ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇପାରେ। ତାଙ୍କ ଠାରେ ଡେଙ୍ଗୁର ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇପାରେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ଲଖିମପୁର ଖେରି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନି। ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଟେଷ୍ଟ୍ ରିପୋର୍ଟ ଆସିବା ପରେ ତାଙ୍କର କ’ଣ ହୋଇଛି, ଜଣାପଡ଼ିବ।
ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆଶିଷଙ୍କ ଏସ୍ୟୁଭଜି କାର୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଚାରି ଜଣ ଚାଷୀଙ୍କ ସହିତ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ହୋଇଥିବା ହିଂସାକାଣ୍ଡରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।
ଚାଷୀଙ୍କ ଉପରେ ଏସ୍ୟୁଭି କାର୍ ମାଡ଼ିଲା ବେଳେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଡ୍ରାଇଭର ସିଟ୍ରେ ବସିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ଅକ୍ଟୋବର ୯ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରାୟ ୧୨ ଘଣ୍ଟାର ଜେରା ପରେ ତାଙ୍କୁ ସେହି ଦିନ ରାତିରେ ଗିରଫ କରାଯାଇଥିଲା।
ଏହି ଘଟଣାରେ ଆଶିଷଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩ ଜଣ ଗିରଫ ହୋଇସାରିଲେଣି। ତେବେ ଏହି ଘଟଣା ଘଟିବା ବେଳେ ସେ ସେଠାରେ ଉପସ୍ଥିତ ନଥିଲେ ବୋଲି ଆଶିଷ ପୁଲିସ୍କୁ କହିଛନ୍ତି। ସେ ସେଠାରୁ ଦୁଇ କିଲୋମିଟର ଦୂର ତାଙ୍କ ପୈତୃକ ଗ୍ରାମରେ ଦିନ ସାରା ରହିଥିବା କହିଛନ୍ତି।
ଅକ୍ଟୋବର ୧୫ ତାରିଖରେ ରିମାଣ୍ଡ ଅବଧି ସରିବା ପରଠୁ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତାଙ୍କୁ ଲଖିମପୁର ଜେଲ୍ରେ ରଖାଯାଇଛି।
The post ଗିରଫ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଡାକ୍ତରଖାନାରେ ଭର୍ତ୍ତି ହେବେ! appeared first on Odisha Reporter.
from Odisha Reporter https://ift.tt/3nkJw6s
No comments:
Post a Comment