ଚଣ୍ଡିଗଡ: ରାଜନୀତି ପରେ ଏବେ ହାତରେ ଧରିଲେ ହକି ଷ୍ଟିକ୍। ସାମ୍ନାକୁ ଆସିଲା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ନୂଆ ଅବତାର। ଗୋଲ କିପର ସାଜି ଓହ୍ଲାଇଲେ ମଇଦାନକୁ। ଶନିବାର ପଞ୍ଜାବର ମୋହାଲି ଷ୍ଟାଡିୟମ୍ରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହକି ଖେଳୁଥିବା ଦେଖିବାକୁ ମିଳିଛି। ଚନ୍ନି ଗୋଲକିପର କିଟ୍ ପିନ୍ଧି ହକି ପଡ଼ିଆକୁ ଓହ୍ଲାଇ ଗୋଲପୋଷ୍ଟ ଆଡକୁ ଦ୍ରୁତ ଗତିରେ ଆସୁଥିବା ବଲ ଗୁଡ଼ିକୁ ଅଟକାଉଥିବା ନଜର ଆସିଥିଲେ।
ଶନିବାର ମୁଖ୍ୟମନ୍ତ୍ରୀ ଚନ୍ନି ମୋହାଲିର ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମର ସମୀକ୍ଷା କରିବା ପାଇଁ ଅଚାନକ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସେ ଖେଳାଳିଙ୍କ ସହ ପଡିଆରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ।
ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ‘ମୁଁ ବିଶ୍ୱବିଦ୍ୟାଳୟ ସ୍ତରରେ ହ୍ୟାଣ୍ଡବଲ୍ ଖେଳାଳି ରହିସାରିଛି। ଆଜି ଏହି ଯୁବ ଖେଳାଳିଙ୍କ ସହ ହକି ଷ୍ଟାଡିୟମରେ ଖେଳିବା ବହୁତ ଭଲ ଅନୁଭୂତି ଥିଲା। ଏହି ଯୁବକମାନେ ଦେଶରେ ହକିର ଭବିଷ୍ୟତ। ଖେଳ ପ୍ରତି ସେମାନଙ୍କର ପ୍ରେମ ଦେଖି ମୁଁ ଆକର୍ଷିତ ହୋଇଥିଲି।’ ଚନ୍ନି ଟ୍ୱିଟରରେ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ଗୋଲକିପରଙ୍କ ପୋଷାକରେ ଖେଳାଳିଙ୍କ ସହ ନଜର ଆସିଛନ୍ତି।
ଭାରତୀୟ ହକି ଦଳର ପୂର୍ବତନ ଗୋଲକିପର ବଲଜିତ ସିଂ ଦାଦୱାଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚନ୍ନି ଭଲ ଗୋଲ କିପିଂ କରିଥିଲେ। ସେ ବଲକୁ ସହଜରେ ଅଟକାଇ ଦେଇଥିଲେ। ଦାଦୱାଲ କହିଛନ୍ତି ଯେ ଯଦିଓ ମୁଖ୍ୟମନ୍ତ୍ରୀଙ୍କ ବୟସ ୫୮ ବର୍ଷ, ତଥାପି ସେ ବହୁତ ଫୁର୍ତ୍ତିଲା ଅଛନ୍ତି। ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଆଶ୍ଚର୍ଯ୍ୟଜନକ ଗସ୍ତ ଥିଲା। ସେ ସେଠାରେ ଥିବା ଖେଳାଳିଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ଉତ୍ସାହ ଦେଖି ସେ ମଧ୍ୟ ଖେଳିବେ ବୋଲି କହିଥିଲେ।
ସୂଚନା ମୁତାବକ, କ୍ୟାପଟେନ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁଯାୟୀ ଚରଣଜିତ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ପଞ୍ଜାବ କଂଗ୍ରେସରେ କନ୍ଦଳ ସରୁନି। ନିକଟରେ ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଏବଂ ଚନ୍ନିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା, ଯାହାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ରଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ଦିଲ୍ଲୀ ଯାଏଁ କଥା ଯାଇଥିଲା।
At the University Level, I was a handball player. Felt great while playing with these Young Players at the Hockey Stadium today. These Youngsters are Future of Hockey and I am Fascinated by their love for the game. pic.twitter.com/DpjTUeT2AV
— Charanjit S Channi (@CHARANJITCHANNI) October 30, 2021
The post ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ‘ଚକ୍ ଦେ’ ଅବତାର, ଗୋଲ୍ କିପର୍ ସାଜି ମଇଦାନକୁ ଓହ୍ଲାଇଲେ appeared first on Odisha Reporter.
from Odisha Reporter https://ift.tt/3mtLamT
No comments:
Post a Comment