ବୌଦ୍ଧ (ଦୀପକ କୁମାର ଅଦର): ମୋବାଇଲ୍ ଆଣିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଚାଲି ଯାଇଛି ୫ ବର୍ଷର ଶିଶୁ ପୁତ୍ରର ଜୀବନ। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ପଞ୍ଚାୟତର କଙ୍କଲା ଗାଁରେ।
ମୃତ ଶିଶୁଟିର ନାଁ ରଜତ ବେହେରା। ତାଙ୍କ ବାପାଙ୍କ ନାଁ ଅରୁଣ ବେହେରା। ଗତକାଲି ରାତିରେ ଖାଇ ସାରିବା ପରେ ଅରୁଣଙ୍କ ପରିବାର ଲୋକେ ଛାତ ଉପରକୁ ଶୋଇବାକୁ ଯାଉଥିଲେ। ଏହି ସମୟରେ ରଜତ ମୋବାଇଲ୍ ଫୋନ୍ ମାଗିଥିଲା। ସେ ଫୋନ୍ ଆଣିବାକୁ ଯାଇଥିବା ବେଳେ ଫ୍ରିଜ୍ରେ ଲାଗିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା।
ଗୁରୁତର ଅବସ୍ଥାରେ ରଜତକୁ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁରୁଣା କଟକ ଥାନାରୁ ଘଟଣା ସଂପର୍କରେ ଖବର ପାଇ ହରଭଙ୍ଗ ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଛି।
The post ମୋବାଇଲ୍ ଫୋନ୍ ଆଣିବାକୁ ଯାଇ ଚାଲିଗଲା ୫ ବର୍ଷର ଶିଶୁର ଜୀବନ appeared first on Odisha Reporter.
from Odisha Reporter https://ift.tt/3A9v6dB
No comments:
Post a Comment