ମହିଳା ଖେଳାଳିଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ତାଲିବାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ମହିଳା ଖେଳାଳିଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ତାଲିବାନୀ

କାବୁଲ୍: ଆଫଗାନିସ୍ତାନରେ ତାଲିବାନଙ୍କ କ୍ରୁରତା ସବୁ ସୀମା ଟପିଛି। ଏବେ ତାଲିବାନୀ ଆତଙ୍କୀ ଆଫଗାନିସ୍ତାନ ଜୁନିୟର ମହିଳା ଭଲିବଲ୍ ଟିମର ଜଣେ ସଦସ୍ୟଙ୍କର ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପର୍ସିଆନ୍ ଇଣ୍ଡିପେଣ୍ଡେଣ୍ଟ ୱେବସାଇଟର ରିପୋର୍ଟ ମୁତାବକ, ତାଲିବାନୀ ଆତଙ୍କୀମାନେ ଟିମର ଏହି ସଦସ୍ୟଙ୍କ ବେକ କାଟି ତା’ର ହତ୍ୟା କରିଛନ୍ତି।

ଏକ ସାକ୍ଷାତକାରରେ କୋଚ୍ ସୁରାୟା ଅଫଜାଲି (ବଦଳାଯାଇଥିବା ନାଁ) କହିଛନ୍ତି, ତାଲିବାନୀମାନେ ଚଳିତ ମାସରେ ମହଜବିନ୍ ହାକିମି ନାମକ ଜଣେ ମହିଳା ଖେଳାଳିଙ୍କ ହତ୍ୟା କରିଛନ୍ତି। କୋଚ୍ କହିଛନ୍ତି ଯେ ଏହି ଭୟଙ୍କର ହତ୍ୟା ସମ୍ପନ୍ଧରେ କାହାରିକୁ ସୂଚନା ମିଳିନାହିଁ, କାରଣ ତାଲିବାନୀ ସେହି ଖେଳାଳିଙ୍କର ପରିବାରକୁ ଏ ସମ୍ବନ୍ଧରେ କଥା ନହେବାକୁ ଧମକ ଦେଇଥିଲେ।

ଅଶରଫ୍ ଗନି ସରକାରର ପତନ ପୂର୍ବରୁ ମହଜବିନ କାବୁଲ ନଗର ପାଳିକା ଭଲିବଲ୍ କ୍ଲବ୍ ପକ୍ଷରୁ ଖେଳୁଥିଲେ ଏବଂ ଟିମର ଷ୍ଟାର୍ ଖେଳାଳିଙ୍କ ମଧ୍ୟରେ ସାମିଲ୍ ଥିଲେ। କୋଚଙ୍କ କହିବା ମୁତାବକ, କିଛି ଦିନ ତଳେ ମହଜବିନର କଟା ମୁଣ୍ଡ ଏବଂ ରକ୍ତ ଜୁଡୁବୁଡ଼ୁ ବେକର ଫଟୋ ସୋଶାଲ ମିଡିଆରେ ସାମ୍ନାକୁ ଆସିଥିଲା।

ଆଫଗାନ ଜାତୀୟ ମହିଳା ଭଲିବଲ୍ ଟିମର କୋଚ୍ କହିଛନ୍ତି, ଅଗଷ୍ଟରେ ତାଲିବାନର ପୂର୍ଣ୍ଣ କବଜା ପୂର୍ବରୁ ଟିମର ଦୁଇଜଣ ଖେଳାଳି ଦେଶ ଛାଡ଼ିବାରେ ସଫଳ ହୋଇଥିଲେ। ହେଲେ ମହଜବିନ ହକିମି ସେହି ମହିଳା ଖେଳାଳିଙ୍କ ମଧ୍ୟରେ ସାମିଲ୍ ଥିଲେ, ଯେଉଁମାନେ ଦେଶ ଛାଡ଼ିପାରିନଥିଲେ।

କୋଚ୍ ଅଫଜାଲି କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ କବଜା ପରେ ସେମାନେ ଲଗାତର ମହିଳା ଆଥଲେଟଙ୍କୁ ଖୋଜି ଖୋଜି ବାହାର କରୁଥିଲେ। ବିଶେଷକରି ତାଲିବାନୀ ମହିଳା ଭଲିବଲ୍ ଟିମର ସଦସ୍ୟଙ୍କ ସନ୍ଧାନରେ ଥିଲେ, ଯେଉଁମାନେ ଅନେକ ବିଦେଶୀ ଓ ଘରୋଇ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ମିଡିଆ କାର୍ଯ୍ୟକ୍ରମରେ ଲଗାତର ନଜର ଆସୁଥିଲେ। ଅଫଜାଲି କହିଛନ୍ତି, ଭଲିବଲ୍ ଟିମର ସବୁ ଖେଳାଳି ଓ ବାକି ମହିଳା ଆଥଲେଟ୍ ଅତ୍ୟନ୍ତ ଖରାପ ସ୍ଥିତି ଅଛନ୍ତି। ସେମାନଙ୍କ ମନରେ ଭୟ ଓ ନିରାଶା ରହିଛି। ସମସ୍ତେ ପଳାୟନ କିମ୍ବା ଲୁଚିବାକୁ ବାଧ୍ୟ ହେଉଥିଲେ।

୧୯୭୮ରେ ଆଫଗାନ୍ ରାଷ୍ଟ୍ରୀୟ ମହିଳା ଭଲିବଲ୍ ଟିମର ଗଠନ ହୋଇଥିଲା ଏବଂ ଏହା ଦୀର୍ଘ ଦିନ ଧରି ଦେଶର ଯୁବତୀଙ୍କ ପାଇଁ ଆଶା ଓ ସଶକ୍ତିକରଣର ମାଧ୍ୟମ ଥିଲା। ହେଲେ ମହଜବିନଙ୍କ ମୃତ୍ୟୁ ସମସ୍ତଙ୍କ ଭୟଭୀତ କରିଦେଇଛି। ଟିମର ସଦସ୍ୟ ଆଫଗାନିସ୍ତାନ ଛାଡ଼ିବା ପାଇଁ ଲଘାତର ବିଦେଶୀ ସଂଗଠନ ଓ ଦେଶର ସମର୍ଥନ ପାଇବା ପାଇଁ ପ୍ରୟାସ କରୁଛନ୍ତି, କିନ୍ତୁ ଏଥିରେ ସେମାନେ ବିଫଳ ହୋଇଛନ୍ତି।

ଗତ ସପ୍ତାହରେ ଫିଫା ଓ କତର ସରକାର ଆଫଗାନିସ୍ତାନରୁ ଜାତୀୟ ଫୁଟବଲ ଟିମର ସଦସ୍ୟ ଓ ସେମାନଙ୍କର ପରିବାର ସମେତ ୧୦୦ରୁ ଅଧିକ ମହିଳା ଫୁଟବଲରଙ୍କୁ ସଫଳତାପୂର୍ବକ ଉଦ୍ଧାର କରିଥିଲା।

The post ମହିଳା ଖେଳାଳିଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ତାଲିବାନୀ appeared first on Odisha Reporter.



from Odisha Reporter https://ift.tt/3DXonpp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages