ଆନନ୍ଦପୁର( ମୁନା ସିଂହ): ଘରୋଇ କଳିର କରୁଣ ପରିଣତି। ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରି ବୈତରଣୀ ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି। ମହିଳାଙ୍କ ଝିଅ ଘସିପୁରା ଥାନାରେ ଏନେଇ ଅଭିଯୋଗ କରିଛନ୍ତି।
ମୃତ ମହିଳାଙ୍କ ଜଣଙ୍କ ହେଲେ ସୁରଥୀ ନାୟକ। ତାଙ୍କୁ ୫୦ ବର୍ଷ ହୋଇଥିଲା। ସୁରଥୀଙ୍କୁ ହତ୍ୟା କରିବା ପରେ ଦେଢ଼ଶୁର ଶତ୍ରୁଘ୍ନ ନାୟକ ଫେରାର ହୋଇଯାଇଛନ୍ତି।
ଅଭିଯୋଗ ଅନୁସାରେ, ସୁରଥୀଙ୍କ ଦୁଇ ଝିଅ। ସେ ଝିଅମାନଙ୍କୁ ବାହା ଦେବା ପରେ ସେ ଏକାକି ଘରେ ରହିଆସୁଥିଲେ। କୌଣସି କାରଣ ନଥାଇ ପ୍ରତ୍ୟେକ ଦିନ ଦେଢ଼ଶୁର ଶତ୍ରୁଘ୍ନ ମଦ ପିଇବା ପରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ ସହ କଳି ଝଗଡା କରୁଥିଲେ। ଗୁରୁବାର ରାତିରେ ସୁରଥୀ ନିଜ ଘର ଚାବି ପକାଇ ଅନ୍ୟ ଜଣକ ଘରକୁ ଟିଭି ଦେଖିବାକୁ ଯାଉଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶତ୍ରୁଘ୍ନ ଉତ୍ତ୍ୟକ୍ତ ହୋଇ ସୁରଥୀଙ୍କୁ ନଈକୂଳକୁ ଘୋଷାଡି ନେବା ସହ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ପରେ ବୈତରଣୀ ନଦୀରେ ଭସାଇ ଦେଇଥିଲେ। ଗତକାଲି ସୁରଥୀଙ୍କ ଅଧା ମୃତଦେହ ଆମରଙ୍ଗ ଘାଟରୁ ଉଦ୍ଧାର କରାଯାଇଥିଲା। ଶରୀରର ଉପର ଭାଗ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ଘସିପୁରା ଥାନା ଅଧିକାରୀ ଶ୍ୟାମଘନ ବେହେରା କହିଛନ୍ତି।
The post ମହିଳାଙ୍କୁ ଦୁଇ ଖଣ୍ଡ କରି ବୈତରଣୀରେ ଭସାଇ ଦେଲେ ଦେଢ଼ଶୁର appeared first on Odisha Reporter.
from Odisha Reporter https://ift.tt/3DML2ow
No comments:
Post a Comment