ମନୀଷ ମୃତ୍ୟୁ ମାମଲା, ୩ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 15, 2021

ମନୀଷ ମୃତ୍ୟୁ ମାମଲା, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟ। ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ଏନେଇ ପ୍ରେସମିଟ୍‌ କରି ଭୁବନେଶ୍ୱର ଡିସିପି ବିସ୍ତୃତ ସୂଚନା ଦେବେ। ପୂର୍ବରୁ ଦିନେଶ ମହାପାତ୍ର ଏବଂ ମୃତ୍ୟୁଞ୍ଜୟ ମିଶ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ସୂଚନା ମୁତାବକ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁକୁ ୭ ଦିନ ବିତି ଯାଇଛି। କିନ୍ତୁ ଏଯାଏ ଏହି ମୃତ୍ୟୁ ଉପରୁ ରହସ୍ୟ ଉଠିପାରିନାହିଁ। ମନୀଷଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନାହିଁ। ତେବେ ତାଙ୍କ ମୃତ୍ୟୁ ପରେ ଏବେ ପ୍ରତି ଦିନ ନୂଆ ଖୁଲାସା ହେବାରେ ଲାଗିଛି।

ତଦନ୍ତ ବେଳେ  ହୋଟେଲ୍, ବିଲ୍ ଓ ବଚସା ସାମ୍ନାକୁ ଆସିଛି। ଘଟଣା ଗତ ଅର୍ଥାତ୍ ଶନିବାର ରାତିରେ ମନୀଷଙ୍କୁ ସାଉଥ୍ ସିଟି ହୋଟେଲକୁ ନିଆଯାଇଥିଲା। ସେହି ହୋଟେଲର ବିଲ୍ ପେମେଣ୍ଟକୁ ନେଇ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। କୁହାଯାଉଛି, ମନୀଷଙ୍କୁ ସଂପୃକ୍ତ ହୋଟେଲ୍ କର୍ମଚାରୀ ଅଟକ ରଖିଥିଲେ। ଏହାପରେ କିଛି ଲୋକ ତାଙ୍କୁ ମାରପିଟ୍ କରିବା ସହ ଟଙ୍କା ମାଗୁଥିବା ନେଇ ରବିବାର ଭୋରରେ ବାପା ନବୀନ ଦାସଙ୍କୁ ଫୋନ୍ କରି ଜଣାଇଥିଲେ ମନୀଷ।

ଖବର ପାଇ ଭୋର୍ ୩ଟା ୨୪ରେ ୫ ହଜାର ଟଙ୍କା ଓ ୩ଟା ୨୭ରେ ଆଉ ୩ ହଜାର ଟଙ୍କା ପଠାଇଥିଲେ ପରିବାର ଲୋକେ। ଏହି ଟଙ୍କାରେ ହୋଟେଲ୍ ବିଲ୍ ପେମେଣ୍ଟ ହୋଇଥିବା ସନ୍ଦେହ କରାଯାଉଛି। ତା ପୂର୍ବରୁ ମନୀଷଙ୍କ ସହ ହୋଟେଲକୁ ଯାଇଥିବା ୪ ଯୁବକ ବାହାରି ଯାଇଥିବା ବେଳେ ବିଲ୍ ପେମେଣ୍ଟ ପରେ ଏକୁଟିଆ ବାହାରିଥିଲେ ମନୀଷ।

ହୋଟେଲ୍ ବାହାରେ ମନୀଷ ଓ ଅନ୍ୟ ୪ ଯୁବକଙ୍କ ମଧ୍ୟରେ ବିଲ୍ ପେମେଣ୍ଟକୁ ନେଇ ପୁଣି ବଚସା ହୋଇଥିଲା। ଆଉ ଏହାର କେଇ ଘଣ୍ଟା ପରେ ପୋଖରୀରୁ ମିଳିଥିଲା ମନୀଷଙ୍କ ମୃତଦେହ। ହେଲେ ହୋଟେଲକୁ ସାଙ୍ଗରେ ଯାଇଥିବା ଯୁବକ କିନ୍ତୁ ଘଟଣାସ୍ଥଳରୁ ଖସିଯାଇଥିଲେ। ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ଧରାପଡ଼ିଥିବା ମୃତ୍ୟୁଞ୍ଜୟ ଏବଂ ଦିନେଶ ୟୁନିଟ୍-୪ ସ୍ଥିତ ସ୍ୱାଗତ ହୋଟେଲକୁ ସକାଳ ୫ଟାରେ ଚେକ୍ ଇନ୍ କରିଥିଲେ। ୧୨ ଘଣ୍ଟା ସେଠାରେ ରହିବା ପରେ ଦୁହେଁ କନ୍ଧମାଳ ପଳାଇଥିଲେ।

ମନୀଷଙ୍କ ମୃତ୍ୟୁ  ଶ୍ୱାସରୁଦ୍ଧ କାରଣରୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ଭୁବନେଶ୍ୱର ଏମ୍‌ସ ପିଆର୍‌ଓ ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ ।

The post ମନୀଷ ମୃତ୍ୟୁ ମାମଲା, ୩ ଅଭିଯୁକ୍ତ ଗିରଫ appeared first on Odisha Reporter.



from Odisha Reporter https://ift.tt/3p9r4jp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages