‘ସର୍ଭିଲାନ୍ସ ଟିମ୍‌ ନଜରରେ ରହିବେ ସ୍କୁଲ ପିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 16, 2021

‘ସର୍ଭିଲାନ୍ସ ଟିମ୍‌ ନଜରରେ ରହିବେ ସ୍କୁଲ ପିଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ପଡିଥିବା ସ୍କୁଲ ପୂଜା ଛୁଟି ପରେ ଖୋଲିବ। ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ଏବଂ ଅଷ୍ଟମ ଶ୍ରେଣୀ କ୍ଲସ୍‌। ଏଥର ଆଫ୍‌ଲାଇନ୍‌ ନୁହେଁ ସ୍କୁଲ ଯାଇ ପିଲା ପାଠ ପଢ଼ିବେ । ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଟଳମଳ ସ୍ଥିତିରେ ଥିବା ବେଳେ ସ୍କୁଲ ଖୋଲି ପିଲାଙ୍କୁ ପାଠପଢ଼ାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ।

ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସ୍କୁଲ ଖୋଲିବା ପରେ ସର୍ଭିଲାନ୍ସ ଟିମ୍‌ ନଜରରେ ସ୍କୁଲ ପିଲା ରହିବେ। ସ୍କୁଲ ଖୋଲିବା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ। ସ୍କୁଲ ପିଲାଙ୍କୁ ମନିଟରିଂ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେପଟେ ପୂଜାରେ କେତେ ସଂକ୍ରମଣ ବଢ଼ିଛି ଜାଣିବାକୁ ୭ରୁ ୧୦ ଦିନ ଲାଗିବ। ସର୍ଭିଲାନ୍ସ ଚାଲିଛି, କେତେ ସଂକ୍ରମଣ ବଢ଼ିଛି ଧୀରେ ଧୀରେ ଜଣାପଡ଼ିବ। ସ୍କୁଲ ଖୋଲିବା ପରେ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ। ପିଲାଙ୍କ ଲକ୍ଷଣ ଓ ଶିକ୍ଷକ ଟିକା ନେଇଛନ୍ତି କି ନାହିଁ ତାହା ଅନୁଧ୍ୟାନ କରାଯିବ। ଏନେଇ ଡିଏମ୍ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ବଡ଼ଙ୍କ ଠାରୁ ଛୁଆଙ୍କୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ଶିକ୍ଷକ ଓ ଅଭିଭାବକମାନେ ଟିକା ନେଇଯିବା ଜରୁରୀ। ଯଦି କେହି ଗୋଟିଏ ଟିକା ନେଇଛନ୍ତି ତେବେ ତୁରନ୍ତ ତାଙ୍କୁ ଡବଲ ଡୋଜ ଦେବାକୁ ଯୋଜନା କରାଯିବ। ସ୍କୁଲରେ ଖୋଳକୁଦରେ ମାତି ପିଲାମାନେ ସାମାଜିକ ଦୂରତା ପାଳନ ପ୍ରତି ଅଣଦେଖା କରିପାରନ୍ତି। ଏଥିପ୍ରତି ଶିକ୍ଷକମାନେ ହିଁ ଦୃଷ୍ଟି ଦେବା ଆବଶ୍ୟକ।  ସମସ୍ତେ ସଚେତନ ହେବା ସହ ପିଲାଙ୍କୁ ସଚେତନ କରିବା ଜରୁରୀ। ଏଥିସହ ଅଭିଭାବକମାନେ ବି ସ୍କୁଲ ଯାଇ ମନିଟରିଂ କରନ୍ତୁ। ସତର୍କତା ନେଇ ପିଲାଙ୍କ ଭବିଷ୍ୟତ ଗଢ଼ିବା ଉଚିତ ବୋଲି ଡିଏମ୍‌ଇଟି କହିଛନ୍ତି।

ସୂଚନା ମୁତାବକ, ଛୁଟି ପରେ ଅର୍ଥାତ ୨୧ରେ ଯୁକ୍ତ ୨ ପ୍ରଥମ ବର୍ଷ ଏବଂ ୨୫ରେ ଅଷ୍ଟମ ଶ୍ରେଣୀ ଖୋଲିବ। ଏଥିପାଇଁ ଗତକାଲି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଚାଲିବ ଏକାଦଶ କ୍ଲାସ୍‌। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ଚାଲିବ ଅଷ୍ଟମ କ୍ଲାସ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ଦିଆଯିବନି ମଧ୍ୟାହ୍ନ ଭୋଜନ। ସ୍କୁଲ ଖୋଲିଲେ ମଧ୍ୟ ଅଫଲାଇନ୍‌ ସହ ଅନଲାଇନ୍‌ରେ କ୍ଲାସ ହେବ। ଅଭିଭାବକଙ୍କ ସହ କଥା ହୋଇ ପିଲା ସ୍କୁଲକୁ ଆସି କ୍ଲାସ କରିପାରିବେ। କଣ୍ଟେନମେଣ୍ଟ ଜୋନ୍‌ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ମନା ହୋଇଛି।

The post ‘ସର୍ଭିଲାନ୍ସ ଟିମ୍‌ ନଜରରେ ରହିବେ ସ୍କୁଲ ପିଲା’ appeared first on Odisha Reporter.



from Odisha Reporter https://ift.tt/3aIqP6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages