ବାଙ୍କୀ (ଓଡ଼ିଶା ରିପୋର୍ଟର): ଡାକ୍ତରଖାନାରେ ଗଲା ଜୀବନ। କିନ୍ତୁ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି କିମ୍ବା ଆମ୍ବୁଲାନ୍ସ ମିଳିଲା ନାହିଁ। ତେଣୁ ଡାକ୍ତରଖାନାରୁ ଘରକୁ ବାଇକ୍ରେ ବୁହା ହୋଇ ଆସିଲା ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଡାକ୍ତରଖାନାରେ।
ସୂଚନା ଅନୁଯାୟୀ, ବାଙ୍କୀ ନିକଟସ୍ଥ ଢଂସର ଗାଁର ଅଜୟ ଲେଙ୍କାଙ୍କୁ ଜ୍ୱର ହୋଇଥିଲା। ଗତକାଲି ପରିବାର ଲୋକେ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ଆଜି ସକାଳେ ପରିବାର ଲୋକେ ଶବ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ କହିଥିଲେ। ହେଲେ କିଛି ସୁଫଳ ମିଳିଥିଲା। ମେଡିକାଲ କର୍ମଚାରୀ ଡେଥ୍ ସାର୍ଟିଫିକେଟ ଦେଇ କାମ ସାରି ଦେଲେ।
ଶେଷରେ ପରିବାର ଲୋକେ କିଛି ଉପାୟ ନ ପାଇ ବାଇକରେ ମୃତଦେହକୁ ଡାକ୍ତରଖାନାରୁ ଘର ପର୍ଯ୍ୟନ୍ତ ଆଣିଥିଲେ। ଘଟଣା ସଂପର୍କରେ ବାଙ୍କୀ ଏସ୍ଡିଏମ୍ଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ମୃତ ଅଜୟଙ୍କ ଭାଇ କାହ୍ନୁ ଲେଙ୍କା କହିଛନ୍ତି, ମୃତଦେହ କେମିତି ନେବୁ ବୋଲି ଡାକ୍ତରଙ୍କୁ ପଚାରି ଥିଲୁ। ତୁମେ ବ୍ୟବସ୍ଥା କରି ନେଇଯାଅ ବୋଲି ସେ କହିଥିଲେ।
The post ଡାକ୍ତରଖାନାରେ ଗଲା ଜୀବନ, ବାଇକ୍ରେ ବୁହା ହେଲା ଶବ appeared first on Odisha Reporter.
from Odisha Reporter https://ift.tt/3jExEei
No comments:
Post a Comment