ବମ୍ବେ: ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ଆଉ ଜଣେ ଷ୍ଟାର କିଡ। ଏଥର ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ବଲିଉଡର ଅନ୍ନା ସୁନୀଲ ସେଟ୍ଟିଙ୍କ ପୁଅ ଅହାନ ସେଟ୍ଟି। ଅହାନଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ ର ଟ୍ରେଲର ଗତ ବୁଧବାର ରିଲିଜ ହୋଇଥିବା ବେଳେ ସେଥିରେ ତାଙ୍କ ସହ ସ୍କ୍ରିନ୍ ଶେଆର କରିଛନ୍ତି ତାରା ସୁତରିଆ।
‘ତଡପ’ ଟ୍ରେଲର ରିଲିଜ ହେବା ପରଠୁ ଏହା ସୋଶାଲ ମିଡିଆରେ ଧମାଲ ମଚାଉଛି। ଟ୍ରେଲରରେ ଆକ୍ସନ ଓ ରୋମାନ୍ସର ଜବରଦସ୍ତ ତାଳମେଳ ଅଛି। ଏହି ଟ୍ରେଲର ଦେଖି ବହୁ ସେଲିବ୍ରିଟି ଅହାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏପରିକି ଖିଲିଡି କୁମାରଙ୍କୁ ବି ଏହି ଫିଲ୍ମର ଟ୍ରେଲର ଖୁବ୍ ପସନ୍ଦ ଆସିଥିବା ବେଳେ ସେ ବି କରିଛନ୍ତି ଜବରଦସ୍ତ କମେଣ୍ଟ।
ଏହି ଟ୍ରେଲର ଦେଖିବା ପରେ ଅକ୍ଷମ କୁମାର ସୁନୀଲ ସେଟ୍ଟିଙ୍କୁ ଟ୍ୟାଗ୍ କରି ଏକ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, “ତୁମ ପୁଅ ତ ତୁମଠୁ ବି ୧୦ ପାଦ ଆଗରେ ଅଛି। ଏହା କେଉଁପରି ହେରାଫେରି ଭାଇ । ତଡପର ଟ୍ରେଲର ବାସ୍ତବରେ ବହୁତ ବଢିଆ ହୋଇଛି। ଅହାନକୁ ବହୁତ ଶୁଭକାମନା”। ଏପରିକି ଅକ୍ଷୟ ‘ତଡପ’ର ଟ୍ରେଲରକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରରେ ବି ପୋଷ୍ଟ କରିବାକୁ ଭୁଲି ନାହାନ୍ତି।
ଖିଲାଡି କୁମାରଙ୍କ ଟ୍ୱିଟକୁ ରିଟ୍ୱିଟ କରି ସୁନୀଲ ଲେଖିଛନ୍ତି, ଆପଣ ପ୍ରଥମ ବ୍ୟକ୍ତି ଯିଏକି ବହୁ ଦିନ ପୂର୍ବରୁ ଏପରି ଭବିଷ୍ୟବାଣୀ କରିଥିଲେ। ଆପଣ ସବୁବେଳେ ବହୁ ଭଲ ପାଇବା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ।
ଅହାନ ସେଟ୍ଟି ଓ ତାରାଙ୍କ ଫିଲ୍ମ ତଡପ ଆଗାମର ଡିସେମ୍ବରରେ ରିଲିଜ ହେବ । ଏହା ୨୦୧୮ ମସିହାରେ ଆସିଥିବା ତେଲଗୁ ଫିଲ୍ମ ‘ଆରଏକ୍ସ ୧୦୦’ର ରିମେକ ଅଟେ।
The post ସୁନୀଲଙ୍କ ପୁଅକୁ ଦେଖି ଖିଲାଡି କୁମାର କହିଲେ, ‘ଏ କିପରି ହେରାଫେରି’ appeared first on Odisha Reporter.
from Odisha Reporter https://ift.tt/31dYxiY
No comments:
Post a Comment