ବିସର୍ଜନ ସାରି ଫେରୁଥିବା ବେଳେ ବୋମାମାଡ, ଗାଡ଼ି ଭଙ୍ଗାରୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 16, 2021

ବିସର୍ଜନ ସାରି ଫେରୁଥିବା ବେଳେ ବୋମାମାଡ, ଗାଡ଼ି ଭଙ୍ଗାରୁଜା

କୋଲକାତା: ପଶ୍ଚିମବଙ୍ଗରେ ପୁଣି ହିଂସା। ଏଥର ଦୁର୍ଗା ମୂର୍ତ୍ତି ଭସାଣୀ ବେଳେ ହିଂସା ଦେଖାଦେଇଛି। ବିସର୍ଜନ ସାରି ଫେରିଥିବା ଲୋକଙ୍କ ଉପରେ ବୋମାମାଡ ହୋଇଛି। କିଛି ଅଜଣା ବ୍ୟକ୍ତି ବୋମାମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଦୁର୍ଗାପୁରର ଅନ୍ନପୂର୍ଣ୍ଣା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ପୁଲିସ ସୂଚନାମୁତାବକ, ଦୁର୍ଗାପୁରର ଅନ୍ନପୂର୍ଣ୍ଣା ନାଗରରେ ମୂର୍ତ୍ତି ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ପରେ ଏହି ଆକ୍ରମଣ ହୋଇଛି। ଉଭୟ ପକ୍ଷରେ ପରସ୍ପର ଉପରେ ପଥର ଫିଙ୍ଗାପିଙ୍ଗି ହୋଇଥିଲା। ଏପରିକି ମାରପିଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଦୁର୍ଗାପୁର ଥାନାର ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରାଇବା ସହ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲା। ଏସିପି ଧ୍ରୁବାଜ୍ୟୋତି ମୁଖାର୍ଜୀ କହିଛନ୍ତି, ଏହି ଆକ୍ରମଣରେ କିଛି ଲୋକ ଆହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସା ଚାଲିଛି। ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ସମସ୍ତେ ଫେରାର ଅଛନ୍ତି। ସେମାନଙ୍କୁ ଚିହ୍ନିବା ପାଇଁ ପୁଲିସ ଟିମ୍ ଗଠନ କରାଯାଇଛି। ଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମଦ ପିଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା। କୁହାଯାଉଛି ଯେ ଦୁର୍ଗା ମୂର୍ତ୍ତି ଭସାଣୀ ପରେ ଗୋଟିଏ ଗୋଷ୍ଠୀ ଫେରୁଥିଲେ, ଏହି ସମୟରେ ଅନ୍ୟ ଗୋଷ୍ଠୀ ଆସି ମଦ କିଣିବାକୁ ଟଙ୍କା ମାଗିବା ଆରମ୍ଭ କରିଥିଲେ। ଏହି ପ୍ରସଙ୍ଗରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା ଏବଂ ପରେ କଥା ମାରପିଟ୍‌ ଯାଏଁ ଯାଇଥିଲା। ମାମଲା ଏତେ ବଢ଼ିଯାଇଥିଲା ଯେ, ଅନ୍ୟ ଗୋଷ୍ଠୀ ବୋମା ମାଡ କରିବା ସହ ଗାଡିଗୁଡ଼ିକୁ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। ସେପଟେ କିନ୍ତୁ ପୁଲିସ ବୋମାମାଡ ହୋଇଥିବପା କଥାକୁ ଅସ୍ୱୀକାର କରୁଛି। ସୁରକ୍ଷାଦୃଷ୍ଟିରୁ ସମଗ୍ର ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି।

The post ବିସର୍ଜନ ସାରି ଫେରୁଥିବା ବେଳେ ବୋମାମାଡ, ଗାଡ଼ି ଭଙ୍ଗାରୁଜା appeared first on Odisha Reporter.



from Odisha Reporter https://ift.tt/2Z45UZB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages