ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ଭାସିଯାଇ ଗତକାଲିଠୁ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ବେଳାଭୂମିରୁ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ ଛାତ୍ରଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅରବାଜ କାଦିର।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନରରେ ଭଦ୍ରକ ଜିଲ୍ଲାର ରାହେଶ କୁମାର ସିଂ, ଅନୁଗୋଳର ଓମ୍ ପ୍ରକାଶ ଯାଦବ ଓ ପଶ୍ଚିମବଙ୍ଗର ଅରବାଜ କାଦିର ଶ୍ରୀକ୍ଷେତ୍ର ଆସିଥିଲେ। ସେମାନେ ଲାଇଟ୍ ହାଉସ୍ ବେଳାଭୂମିରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ବଡ଼ ଲହଡିରେ ସେମାନେ ଭାସିଯାଇଥିଲେ। ଚିତ୍କାର ଶୁଣି ଲାଇଫଗାର୍ଡ ୩ ଜଣଙ୍କ ଭିତରୁ ରାହେଶ ଓ ଓମ୍ ପ୍ରକାଶଙ୍କୁ ଉଦ୍ଧାର କରି ସମୁଦ୍ର କୂଳ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁରୀ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସମସ୍ତେ କଲିକତାରେ ଏରୋନଟିକାଲ ଇନଷ୍ଟିଚ୍ୟୁଟର ଛାତ୍ର। ଭୁବନେଶ୍ୱର ଏକ ପରୀକ୍ଷା ଦେବା ପାଇଁ ସମସ୍ତେ ଆସିଥିଲେ।
The post କାଲି ଭାସି ଯାଇଥିଲେ, ଆଜି ବେଳାଭୂମିରେ ଲାଗିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3BqCMJT
No comments:
Post a Comment