଲା, ଯେଉଁଥିରୁ ୪ଟି ସେଲ୍ ଜବତ ହୋଇଛି। ଏପର୍ଯ୍ୟନ୍ତ କେବଳ ଜଣେ ସୁଟରଙ୍କୁ ସନ୍ଦେହ କରାଯାଉଛି, କିନ୍ତୁ ଏଥିରେ ଅନେକ ଲୋକ ଜଡିତ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଯେତେବେଳେ ଗୁଳିର ଶବ୍ଦ ଆସୁଥିଲା, ଖେଳାଳିମାନେ ପଡ଼ିଆରେ ତଳେ ଶୋଇ ରହି ନିଜ ନିଜ ଜୀବନ ରକ୍ଷା କରିବାକୁ ଲାଗିଥିଲେ। ପରେ ସଙ୍ଗେ ସଙ୍ଗେ ସୁରକ୍ଷା କର୍ମୀମାନେ ଖେଳାଳିଙ୍କୁ ପଡ଼ିଆରୁ ବାହାର କରିଥିଲେ, ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା
BREAKING: At least 4 people shot at Ladd-Peebles Stadium in Mobile, Alabama pic.twitter.com/0r4j1adVRh
— BNO News (@BNONews) October 16, 2021
The post ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଆଖିବୁଜା ଗୁଳିମାଡ଼ appeared first on Odisha Reporter.
from Odisha Reporter https://ift.tt/3jbvNxj
No comments:
Post a Comment