ନୂଆଦିଲ୍ଲୀ: ବଢ଼ିଲା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଶକ୍ତିକାନ୍ତ ଦାସ ନିଜ ପଦରେ ରହିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସଙ୍କ ପୁନଃନିଯୁକ୍ତିକୁ ଆସନ୍ତା ଡିସେମ୍ବର ୧୦ ତାରିଖରୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ନଚେତ ଆଗାମୀ ଆଦେଶ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ବିଜେପିର ନରେନ୍ଦ୍ର ମୋଦି ସରକାରରେ ଶକ୍ତିକାନ୍ତ ଦାସ ଏପରି ପ୍ରଥମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଯାହାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ବିଜେପି ଶାସନ ଅମଳରେ ଶକ୍ତିକାନ୍ତଙ୍କ ପୂର୍ବରୁ ଅନ୍ୟ କୌଣସି ଗଭର୍ଣ୍ଣରଙ୍କୁ ଏପରି ସୁଯୋଗ ମିଳି ନାହିଁ। ଏପରିକି କିଏ ନିଜ ପଦରୁ ଇସ୍ତଫା ଦେଇଦେଇଛି, ତ କିଏ ଗଭର୍ଣ୍ଣର ମୋହ ଛାଡ଼ି ନିଜ ପୁରୁଣା ପ୍ରଫେସନକୁ ଫେରି ଯାଇଛି। ହେଲେ ଶକ୍ତିକାନ୍ତ ଏ କ୍ଷେତ୍ରରେ ହେଉଛନ୍ତି ବ୍ୟତିକ୍ରମ ।
ଗଭର୍ଣ୍ଣର ଆସନ ଅଳକୃତ କରିବା ପୂର୍ବରୁ ଶକ୍ତିକାନ୍ତ ବିତ୍ତ ମନ୍ତ୍ରାଳୟରେ ଆର୍ଥିକ ମାମଲାର ସଚିବ ଥିଲେ। ଗତ ୨୦୧୮ ଡିସେମ୍ବର ୧୧ ତାରିଖରେ ତାଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା। ସେ ଅର୍ଥ, କର, ଉଦ୍ୟୋଗ ଆଦି କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି। ଶକ୍ତିକାନ୍ତ ଦାସ ବିଶ୍ୱ ବ୍ୟାଙ୍କ, ଏସିୟାର୍ଡ ବିକାଶ ବ୍ୟାଙ୍କ, ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ, ଏସିଆନ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ ଭାରତର ବିକଳ୍ପ ଗଭର୍ନର ଭାବେ କାମ କରି ସାରିଛନ୍ତି।
The post ବଢ଼ିଲା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ appeared first on Odisha Reporter.
from Odisha Reporter https://ift.tt/3nDTT5j
No comments:
Post a Comment