ନୂଆଦିଲ୍ଲୀ: G20 ବୈଠକରେ ଭାଗ ନେଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟ ଦରକାର। ଭାରତ ସବୁବେଳେ ସାରା ବିଶ୍ୱର ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସୁବିଧା ମିଳିପାରିବ ସେନେଇ ଚେଷ୍ଟା କରୁଛି। ଭାରତ ସର୍ବଦା ଏକ ବିଶ୍ୱ, ଏକକ ସ୍ୱାସ୍ଥ୍ୟ ନୀତିରେ ବିଶ୍ୱାସ କରି ଆସିଛି ବୋଲି ମୋଦି କହିଛନ୍ତି।
ସେ ଆହୁରି କହିଛନ୍ତି, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କରୋନା ସଂକ୍ରମଣ ବେଳେ ୧୫୦ଟି ଦେଶକୁ କୋଭିଡ୍ ଟିକା ଯୋଗାଇ ଦିଆଯାଇଥିଲା। ୨୦୨୨ ଶେଷ ସୁଦ୍ଧା ଭାରତରେ ୫ଶହ କୋଟି ଟିକା ପ୍ରସ୍ତୁତ ହୋଇପାରିବ ବୋଲି ରୋମରେ ଆୟୋଜିତ G-20 ବୈଠକରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ସୂଚନାନୁଯାୟୀ WHO ଏପର୍ଯ୍ୟନ୍ତ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇ ନାହିଁ। ପ୍ରକ୍ରିୟା ଚାଲିଛି କିନ୍ତୁ ଏଥିରେ ଲଗାତର ଭାବରେ ବିଳମ୍ବ ହେଉଛି। ଏବେ G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଗୋଟିଏ ପଟେ ସେ କରୋନା କାଳରେ ସମଗ୍ର ବିଶ୍ୱକୁ ସାହାଯ୍ୟ କରିବା ବିଷୟରେ କହିଛନ୍ତି, ଅନ୍ୟପଟେ ଟିକା ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ଅପିଲ କରିଛନ୍ତି।
ଟିକା ପ୍ରସ୍ତୁତ ହେବା ଦ୍ୱାରା କରୋନା ବୈଶ୍ୱିକ ସଂକ୍ରମଣକୁ ରୋକିବାରେ ବଡ ସହାୟତା ମିଳିବ। କିନ୍ତୁ ଏଥିପାଇଁ WHO ଦ୍ୱାରା ଭାରତୀୟ ଟିକା କୋଭାକ୍ସିନ୍କୁ ଶୀଘ୍ର ମାନ୍ୟତା ଦେବା ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି।
ବିଶ୍ୱନେତାଙ୍କ ସହିତ ବିଶ୍ୱ ଅର୍ଥନୀତି ଓ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ମଧ୍ୟ ମୋଦି ଆଲୋଚନା କରିଛନ୍ତି। ଏଥିସହ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଭାରତକୁ ଅଂଶୀଦାର କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। G-20 ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଓ ଫଳପ୍ରଦ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି। G-20 ସମ୍ମିଳନୀ ପରେ ଗ୍ଲାସଗୋରେ ହେବାକୁ ଥିବା COP-26 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ।
The post G-20ରେ ମୋଦିଙ୍କ ଘୋଷଣା, ୨୦୨୨ ସୁଦ୍ଧା ପ୍ରସ୍ତୁତ ହେବ ୫ଶହ କୋଟି ଟିକା appeared first on Odisha Reporter.
from Odisha Reporter https://ift.tt/2Y17hYp
No comments:
Post a Comment