ବୁମ୍ରାଙ୍କ ପରେ ବ୍ରାଭୋଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ହର୍ଷଲ ପଟେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ବୁମ୍ରାଙ୍କ ପରେ ବ୍ରାଭୋଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ହର୍ଷଲ ପଟେଲ

ଦୁବାଇ: ଚଳିତ ଆଇପିଏଲରେ ସର୍ବାଧିକ ୱିକେଟ ଦଖଲ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ ପଟେଲ ନୂଆ ରେକର୍ଡ ସୃଷ୍ଟି କରିବାର ସୁଯୋଗ ପାଇଛନ୍ତି। ପୂର୍ବରୁ ସେ ଯଶପ୍ରୀତ ବୁମ୍ରାଙ୍କ ରେକର୍ଡ ଭାଙ୍ଗିଥିବା ବେଳେ ଏବେ ଡ୍ୱିନେ ବ୍ରାଭୋଙ୍କୁ ଅତିକ୍ରମ କରିବାର ଦ୍ୱାରଦେଶରେ ପହଞ୍ଚି ଯାଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ୩୦ଟି ୱିକେଟ ନେଇ ସାରିଥିବା ହର୍ଷଲ ଆଜି କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ପ୍ରଥମ ଏଲିମିନେଟର ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇବେ। ଏହି ସମୟରେ ସେ ଟି-୨୦ ଲିଗ୍‌ରେ ସର୍ବାକାଳୀନ ରେକର୍ଡ ସୃଷ୍ଟି କରିବାର ସୁଯୋଗ ପାଇବେ।

ଆଇପିଏଲ ଇତିହାସର ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ ଦଖଲ କରିଥିବା ତାଲିକାର ୧ନଂ ସ୍ଥାନରେ ବ୍ରାଭୋ ରହିଛନ୍ତି। ୨୦୧୩ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳି ବ୍ରାଭୋ ୩୨ଟି ୱିକେଟ ନେଇଛନ୍ତି। ଆଜି ଯାଏ କୌଣସି ଖେଳାଳି ଗୋଟିଏ ସଂସ୍କରଣରେ ଏତେ ସଂଖ୍ୟକ ୱିକେଟ ନେବାକୁ ସକ୍ଷମ ହୋଇନାହାନ୍ତି।

ହେଲେ ହର୍ଷଲ ପଟେଲ ଏହି ରେକର୍ଡ ଠାରୁ ମାତ୍ର ୩ଟି ୱିକେଟ ପଛରେ ରହିଛନ୍ତି। ଯଦି ସେ ଆଜି ୩ଟି ୱିକେଟ ନେଇପାରିବେ, ତାଙ୍କ ନାଁରେ ନୂଆ ରେକର୍ଡ ସୃଷ୍ଟି ହୋଇଯିବ। ପୂର୍ବରୁ ହର୍ଷଲ ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ସର୍ବାଧିକ ୱିକେଟ ନେବାର ରେକର୍ଡ ନିଜ ନାଁରେ କରି ସାରିଛନ୍ତି।

ତାଙ୍କ ପୂର୍ବରୁ ଯଶପ୍ରୀତ ବୁମ୍ରା ଆଇପିଏଲର ଗୋଟିଏ ସଂସ୍କରଣରେ ୨୭ଟି ୱିକେଟ ନେଇ ଭାରତୀୟଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଥିଲେ। ହେଲେ ଚଳିତ ଆପିଏଲରେ ହର୍ଷଲ ସନରାଇଜର୍ସ ବିପକ୍ଷ ମୁକାବିଲାରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଆଇପିଏଲର ୨୦୨୧ ସଂସ୍କରଣରେ ହର୍ଷଲ ଦମଦାର ବୋଲିଂ କରି ଚାଲିଛନ୍ତି। ସେ ପର୍ପଲ କ୍ୟାପ୍‌ ନିଜ ପାଖରେ ରଖିଛନ୍ତି। ଯାହା ଲାଗୁଛି ସେ ହିଁ ଚଳିତ ଆଇପିଏଲରେ ପର୍ପଲ କ୍ୟାପ୍‌ର ବିଜେତା ହେବେ। କାରଣ ହର୍ଷଲ ୩୦ଟି ୱିକେଟ ନେଇ ୧ନଂ ସ୍ଥାନରେ ଥିବା ବେଳେ ତାଙ୍କ ପଛରେ ଥିବା ଦିଲ୍ଲୀର ଅଭେଶ ଖାନଙ୍କ ୱିକେଟ ସଂଖ୍ୟା ୨୩ ରହିଛି। ତେଣୁ ହର୍ଷଲଙ୍କୁ ଅତିକ୍ରମ କରିବା ଅଭେଶଙ୍କ ପକ୍ଷରେ କଷ୍ଟକର ହେବ।

ଦିଲ୍ଲୀ କ୍ୟାପିଟାଲ୍ସ ଗତକାଲି ପ୍ରଥମ କ୍ୱାଲିଫାୟରରେ ଚେନ୍ନାଇ ଠାରୁ ହାରିଛି। ଏହି ମ୍ୟାଚ୍‌ ପରେ ଚେନ୍ନାଇ ଫାଇନାଲକୁ ଯାଇଥିବା ବେଳେ ଦିଲ୍ଲୀ ଦ୍ୱିତୀୟ ଏଲିମିନେଟର ଖେଳିବ। ଆଜି ଆରସିବି ଓ କୋଲକାତା ମଧ୍ୟରେ ପ୍ରଥମ ଏଲିମିନେଟର ହେବ। ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ, ତା’ର ମୁକାବିଲା ଫାଇନାଲ ଟିକେଟ ପାଇଁ ଦିଲ୍ଲୀ ସହ ହେବ। ଏହି ସମୟରେ ଅଭେଶ ଖାନ କିଛି ୱିକେଟ ନେବାର ସୁଯୋଗ ପାଇପାରନ୍ତି।

The post ବୁମ୍ରାଙ୍କ ପରେ ବ୍ରାଭୋଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ହର୍ଷଲ ପଟେଲ appeared first on Odisha Reporter.



from Odisha Reporter https://ift.tt/3oPltyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages