ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି କ୍ୟାପଟେନ୍। ତେବେ ଏହି ଦଳର ନାଁ କ’ଣ ରହିବ ସେ ନେଇ ସେ କିଛି କହିନାହାନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ଅମରିନ୍ଦର ସିଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କରାଯାଇଥିବା ଗଠନମୂଳକ କାମ ବିଷୟରେ ସୂଚନା ଦେଇଥିଲେ। ତେବେ ଅମରିନ୍ଦର ସିଂ ୨୦୨୨ ପଞ୍ଜାବ ନିର୍ବାଚନରେ ବିଜେପି କିମ୍ବା ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି।
ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ହଁ, ମୁଁ ଏକ ନୂଆ ଦଳ ଗଠନ କରିବି। ଆୟୋଗଙ୍କ ଅନୁମୋଦନ ପରେ ଦଳର ନାଁ ଏବଂ ଚିହ୍ନ ଘୋଷଣା କରାଯିବ। ମୋର ଓକିଲମାନେ ଏହା ଉପରେ କାମ କରୁଛନ୍ତି।’
ସାମ୍ବାଦିକ ସମ୍ମିଳନୀରେ କ୍ୟାପଟେନ୍ କଂଗ୍ରେସ ନେତା ସିଦ୍ଧୁଙ୍କୁ ଟାର୍ଗେଟ କରିବା ଭୁଲି ନାହାନ୍ତି। ସେ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଯେଉଁଠାରୁ ସିଦ୍ଧୁ ଠିଆ ହେବେ ଆମେ ଏହି ସେହିଠାରୁ ନିର୍ବାଚନ ଲଢ଼ିବୁ। ସମୟ ଆସିଲେ ଆମେ ସମସ୍ତ ୧୧୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ, ଆଡଜଷ୍ଟମେଣ୍ଟ ସିଟ୍ ପ୍ରତିଦ୍ୱନ୍ଦ୍ୱିତା ହେଉ କିମ୍ବା ନିଜେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏଥିସହ ସିଦ୍ଧୁ କିଛି ଜାଣି ନାହାନ୍ତି, ଅଧିକ ଗପୁଛନ୍ତି। ତାଙ୍କର ମସ୍ତିସ୍କ ହିଁ ନାହିଁ। ସିଦ୍ଧୁ ପିସିସି ସଭାପତି ହେବା ପରେ କଂଗ୍ରେସର ଲୋକପ୍ରିୟତା ୨୫ ପ୍ରତିଶତ ହ୍ରାସ ପାଇଛି ବୋଲି ଅମରିନ୍ଦର ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ ଥିବ ସମୟରେ ଯେଉଁ ପ୍ରଶ୍ନ ସବୁ ଉଠିଥିଲା ତା’ର ମଧ୍ୟ ଅମରିନ୍ଦର ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ସୁରକ୍ଷା ବ୍ୟବସ୍ଥା ବିଷୟରେ ମୋତେ ପରିହାସ କରନ୍ତି, ସେମାନେ ଜାଣିରଖିବା ଉଚିତ ଯେ ମୁଁ ୧୦ ବର୍ଷ ଧରି ସେନାରେ ଥିଲି। ଅନ୍ୟପକ୍ଷରେ, ମୁଁ ସାଢ଼େ ୯ ବର୍ଷ ପାଇଁ ପଞ୍ଜାବର ଗୃହମନ୍ତ୍ରୀ ଥିଲି ଏବଂ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ମୋ ଅଧୀନରେ ଥିଲା। ଯିଏ ଏକ ମାସ ଧରି ଗୃହମନ୍ତ୍ରୀ ଥିଲେ ସେ କୁହନ୍ତି ଯେ ସେ ମୋଠାରୁ ଅଧିକ ଜାଣନ୍ତି।
ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବର ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ପାଞ୍ଚ ବର୍ଷ ପୁରୁଣା କଂଗ୍ରେସର ମନିଫେଷ୍ଟୋ ଦେଖାଇଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେତେ କାର୍ଯ୍ୟ କରାଯାଇଛି ତାହା ସେ ଦେଖାଇଛନ୍ତି। କ୍ୟାପଟେନ ଅମରିନ୍ଦର ମଧ୍ୟ କଂଗ୍ରେସ ହାଇକମାଣ୍ଡକୁ ମଧ୍ୟ ଉତ୍ତର ଦେଇଛନ୍ତି।
ସୂଚନା ମୁତାବକ ଗତ ମାସରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଅମରିନ୍ଦର ସିଂ କହିଥିଲେ ଯେ, ସମାନ ବିଚାରଧାରା ରଖୁଥିବା ଦଳ ଯେପରି କି ଅକାଲୀଠାରୁ ଭିନ୍ନ ଦଳ ସହ ମେଣ୍ଟ କରିବା ନେଇ ଚିନ୍ତା କରୁଛନ୍ତି। ତାଙ୍କ ଲୋକ ଏବଂ ତାଙ୍କ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ ବୋଲି ଦୁଇଥର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ଅମରିନ୍ଦର କହିଥିଲେ।
#WATCH | Capt Amarinder Singh speaks on Sidhu's tweet on him, "He knows nothing, talks too much, doesn't have brains. I never spoke to Amit Shah or Dhindsa over this, but I'll. I want to be strong to fight Cong,SAD,AAP. I'll talk to them,we'll put up united front to defeat these" pic.twitter.com/gCZbggRivK
— ANI (@ANI) October 27, 2021
The post ନୂଆ ଦଳ ଗଠନ ପାଇଁ ଘୋଷଣା କଲେ କ୍ୟାପଟେନ୍, ଟାର୍ଗେଟ୍ରେ ସିଦ୍ଧୁ appeared first on Odisha Reporter.
from Odisha Reporter https://ift.tt/3mgCeB5
No comments:
Post a Comment