ନୂଆଦିଲ୍ଲୀ: ଫେସ୍ବୁକ୍ ଘରେ ଘରେ ଏକ ପରିଚିତ ନାଁ। କିନ୍ତୁ ଏବେ ଏହାର ନାଁ ବଦଳିବାକୁ ଯାଉଛି। ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ ପରିଚାଳିତ ଫେସ୍ବୁକ୍ ଆଉ କେବଳ ଏକ ସୋଶାଲ୍ ମିଡିଆ କମ୍ପାନୀ ଭାବେ ପରିଚିତ ହେବାକୁ ଚାହୁଁ ନାହିଁ। ଏଣୁ ଏହା ନିଜକୁ ବିସ୍ତାର କରିବା ସହିତ ତା’ର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି।
ଅକ୍ଟୋବର ୨୮ ତାରିଖରେ ଫେସ୍ବୁକ୍ର ବାର୍ଷିକ କନେକ୍ଟ କନ୍ଫରେନ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ମାର୍କ ଜୁକରବର୍ଗ ଦେବାକୁ ଥିବା ଅଭିଭାଷଣରେ କେନ୍ଦ୍ରବିନ୍ଦୁ ହେବ କଂପାନୀର ନାଁ ପରିବର୍ତ୍ତନ ପ୍ରସଙ୍ଗ। ଏହାର ଅର୍ଥ ଚଳିତ ମାସରେ ହିଁ ଫେସ୍ବୁକ୍ କମ୍ପାନୀ ନିଜକୁ ନୂଆ ରୂପ ବା ପରିଚୟ ଦେଇପାରେ।
ଅନ୍ୟପକ୍ଷରେ ନାଁ ପରିବର୍ତ୍ତନ ହେଲେ ବି ଏହାର ପ୍ରଭାବ ଫେସ୍ବୁକ୍ ୟୁଜର୍ସଙ୍କ ଉପରେ ପଡ଼ିବ ନାହିଁ। ପରିଚୟ ବଦଳାଇବା ପରେ ବି ଏହା ଏକ ସୋଶାଲ୍ ମିଡିଆ ପ୍ଲାଟ୍ଫର୍ମ ଭାବେ ଚାଲିବ।
ନାଁ ବଦଳିବା ପରେ ଫେସ୍ବୁକ୍ର ଆପ୍ ଏକ ପ୍ୟାରେଣ୍ଟ୍ କମ୍ପାନୀ ଅଧୀନରେ ଚାଲିବ, ଯାହା ଫେସ୍ବୁକ୍ର ସମସ୍ତ ସେବାକୁ ପରିଚାଳନା କରିବ। ତା’ମଧ୍ୟରେ ହ୍ୱାଟ୍ସଆପ୍ ଓ ଇନ୍ଷ୍ଟାଗ୍ରାମ୍ ଆଦି ସେବା ବି ଅନ୍ତର୍ଭୁକ୍ତ। ଏହା ସହିତ ଫେସ୍ବୁକ୍ ନିଜକୁ ବିସ୍ତାର କରି ହାର୍ଡୱେର କ୍ଷେତ୍ରରେ ପାଦ ଥାପିବ। ନିକଟରେ ଏହା ରେ-ବ୍ୟାନ୍ ସହିତ ମିଶି ଏଆର୍-ଗ୍ଲାସେସ୍ ପ୍ରସ୍ତୁତ କରିଛି। ମାର୍କ ଜୁକରବର୍ଗ ନିଶ୍ଚିତ ଅଛନ୍ତି ଯେ ଆଗାମୀ ଦିନରେ ସ୍ମାର୍ଟଫୋନ୍ ଭଳି ଏଆର୍-ଗ୍ଲାସେସ୍ ବି ଭାରି ସାଧାରଣ ହୋଇଯିବ। ଅନ୍ୟପକ୍ଷରେ ଏହି ଅଗ୍ରଗତି ନେଇ ଫେସ୍ବୁକ୍ ପକ୍ଷରୁ ଏଯାଏଁ କିଛି କୁହାଯାଇନାହିଁ।
The post ବଦଳିବ ଫେସ୍ବୁକ୍ର ନାଁ! appeared first on Odisha Reporter.
from Odisha Reporter https://ift.tt/3AXPZJ2
No comments:
Post a Comment