ଭୋପାଳା: କବାଡ଼ିଖାନାରେ ଗ୍ୟାସ୍ ସିଲିଣ୍ଡର ଗଦା ଗଦା ହୋଇ ପଡ଼ିଥିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଓ ତାଙ୍କର ଉଜ୍ଜ୍ୱଳା ଯୋଜନାକୁ ଟାର୍ଗେଟ୍ କରିଛି କଂଗ୍ରେସ। ରୋଷେଇ ଗ୍ୟାସ୍ ଦାମ୍ ବଢୁଥିବାରୁ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ସେମାନଙ୍କ ସିଲିଣ୍ଡର କବାଡ଼ି ବାଲାଙ୍କୁ ବିକ୍ରି କରି ଦେଉଥିବା କଂଗ୍ରେସ ଅଭିଯୋଗ କରିଛି।
ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାର ଜବଲପୁରର ଏକ କବାଡ଼ିଖାନାରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଏଠାରେ ଗଦା ହୋଇଛି ଗ୍ୟାସ୍ ସିଲିଣ୍ଡର। ଏଥିରୁ କେତେକ ସିଲିଣ୍ଡର କଟା ହୋଇଥିବା ଦେଖିବାକୁ ମିଳିଛି।
ମଧ୍ୟ ପ୍ରଦେଶ କଂଗ୍ରେସର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ ଏହି ଭିଡିଓକୁ ତାଙ୍କ ଟ୍ୱିଟର ପେଜ୍ରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ଭିଣ୍ଡରେ କବାଡ଼ିଖାନାରେ ବିକ୍ରି ହେଉଛି ମୋଦି ସରକାରଙ୍କ ସବୁଠୁ ଅଧିକ ପ୍ରଚାର-ପ୍ରସାର ହୋଇଥିବା ଉଜ୍ଜ୍ୱଳା ଯୋଜନାର ଗ୍ୟାସ୍ ସିଲିଣ୍ଡର।
କମଳ ନାଥ ଆହୁରି ଲେଖିଛନ୍ତି, ଏହି ସ୍ଥିତି ହେଉଛି ଜବଲପୁରର ଯେଉଁଠି କେନ୍ଦ୍ର ଗୃହମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ।
ଭିଣ୍ଡ ଜିଲ୍ଲାର ଏକ ଗ୍ୟାସ୍ ଏଜେନ୍ସୀର କର୍ମଚାରୀମାନେ କହିଛନ୍ତି ଯେ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ଗ୍ୟାସ୍ ସିଲିଣ୍ଡର ରିଫିଲ୍ ପାଇଁ ଅର୍ଡର କରୁଛନ୍ତି। କିନ୍ତୁ ଯେତେବେଳେ ଡେଲିଭରୀ ବୟମାନେ ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ନେଇ ସେମାନଙ୍କ ଘରକୁ ଯାଉଛନ୍ତି, ସେମାନେ ରଖିବାକୁ ରାଜି ହେଉ ନାହାନ୍ତି। କାରଣ ଗ୍ୟାସ୍ର ଚଢ଼ା ଦର ଯୋଗୁଁ ସେମାନେ ଅର୍ଥ ଦେବାରେ ସମର୍ଥ ହୋଇପାରୁ ନାହାନ୍ତି।
ଭିଣ୍ଡ ଜିଲ୍ଲାର ଯୋଗାଣ ଅଧିକାରୀ କହିଛନ୍ତି ଯେ ଖାଲି ଗ୍ୟାସ୍ ସିଲିଣ୍ଡର ଗୁଡ଼ିକୁ କବାଡ଼ିଖାନାକୁ ବିକ୍ରି କରି ଦିଆଯାଉଥିବା ସଂପର୍କରେ ସେ ଅବଗତ ନାହାନ୍ତି। ଏହି ଘଟଣାର ତଦନ୍ତ କରାଯିବ।
ସେ କହିଛନ୍ତି, ଉଜ୍ଜ୍ୱଳା ଯୋଜନାରେ ବର୍ତ୍ତମାନ ଆମେ ହିତାଧିକାରୀଙ୍କୁ ଗ୍ୟାସ୍ ସଂଯୋଗ, ଷ୍ଟୋଭ୍ ଓ ପ୍ରଥମ ଗ୍ୟାସ୍ ଫିଲିଂ ମାଗଣାରେ ଦେଉଛୁ। କିନ୍ତୁ ପରବର୍ତ୍ତୀ ଗ୍ୟାସ୍ ରିଫିଲ୍ ମାଗଣାରେ ଦିଆଯାଉ ନାହିଁ।
ସୂଚନାଯୋଗ୍ୟ, ଭିଣ୍ଡ ଜିଲ୍ଲାରେ ୨.୭୬ ଲକ୍ଷ ପରିବାର ଏଲ୍ପିଜି ସଂଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୧.୩୩ ଲକ୍ଷ ହେଉଛନ୍ତି ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ। ଏବେ ଏଠାରେ ଗୋଟିଏ ୧୪.୨ କେଜିର ରୋଷେଇ ସିଲିଣ୍ଡରର ଦାମ୍ ୯୮୩ ଟଙ୍କା ୫୦ ପଇସା ରହିଛି।
मध्यप्रदेश के भिंड में इस तरह कबाड़ में बिक रहे है मोदी सरकार की सबसे ज़्यादा प्रचार-प्रसार वाली वाली उज्ज्वला योजना के गैस सिलेंडर और चूल्हे भूसे के ढेर में पड़े है।
यह स्थिति उस प्रदेश की है जहाँ के जबलपुर में देश के गृहमंत्री ने उज्जवला योजना के दूसरे चरण की शुरुआत की थी। pic.twitter.com/Fn7szpjHd9
— Kamal Nath (@OfficeOfKNath) October 23, 2021
The post କବାଡ଼ିଖାନାରେ ଗଦା ଗଦା ଗ୍ୟାସ୍ ସିଲିଣ୍ଡର; ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ appeared first on Odisha Reporter.
from Odisha Reporter https://ift.tt/3CbDBH1
No comments:
Post a Comment