ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଲା ଦଶହରା, ଆଜି ମେଲାଣି ନେବେ ମା’ ଦୁର୍ଗା। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀ ଶେଷ ହେବାପରେ ପରେ ଆଜି ମା’ଙ୍କୁ ମେଲାଣି ଦିଆଯିବ। କରୋନା ପାଇଁ ଏଥର ବାଜାବାଣ ମନା। ତେଣୁ ନିରାଡମ୍ବର ଭସାଣ ଉତ୍ସବ ଲାଗି ସବୁଠି ପ୍ରସ୍ତୁତି ହୋଇଛି।
ଭୁବନେଶ୍ୱରରେ ଭସାଣୀ ପାଇଁ ୫ଟି ଅସ୍ଥାୟୀ ପୋଖରୀ ହୋଇଥିବା ବେଳେ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ସେହିପରି କଟକରେ ମେଢ ବିସର୍ଜନ ପାଇଁ ୬ ଟି ସ୍ଥାନ ଚିହ୍ନଟ କରାଯାଇଛି। ଦେବୀଗଡା ସହ ଚହଟା, ଯୋବ୍ରା ମ୍ୟୁଜିୟମ ନିକଟ, କାର୍ତ୍ତିକେଶ୍ୱର ଗଡା, ଘାଟକୁଳ ଆଦି ସ୍ଥାନରେ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀ କରାଯାଇଛି। ପର୍ଯ୍ୟାୟ କ୍ରମେ ସନ୍ଧ୍ୟା ୬ଟା ସୁଦ୍ଧା ବିସର୍ଜନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କିଛି ମେଢ଼ ୧୭ ତାରିଖରେ ବିସର୍ଜନ କରାଯିବାକୁ ରୁଟ୍ ଚାର୍ଟ ସ୍ଥିର ହୋଇଛି।
ସୂଚନାଯୋଗ୍ୟ, ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ସମ୍ପୂର୍ଣ୍ଣ ଫିକା ହୋଇଯାଇଥିଲା। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ପୂଜା କରାଯାଇଥିଲା। ବିଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଇଥିଲେ ମା’ ଜଗତ ଜନନୀ।
The post ସରିଲା ଦୁର୍ଗା ପୂଜା, ଆଜି ମେଲାଣି ନେବେ ମା’ appeared first on Odisha Reporter.
from Odisha Reporter https://ift.tt/3FSug99
No comments:
Post a Comment