ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ସେ ସୋଶାଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ଶ୍ରୀ ନନ୍ଦ ଲେଖିଛନ୍ତି ଯେ ସେ ତାଙ୍କ ନିଜ ଇଚ୍ଛାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ମେଲ୍ ଯୋଗେ ପଠାଇ ଦେଇଛନ୍ତି।
କଂଗ୍ରେସର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା କରି ଢେଙ୍କାନାଳ ବିଧାନସଭା ଆସନ ପାଇଁ ୨୦୧୯ରେ ପ୍ରାର୍ଥୀ କରିଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି।
୨୦୦୯ରେ ନବୀନ ନନ୍ଦ ଏନ୍ସିପି ଟିକେଟ୍ରେ ଢେଙ୍କାନାଳ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ସେ ସେହି ଗୋଟିଏ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଶ୍ରୀ ନନ୍ଦ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। ତେବେ କୋଲକାତାରେ ଏକ ସ୍ପାରୁ ଗିରଫ ହେବା ପରେ ୨୦୧୮ରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା।
୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହେବାକୁ ଇଚ୍ଛୁକ ଥିଲେ। କିନ୍ତୁ ବିଜେପି ତାଙ୍କୁ ଢେଙ୍କାନାଳ ଆସନରୁ ପ୍ରାର୍ଥୀ କରିପାରିବନି ବୋଲି କହିଥିଲା। ଏହା ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ ଓ ପ୍ରାର୍ଥୀ ହୋଇଥିଲେ। ତେବେ ସେ ଏହି ନିର୍ବାଚନରେ ହାରି ଯାଇଥିଲେ।
ଆଜି ମୁଁ ମୋର ନିକ ଇଚ୍ଛାରେ "ଭାରତୀୟ ଜାତୀୟ କଂଗ୍ରେସ "ଦଳ ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ମେଲ ଯୋଗେ ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିକଟକୁ ପ୍ରେରଣ କଲି । କଂଗ୍ରେସ ର ରାଜ୍ୟ ନେତୃତ୍ୱ ମୋ ଉପରେ ଅ।ସ୍ଥା ପ୍ରକଟ କରି ଢେ଼ଙ୍କାନାଳ ବିଧାନ ସଭା ଆସନ ପାଇଁ ୨୦୧୯ ରେ ମନୋନୀତ କରି ଥିବାରୁ ମୁଁ ବ୍ୟକ୍ତିଗତ ଭାବେ ସଭାପତି ଙ୍କ ପ୍ରତି କୃତଜ୍ଞ
— Nabin Nanda (@NabinNanda) October 13, 2021
The post କଂଗ୍ରେସ ଛାଡ଼ିଲେ ନବୀନ ନନ୍ଦ appeared first on Odisha Reporter.
from Odisha Reporter https://ift.tt/3vbfu8C
No comments:
Post a Comment