ନୂଆଦିଲ୍ଲୀ: କ୍ରମାଗତ ଭାବେ କେନ୍ଦ୍ର ସରକାର, ବିଜେପି ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଟାର୍ଗେଟ କରି ଆସୁଥିବା ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମାଲିକଙ୍କୁ ଧମକ ମିଳିଛି। ଏହି ଧମକରେ ତାଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯିବାରୁ ମହାରାଷ୍ଟ୍ର ସରକାର ତୁରନ୍ତ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି।
ପୂର୍ବରୁ ତାଙ୍କୁ ଜଣେ ପୁଲିସ୍ ଗାର୍ଡ ବନ୍ଧୁକ ସହ ସୁରକ୍ଷା ଦେଉଥିଲେ। ଏବେ କିନ୍ତୁ ତାଙ୍କୁ ୱାଇ+ ସୁରକ୍ଷା ବ୍ୟବସ୍ଥା ମିଳିବ। ୱାଇ+ ସ୍ତରୀୟ ବଳୟରେ ରହିବାକୁ ଯାଉଥିବା ନବାବ ମାଲିକଙ୍କୁ ଏଣିକି ସବୁବେଳେ ୪ ଜଣ ସଶସ୍ତ୍ର ପୁଲିସ୍ ଗାର୍ଡ ଜଗି ରହିବେ। ତାଙ୍କ କାର ଆଗରେ ଗୋଟିଏ ପାଇଲଟ ଗାଡ଼ି ଯିବ। ସେହିପରି ତାଙ୍କ ଘରେ ମଧ୍ୟ ୪ ଜଣ ସଶସ୍ତ୍ର ଗାର୍ଡ ରହିବେ।
ଗତ ସପ୍ତାହରେ ସେ ସାମ୍ବାଦିକ ସମ୍ମିଳନୀ କରିବା ପରେ ତାଙ୍କୁ ପାଖକୁ ବିଭିନ୍ନ ରାଜ୍ୟରୁ ଧମକପୂର୍ଣ୍ଣ କଲ ଆସିବା ଆରମ୍ଭ ହୋଇଥିଲା। ଏହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରି ମହାରାଷ୍ଟ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି। ଗତ ସପ୍ତାହରେ ନବାବ ମାଲିକ କହିଥିଲେ ଯେ ଅକ୍ଟୋବର ୩ରେ ଏନସିବି ମୁମ୍ବାଇ କ୍ରୁଜରେ କରିଥିବା ରେଡ୍ ଫେକ।
ଏହି ଘଟଣାରେ ଶାହାରୁଖ ଖାନଙ୍କ ପୁଅଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି। ସେ ଏନସିବିର ରେଡ୍କୁ ଫେକ କହିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେ କହିଥିଲେ ଯେ ମହାରାଷ୍ଟ୍ରକୁ ବଦନାମ କରିବା ପାଇଁ ବିଜେପି ଏନସିବିକୁ ବ୍ୟବହାର କରୁଛି।
ଘଟଣା ଦିନ ୧୧ ଜଣ ଧରା ପଡ଼ିଥିଲେ ମଧ୍ୟ ଏନସିବି ୩ ଜଣ ଲୋକଙ୍କୁ ବିଜେପି ନେତାମାନଙ୍କ କଥାରେ ଛାଡ଼ି ଦେଇଥିବା ଅଭିଯୋଗ କରିଥିଲେ। ଏହା ପରେ ଏନସିବି ମଧ୍ୟ ସଫେଇ ଦେଇ ସଂସ୍ଥା ସବୁ କିଛି ଆଇନର ପରିସର ମଧ୍ୟରେ କରିଥିବା କହିଥିଲା।
The post ଧମକ ପରେ ମନ୍ତ୍ରୀ ନବାବ ମାଲିକଙ୍କ ସୁରକ୍ଷା ବଢ଼ିଲା appeared first on Odisha Reporter.
from Odisha Reporter https://ift.tt/3p1KXZW
No comments:
Post a Comment