ମୁମ୍ବାଇ: ଏନ୍ସିବି ହାତରେ ଧରାପଡିଲେ ଆଉ ୨ ସନ୍ଦିଗ୍ଧ। ମୁମ୍ବାଇର ଜାହାଜ ଭିତରେ ରେଭ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଉ ୨ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ମାଲାରେ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏନେଇ ଏନ୍ସିବି ସୂଚନା ଦେଇଛି।
କ୍ରୁଜ୍ ଉପରେ ସୋମାବାର ପୁଣି ଚଢ଼ାଉ ବେଳେ ଜଣକୁ ଗିରଫ କରାଯାଇଥିବା ବେଳେ ଯୋଗେଶ୍ୱରୀ ଅଞ୍ଚଳରୁ ଆଉ ଜଣେ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରାଯାଇଛି। ମୁମ୍ବାଇର ଯୋଗେଶ୍ୱରୀ ଅଞ୍ଚଳରେ ଚଢ଼ାଉ ପରେ ଏନସିବି ଜଣେ ଡ୍ରଗ୍ ବେପାରୀଙ୍କୁ ଗିରଫ କରିଥିଲା। ତା’ନିକଟରୁ ମେପେଡ୍ରୋନ୍ ଡ୍ରଗ୍ ଜବତ ହୋଇଛି। ଏହି ଦୁଇ ଗିରଫ ବ୍ୟକ୍ତିଙ୍କୁ ଆଜି ଏନ୍ସିବି କୋର୍ଟରେ ହାଜର କରିବ।
ସୂଚନା ମୁତାବକ, ଗିରଫ ବ୍ୟକ୍ତିଙ୍କ ସହ ଜଡିତ ଡ୍ରଗ୍ ଚୋରା ଚାଲାଣକାରୀଙ୍କ ଉପରେ ଏନସିବିର ମୁମ୍ବାଇ ଜୋନାଲ ୟୁନିଟ୍ ତଦନ୍ତ ଆରମ୍ଭ କରିଛି। ଜାହାଜରେ ଧରାପଡିଥିବା ବ୍ୟକ୍ତିଙ୍କ ବ୍ୟତୀତ ଏଜେନ୍ସି କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଏନସିବି କାର୍ଯ୍ୟାଳୟକୁ ଯାଞ୍ଚ ପାଇଁ ଆଣିଥିଲା ବୋଲି ଅଧିକାରୀ କହିଛନ୍ତି। ଏହି ଅଧିକାରୀ ଜଣକ ତାଙ୍କ ପରିଚୟ ପ୍ରକାଶ ନକରି କହିଛନ୍ତି, ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ଆଉ ଦୁଇ ଜଣଙ୍କ ଭୂମିକା ସାମ୍ନାକୁ ଆସିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।
ବର୍ତ୍ତମାନ ଯାଏଁ ରେଭ୍ ପାର୍ଟି ମାମଲାରେ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି। ଏନସିବି ସୋମବାର କୋର୍ଟରେ ଦାବି କରିଛି ଯେ ଆର୍ଯ୍ୟନ୍ ଖାନଙ୍କ ହ୍ୱାଟସ୍ ଆପ୍ ଚାଟରୁ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି। ସେ କେବଳ ଡ୍ରଗ୍ସ ସେବନ କରୁଥନଥିଲେ ବରଂ ଡ୍ରଗ୍ସ କାରବାର ସହ ମଧ୍ୟ ଆର୍ଯ୍ୟନ୍ଙ୍କ ସମ୍ପୃକ୍ତି ଥିବା ଜଣାପଡିଛି।
ସୂଚନା ମୁତାବକ, ରେଭ୍ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍ ଖାନ୍ ଏବଂ ଅନ୍ୟ ୮ ଜଣଙ୍କୁ ଏନ୍ସିବି ଆସନ୍ତା ୭ ଅକ୍ଟୋବର ଯାଏଁ ରିମାଣ୍ଡରେ ନେଇଛି। ରିମାଣ୍ଡରେ ନେଇ ଏମାନଙ୍କୁ ଏନ୍ସିବି ପଚରାଉଚରା ଜାରି ରଖିଛି।
The post ରେଭ୍ ପାର୍ଟି ମାମଲା: ଗିରଫ ହେଲେ ଆଉ ୨ ସନ୍ଦିଗ୍ଧ appeared first on Odisha Reporter.
from Odisha Reporter https://ift.tt/3FgtlPv
No comments:
Post a Comment