ସମୀରଙ୍କ ବଲରେ ଆର୍ଯ୍ୟନ୍ ଏବଂ ଗାର୍ଲଫ୍ରେଣ୍ଡ କ୍ଲିନ୍‌ ବୋଲଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 20, 2021

ସମୀରଙ୍କ ବଲରେ ଆର୍ଯ୍ୟନ୍ ଏବଂ ଗାର୍ଲଫ୍ରେଣ୍ଡ କ୍ଲିନ୍‌ ବୋଲଡ୍‌

ମୁମ୍ବାଇ: ଡ୍ରଗସ୍‌ କାରବାରରେ ଗିରଫ ହୋଇ ଜେଲରେ ଥିବା ଶାହାରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କର ଆଜି ପୁଣି ଜାମିନ ଖାରଜ ହୋଇଯାଇଛି। ଖାଲି ଆର୍ଯ୍ୟନ୍‌ ନୁହନ୍ତି ତାଙ୍କ ଡ୍ରଗସ୍‌ ପାର୍ଟି ବାନ୍ଧବୀ କୁହାଯାଉଥିବା ମୁନ୍‌ ମୁନ୍‌ ଧମେଚା ଏବଂ ଅରବାଜ୍‌ ମର୍ଚାଣ୍ଟଙ୍କ ଜାମିନ ମଧ୍ୟ ଖାରଜ ହୋଇଯାଇଛି। ତେବେ କୋର୍ଟଙ୍କ ରାୟ ପରେ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଥିବା ବେଳେ କେବଳ ‘ସତ୍ୟମେବ ଜୟତେ’ ବୋଲି କହିଛନ୍ତି । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ବୁଧବାର ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ  ଅରବାଜ ମର୍ଚାଣ୍ଟ ଏବଂ ମୁନ୍‌ମୁନ୍ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ ପ୍ରତ୍ୟାଖ୍ୟାନ ହୋଇଛି। ଆଜି ଶୁଣାଣି ବେଳେ ବରିଷ୍ଠ ଆଡଭୋକେଟ ଅମିତ ଦେଶାଇଙ୍କ ସହ ଆଡଭୋକେଟ ସତୀଶ ମନସିନ୍ଧେ ଆର୍ଯ୍ୟ ଖାନ୍‌ଙ୍କ ପକ୍ଷରୁ ଦସ୍ତାବେଜ୍‌ ଉପସ୍ଥାପନ କରିଥିଲେ। ତେବେ ଆର୍ଯ୍ୟନ୍‌ଙ୍କ ସମେତ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ଜାମିନ ଆବେଦନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବିରୋଧ କରିଥିଲା। ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଡ୍ରଗସ୍‌ ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ରାକଯାଇଛି।

ଏହାପୂର୍ବରୁ ଆର୍ଯ୍ୟନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ନାମଞ୍ଜୁର କରିଥିଲେ।  ପରେ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ବେଲ ପିଟିସନ୍‌ ଦାୟର କରାଯାଥିଲା।   ଗତ ଅକ୍ଟୋବର ୨ରେ ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ଡ୍ରଗ୍ସ ଜବତ ହେବା ସହ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଥିଲା।  ବର୍ତ୍ତମାନ ଅଭିଯୁକ୍ତମାନେ  ଆର୍ଥର ରୋଡ ଜେଲରେ ଅଛନ୍ତି।

The post ସମୀରଙ୍କ ବଲରେ ଆର୍ଯ୍ୟନ୍ ଏବଂ ଗାର୍ଲଫ୍ରେଣ୍ଡ କ୍ଲିନ୍‌ ବୋଲଡ୍‌ appeared first on Odisha Reporter.



from Odisha Reporter https://ift.tt/2XrVyBQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages