ଦୁର୍ନୀତିରେ ବୁଡ଼ି ରହିଛି ବରଗଡ଼ା ସେବା ସମବାୟ ସମିତି, ମୃତ ବ୍ୟକ୍ତିଙ୍କ ନାଁରେ ବି ଉଠିଛି ଋଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 13, 2021

ଦୁର୍ନୀତିରେ ବୁଡ଼ି ରହିଛି ବରଗଡ଼ା ସେବା ସମବାୟ ସମିତି, ମୃତ ବ୍ୟକ୍ତିଙ୍କ ନାଁରେ ବି ଉଠିଛି ଋଣ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ବରଗଡ଼ା ସେବା ସମବାୟ ସମିତି ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଚାଷୀଙ୍କ ଅଗୋଚରରେ ସେମାନଙ୍କ ନାଁରେ କୋଟି କୋଟି ଟଙ୍କା ଋଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ମୃତ ଚାଷୀଙ୍କ ନାଁରେ ବି ଉଠିଛି ଋଣ। ଏନେଇ ଚାଷୀମାନେ ଧୁଷୁରି ଥାନାରେ ଅଭିଯୋଗ କରିଛନ୍ତି।

ସୀତାରାମ ଦାସ ନାମକ ଜଣେ ଚାଷୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସାନ ଭାଇ ମରିବାର ପ୍ରାୟ ୩ ବର୍ଷ ହୋଇଗଲାଣି। କିନ୍ତୁ ଗତବର୍ଷ ଜାନୁଆରୀ ମାସରେ ତାଙ୍କ ନାଁ (ମୃତ ସାନ ଭାଇ ନାଁ)ରେ  ୨ ଲକ୍ଷ ୪୦ ହଜାର ଟଙ୍କାର ଋଣ ଉଠିଛି।

ସେହିପରି ସୁଲୋଚନା ସେଠୀ ନାମକ ଜଣେ ମହିଳା କହିଛନ୍ତି, ଆମେ କେବେ ଋଣ ପାଇଁ ଆବେଦନ ବି କରି ନାହୁଁ। କିନ୍ତୁ ମୋ ସ୍ୱାମୀଙ୍କ ନାଁରେ ୨ଲକ୍ଷ ୭ ହଜାର ଟଙ୍କାର ଲୋନ୍‌ ଥିବା କୁହାଯାଇଛି। ଆମେ ଗରିବ ଲୋକ। ଏବେ କ’ଣ କରିବୁ?

କେବଳ ଏତିକି ନୁହେଁ, ଏହି ଅଞ୍ଚଳର ଚାଷୀଙ୍କୁ ସେମାନଙ୍କ ଧାନ ବିକା ଟଙ୍କା ବି ଦେଉନି ବରଗଡ଼ା ସମବାୟ ସମିତି। ଅଭିଯୋଗ ଅନୁଯାୟୀ, ୨୦୨୦-୨୧ ରେ ଏହି ସମିତିରେ ୩୭ ଜଣ ଚାଷୀଙ୍କୁ ଧାନ ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ଟୋକନ ମିଳିଥିଲା। ଚାଷୀମାନେ ୯୭୮ କୁଇଣ୍ଟାଲ ଖରିଫ ଧାନ ସମବାୟ ସମିତିକୁ ଦେଇଥିଲେ । ହେଲେ ଆଜିକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଚାଷୀମାନେ ସେମାନଙ୍କ ଧାନ ବିକା ଟଙ୍କା ପାଇ ନାହାନ୍ତି । ସେମାନଙ୍କ ଧାନ ଟଙ୍କା କୁଆଡେ ଗଲା ବୋଲି ସମ୍ପାଦକଙ୍କୁ ପଚାରିଲେ ମଧ୍ୟ ସେ କିଛି ଉତ୍ତର ଦେଉ ନାହାନ୍ତି। ଫଳରେ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି। ସମ୍ପାଦକଙ୍କ ମନମୁଖୀ ତଥା ଜାଲିଆତି କାର୍ଯ୍ୟକୁ ବିରୋଧ କରି ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଚାଷୀମାନେ। ଏପରିକି ଚାଷୀ ମାନେ ଏହି ସେବା ସମବାୟ ସମିତିରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ନିକଟରେ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି।

ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ କହିଛନ୍ତି, ଚାଷୀମାନେ ସମୟବାୟ ସମିତିରେ ଧାନ ଦେଇ ପ୍ରାପ୍ୟ ଟଙ୍କା ପାଇ ନଥିବା ପୂର୍ବରୁ ଅଭିଯୋଗ କରିଥିଲେ। ଏବେ ଚାଷୀମାନେ ସେମାନଙ୍କ ନାଁରେ ଫେକ୍ ଲୋନ୍ କରାଯାଇଛି ବୋଲି ପୁଣି ଅଭିଯୋଗ କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ। ଯଦି ଅଭିଯୋଗରେ ସତ୍ୟତା ଥାଏ, ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

The post ଦୁର୍ନୀତିରେ ବୁଡ଼ି ରହିଛି ବରଗଡ଼ା ସେବା ସମବାୟ ସମିତି, ମୃତ ବ୍ୟକ୍ତିଙ୍କ ନାଁରେ ବି ଉଠିଛି ଋଣ appeared first on Odisha Reporter.



from Odisha Reporter https://ift.tt/3lDL77s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages