ମହାନ ଫୁଟବଲର ପେଲେଙ୍କ ରେକର୍ଡ ଭାଙ୍ଗିଲେ ଭାରତର ସୁନୀଲ ଛେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

ମହାନ ଫୁଟବଲର ପେଲେଙ୍କ ରେକର୍ଡ ଭାଙ୍ଗିଲେ ଭାରତର ସୁନୀଲ ଛେତ୍ରୀ

ମାଲେ: ଫୁଟବଲର କିମ୍ବଦନ୍ତୀ ତଥା ବ୍ରାଜିଲ ତାରକା ପେଲେଙ୍କ ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ। ସେ ଏସଏଏଫଏଏଫ ଚାମ୍ପିୟନଶିପର ଶେଷ ଲିଗ୍‌ ମ୍ୟାଚ୍‌ରେ ଡବଲ ଗୋଲ ସ୍କୋର କରି ପେଲେଙ୍କ ରେକର୍ଡ ଭାଙ୍ଗିଛନ୍ତି। ସୁନୀଲଙ୍କ ଡବଲ ଗୋଲ ପରେ ଭାରତ ଟୁର୍ଣ୍ଣାମେଣ୍ଟର ଆୟୋଜକ ମାଳଦ୍ୱୀପକୁ ୩-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଛେତ୍ରୀ ମ୍ୟାଚ୍‌ର ୬୨ ଓ ୭୧ ମିନିଟ୍‌ରେ ଡବଲ ଗୋଲ ସ୍କୋର କରିଥିଲେ। ତେବେ ଏହା ପୂର୍ବରୁ ୩୩ତମ ମିନିଟ୍‌ରେ ମନବୀର ସିଂହ ଗୋଲ କରି ଭାରତକୁ ଲିଡ୍‌ ଦେଇଥିଲେ। ତେବେ ମାଳଦ୍ୱୀପର ଅଲୀ ଅସଫାକ ୪୫ତମ ମିନିଟ୍‌ରେ ଗୋଲ ସ୍କୋର କରି ସ୍ଥିତ ବରାବର କରି ଦେଇଥିଲେ। ସୁନୀଲ ନିଜର ଦମଦାର ପ୍ରଦର୍ଶନ ପାଇଁ ଉକ୍ତ ମ୍ୟାଚ୍‌ରେ ମ୍ୟାନ ଅଫ ଦି ପୁରସ୍କାର ମଧ୍ୟ ହାତେଇଛନ୍ତି।


ପେଲେ ବ୍ରାଜିଲ ପାଇଁ ୭୭ଟି ଗୋଲ ସ୍କୋର କରିଥିବା ବେଳେ ଏବେ ଛେତ୍ରୀ ଭାରତ ପାଇଁ ୭୯ଟି ଗୋଲ ସ୍କୋର କରିଛନ୍ତି। ମ୍ୟାଚ୍‌ ପୂର୍ବରୁ ଛେତ୍ରୀ ଓ ପେଲେଙ୍କ ଗୋଲ ସଂଖ୍ୟା ସମାନ ରହିଥିଲା। ତେବେ ସେ ୬୨ତମ ମିନିଟ୍‌ରେ ଗୋଲ କରିବା କ୍ଷଣି ପେଲେଙ୍କ ରେକର୍ଡକୁ ଭାଙ୍ଗି ଦେଇଥିଲେ।

ବର୍ତ୍ତମାନ ଛେତ୍ରୀ ସମଗ୍ର ବିଶ୍ୱରେ ୩ୟ ସର୍ବାଧିକ ଗୋଲ ସ୍କୋର ମାନ୍ୟତା ପାଇଛନ୍ତି। ୩୭ ବର୍ଷୀୟ ଛେତ୍ରୀ ଏଯାଏ ୧୨୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ପାଇଁ ୭୯ଟି ଗୋଲ ସ୍କୋର କରିଛନ୍ତି। ତାଙ୍କ ଉପରେ ଆର୍ଜେଣ୍ଟିନାର ଲିଓନେଲ ମେସି (୮୦ ଗୋଲ) ଓ ପର୍ତ୍ତୁଗାଲ ସୁପରଷ୍ଟା କ୍ରୀଷ୍ଟିଆନୋ ରୋନାଲ୍ଡୋ(୧୧୫ ଗୋଲ) ରହିଛନ୍ତି।

ଏସଏଏଫଏଫ ଚାମ୍ପିୟନଶିପକୁ ୫ଥର ଜିତିଥିବା ଭାରତ ଏଥର ପଏଣ୍ଟ ଟେବୁଲର ଶୀର୍ଷରେ ରହି ଫାଇନାଲକୁ ପ୍ରବେଶ କରିଛି। ଅକ୍ଟୋବର ୧୬ରେ ଦଳ ନେପାଳ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବ। ଲିଗ ଷ୍ଟେଜରେ ନେପାଳ ୧-୦ରେ ଭାରତ ଠାରୁ ପରାସ୍ତ ହୋଇଥିଲା।


ସୂଚନାଯୋଗ୍ୟ, ପେଲେ୧୯୪୦ ମସିହା ଅକ୍ଟୋବର ୨୩ ତାରିଖରେ ଦକ୍ଷିଣ ବ୍ରାଜିଲର ଟ୍ରେସ୍‌ କୋରାକୋସ୍‌ ସହରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏଡ୍‌ସନ୍‌ ଆରାଣ୍ଟେସ୍‌ ଡୋ ନାସିମେଣ୍ଟୋ। କିଛି ବର୍ଷ ଧରି ଏହି ଫୁଟ୍‌ବଲ ସମ୍ରାଟ୍‌ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଛନ୍ତି। ଫୁଟ୍‌ବଲ ଇତିହାସରେ ତିନୋଟି ବିଶ୍ୱକପ୍‌ ଜିତିବାରେ ଏକମାତ୍ର ଖେଳାଳି ହେଉଛନ୍ତି ପେଲେ। ସେ ୧୯୫୮, ୧୯୬୨ ଓ ୧୯୭୦ ବିଶ୍ୱକପ୍‌ ଜିତିଥିଲେ।

The post ମହାନ ଫୁଟବଲର ପେଲେଙ୍କ ରେକର୍ଡ ଭାଙ୍ଗିଲେ ଭାରତର ସୁନୀଲ ଛେତ୍ରୀ appeared first on Odisha Reporter.



from Odisha Reporter https://ift.tt/3BMvh0g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages