ବାରିପଦା (ମାନିକ୍ ଲାଲ୍ ପାଣି): ୪ ଦଫା ଦାବିରେ ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନଶନରେ ବସିଛନ୍ତି ସେବାୟତ। ଜଗନ୍ନାଥ ମନ୍ଦିର ସେବାୟତ ସଂଘ ପକ୍ଷରୁ ଏହି ଅନଶନ କରାଯାଉଛି।
ମନ୍ଦିରରେ ନୀତିକାନ୍ତରେ ବାରମ୍ବାର ବିଭ୍ରାଟ ହେଉଥିବା ତଥା ମନ୍ଦିରକୁ ଯୋଗାଇ ଦିଆଯାଉଥିବା ଭୋଗ ସାମଗ୍ରୀ ନିମ୍ନମାନର ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ଦାବି କରିଛନ୍ତି ସେମାନେ।
ସେହିପରି ମନ୍ଦିରରେ ସୁପକାର ସେବାୟତ ମାନଙ୍କ ପାଇଁ ଏକ ବିଶ୍ରାମ ଗୃହ କରିବାକୁ ସେମାନେ ଦାବି କରିଛନ୍ତି। ଏହା ସହିତ ରଥ ଖଳାରେ ଥିବା ଅର୍ଦ୍ଧନିର୍ମିତ ରଥକୁ ଖୋଲାଯାଇ କାଠ ଗୁଡ଼ିକୁ ଯତ୍ନ ସହକାରେ ରଖିବା ପାଇଁ ସେବାୟତ ସଂଘ ଦାବି କରିଛି।
ସେବାୟତ ସଂଘ ପକ୍ଷରୁ କୁହାଯାଇଛି ଯେ ଏହି ସବୁ ଦାବି ସଂପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ସେମାନେ ଅନଶନରେ ବସିଛନ୍ତି। ଏହି ଅନଶନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ।
The post ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ସେବାୟତଙ୍କ ଅନଶନ appeared first on Odisha Reporter.
from Odisha Reporter https://ift.tt/3lj3rms
No comments:
Post a Comment