ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ହେଲେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜନ୍ମଦିନ ପାଳନ କରିବେନି ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟବାସୀଙ୍କ ଭଲ ପାଇବା, ଶୁଭେଚ୍ଛା, ଆଶୀର୍ବାଦ ପାଇଁ ମୁଁ ଋଣୀ ବୋଲି କହିଛନ୍ତି ନବୀନ। କୋଭିଡ୍ ଯୋଗୁଁ ଗତ ଦେଢ଼ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ। ତେଣୁ ନବୀନ ନିବାସ ନ ଆସି ମହତ କାର୍ଯ୍ୟରେ ସାମିଲ୍ ହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ତାଙ୍କ ପାଇଁ ସବୁଠୁ ବଡ଼ ଶୁଭେଚ୍ଛା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଓ କଟକଣା ଯୋଗୁ ଅନୁରୂପ ଭାବେ ଜନ୍ମଦିନ ପାଳି ନଥିଲେ। କରୋନା କଟକଣା ଯୋଗୁ ମୁଖ୍ୟମନ୍ତ୍ରୀ କ୍ୱଚିତ୍ ଲୋକଙ୍କୁ ଭେଟୁଥିବାରୁ ତାଙ୍କ ଜନ୍ମଦିନରେ ନେତା-ମନ୍ତ୍ରୀ ଓ ଶୁଭେଚ୍ଛୁଙ୍କୁ ନବୀନ ନିବାସ ଯିବା ଉପରେ କଟକଣା ଲଗାଯାଇଥିଲା।
ସୂଚନାଯୋଗ୍ୟ, ୧୯୪୬ ଅକ୍ଟୋବର ୧୬ରେ ଜନ୍ମିତ ଶ୍ରୀ ପଟ୍ଟନାୟକ ୨୦୦୦ ମାର୍ଚ୍ଚ ୫ରୁ ଏପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।
ସେପଟେ କାଠ ପଟାରେ ଖୋଦେଇ କରି ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ଅରୁଣ ସାହୁ। ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟେଇକୋଳି ଗାଁର ଅରୁଣ ଏକ କାଠ ଚିତ୍ର ସହ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଦୁଇ ଖଣ୍ଡ କାଠ ପଟାରେ ତିଆରି ହୋଇଛି ଏହି ଚିତ୍ରଟି। ଗୋଟିଏ କାଠ ପଟାକୁ କଳା ରଙ୍ଗ ଦିଆଯାଇ ଥିବା ବେଳେ ତା ଉପରେ ଧଳା କାଠ ପଟାକୁ ଅଠା ଲଗାଯାଇଛି। ଧଳା କାଠ ପଟାକୁ ଖୋଦେଇ କରି ମୁଖ୍ୟମନ୍ତ୍ରୀଙ୍କ ମୁହଁ ଆକୃତି କରାଯାଇଛି। କଳା କାଠ ପଟାରେ ଲଗାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ସ୍ପଷ୍ଟ ଭାବେ ଦିଶୁଛି। ଏଥି ସହ ଚିତ୍ର ତଳେ ଛୋଟ ଛୋଟ କାଠ ଟୁକୁରା କାଟି ଇଂରାଜୀ ଅକ୍ଷରରେ ହାପି ବାର୍ଥ ଡେ’ ସିଏମ୍ ନବୀନ ପଟ୍ଟନାୟକ ଲେଖି ସେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post ନବୀନଙ୍କୁ ଛୁଇଁଲା ୭୬, ପାଳିବେନି ଜନ୍ମଦିନ appeared first on Odisha Reporter.
from Odisha Reporter https://ift.tt/3lLsnTP
No comments:
Post a Comment