ଗୋବିନ୍ଦର ଅନୈତିକ ପ୍ରେମକାହାଣୀ ଜାଣିଥିଲେ ମମିତା, ସେଥିପାଇଁ କାର୍‌ରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ଗୋବିନ୍ଦର ଅନୈତିକ ପ୍ରେମକାହାଣୀ ଜାଣିଥିଲେ ମମିତା, ସେଥିପାଇଁ କାର୍‌ରେ…

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ସାହୁର ରଙ୍ଗୀଲା ଅନୈତିକ ପ୍ରେମ ସମ୍ପର୍କରେ ଜାଣିଥିଲେ ଶିକ୍ଷୟିତ୍ରୀ ମମିତା ମେହେର। ଆଉ ସେହିକଥାକୁ ପ୍ରଘଟ କରିଦେବାକୁ ଦେଉଥିଲେ ଧମକ। ଯେଉଁଥିପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ ଗୋବିନ୍ଦ। ନିଜ କାର୍‌ ଭିତରେ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ। ଏହା ଥିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ। ତେବେ ଏଠି ପ୍ରଶ୍ନ ଉଠୁଛି ତାଙ୍କୁ କାର୍‌ ଭିତରେ କେମିତି ହତ୍ୟା କରାଯାଇଛି? ଏହାର ଉତ୍ତରରେ ଡିଆଇଜି ଦୀପକ କୁମାର କହିଛନ୍ତି, ମମିତାଙ୍କୁ ଗଳା ଚିପି ହତ୍ୟା କରାଯାଇଛି କି ନାହିଁ, ତାହା ଉପରେ ତଦନ୍ତ ଚାଲିଛି।

ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ରଙ୍ଗିଲା କାହାଣୀ ଜାଣିଥିଲେ ଶିକ୍ଷୟିତ୍ରୀ ମମିତା ମେହେର। ବିଭିନ୍ନ ସମୟରେ ପ୍ରଘଟ କରିଦେବା ପାଇଁ ତାଙ୍କୁ ଧମକ ଦେଉଥିଲେ। ଯେଉଁଥିପାଇଁ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ ଗୋବିନ୍ଦ। ଆଉ ତା’ପରେ ତାକୁ ରାସ୍ତାରୁ ହଟାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଆଉ ସେଥିରେ ସଫଳ ମଧ୍ୟ ହୋଇଥିଲା।

ଡିଆଇଜିଙ୍କ କହିବା ଅନୁସାରେ ଗତ ୮ ତାରିଖରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଡକାଇଥିଲା ଗୋବିନ୍ଦ। ତା’ପରେ ନିଜ କାର୍‌ରେ ଭବାନୀପାଟଣା ନେଇ ଯାଇଥିଲା। ସେଠାରୁ ସେମାନେ ଫେରୁଥିବା ବେଳେ ରାସ୍ତାରେ ନିଜ କାର୍‌ ଭିତରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲା। ହତ୍ୟା କରିବା ପରେ ମୃତଦେହକୁ ନିଜ ଗାଡ଼ିରେ ନେଇଆସିଥିଲା। ସଞ୍ଜ ହେବା ପରେ ମହାଲିଙ୍ଗ ଷ୍ଟାଡିୟମ୍‌ରେ ମମିତାଙ୍କ ମୃତଦେହକୁ କାର୍ଡ଼ବୋର୍ଡ ଓ ଟାୟାରରେ ଜଳାଇ ଦେଇଥିଲା। ତା’ ପର ଦିନ ସକାଳେ ପୋଡ଼ା ଯାଇଥିବା ମୃତଦେହକୁ ଗାତ ଖୋଳି ପୋତି ଦେଇଥିଲା। ଏହି ମାମଲାରେ ଗାତ ଖୋଳିଥିବା ଜେସିବି ଡ୍ରାଇଭରକୁ ଅଟକ ରଖାଯାଇଛି। ମାମଲାରେ ତା’ର ସମ୍ପୃକ୍ତିକୁ ତର୍ଜମା କରାଯାଉଛି ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି। ଘଟଣାରେ ଆଉ କାହାରି ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି। ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରିମାଣ୍ଡରେ ନେବା ପାଇଁ ପୁଲିସ ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ୫ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।

ସୂଚନାରୁ ପ୍ରକାଶ, ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି କେ.ଗାଁ ଥାନାରୁ ଭବନୀପାଟଣା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ତର୍ଜମା କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଗୋବିନ୍ଦଙ୍କ ସମ୍ପୃକ୍ତିଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ପୁଲିସ ଗୋବିନ୍ଦକୁ ଉଠାଇ ଆଣି ଜେରା କରୁଥିବା ବେଳେ ଚମ୍ପଟ ମାରିଥିଲା।

The post ଗୋବିନ୍ଦର ଅନୈତିକ ପ୍ରେମକାହାଣୀ ଜାଣିଥିଲେ ମମିତା, ସେଥିପାଇଁ କାର୍‌ରେ… appeared first on Odisha Reporter.



from Odisha Reporter https://ift.tt/3phDcyX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages